ରାଜ୍ଯରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଆଜି ଚିହ୍ନଟ ହେଲେ ଆଉ ୧୫୫ ପଜିଟିଭ୍

The Sakala Picture
Published On

ଭୁବନେଶ୍ୱର : ତିନି ମାମସର ବ୍ୟବଧାନ ପରେ ଓଡ଼ିଶାରେ କରୋନା ମାମଲା ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଶହେ ପାର କରୁଛି।  ଗତକାଲି ରାଜ୍ୟରେ ୧୬୧ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ ଆଉ ଆଜି ପୁଣି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୬ ଜଣ ନାବାଳକ ଅଛନ୍ତି। ଏଥିସହ ରାଜ୍ୟରେ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇ ୭୨୯ରେ ପହଞ୍ଚିଛି। ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର […]

ଭୁବନେଶ୍ୱର : ତିନି ମାମସର ବ୍ୟବଧାନ ପରେ ଓଡ଼ିଶାରେ କରୋନା ମାମଲା ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଶହେ ପାର କରୁଛି।  ଗତକାଲି ରାଜ୍ୟରେ ୧୬୧ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ ଆଉ ଆଜି ପୁଣି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୬ ଜଣ ନାବାଳକ ଅଛନ୍ତି। ଏଥିସହ ରାଜ୍ୟରେ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇ ୭୨୯ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଏକ୍ୟୁଆଇଏସ୍ (AQIS) ଲିଙ୍କ୍ ମାମଲା: ପ୍ରମାଣ ଅଭାବରୁ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ

ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ନିରଞ୍ଜନ ମିଶ୍ର କହିଛନ୍ତି, କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ତାହାର ପ୍ରତିଫଳନ ହୋଇଛି। ଆମ ରାଜ୍ୟର ପ୍ରମୁଖ ସହରରେ ସଂକ୍ରମଣ ହାର ଅଧିକ ରହୁଛି। କିନ୍ତୁ ପରିସ୍ଥିତି ଚିନ୍ତାଜନକ ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଜୁନ୍‌ ୧୮ରେ ଭୋଟିଂ

ଅଧିକାଂଶ ଲୋକ ଲକ୍ଷଣ ବିହୀନ ଥିବା ବେଳେ ୨% ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଗକୁ ଯଦି ସଂକ୍ରମଣ ବଢ଼େ ତା ହେଲେ ପୂର୍ବଭଳି ତାହା ଦ୍ୱିତୀୟ କିମ୍ବା ତୃତୀୟ ଲହର ଭଳି ହେବାର ସମ୍ଭାବନା କମ୍‍। ପ୍ରଫେସର ମିଶ୍ର କହିଛନ୍ତି, ରଥଯାତ୍ରା ପାଇଁ ରାଜ୍ୟ ସରକାର ସତର୍କ ଅଛନ୍ତି। ଚିକିତ୍ସା ଓ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନୁରୋଧ କରିବା ସତ୍ତ୍ବେ ଯଦି ଲୋକେ ପୁରୀକୁ ଆସିବେ ତା ହେଲେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ରଥଯାତ୍ରାର ଗହଳି ଭିତରେ ସଂକ୍ରମଣ ବଢ଼ିବ। ପୁରୀରୁ ଫେରିବା ପରେ ଯଦି କୋଭିଡ୍‍ ଲକ୍ଷଣ ଦେଖା ଦେଉଛି ତା ହେଲେ ତୁରନ୍ତ ଟେଷ୍ଟିଂ କରାଇନେବା ଆବଶ୍ୟକ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

30 Jun 2022 By The Sakala

ରାଜ୍ଯରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଆଜି ଚିହ୍ନଟ ହେଲେ ଆଉ ୧୫୫ ପଜିଟିଭ୍

ଭୁବନେଶ୍ୱର : ତିନି ମାମସର ବ୍ୟବଧାନ ପରେ ଓଡ଼ିଶାରେ କରୋନା ମାମଲା ବୃଦ୍ଧି ପାଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଶହେ ପାର କରୁଛି।  ଗତକାଲି ରାଜ୍ୟରେ ୧୬୧ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ ଆଉ ଆଜି ପୁଣି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୬ ଜଣ ନାବାଳକ ଅଛନ୍ତି। ଏଥିସହ ରାଜ୍ୟରେ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇ ୭୨୯ରେ ପହଞ୍ଚିଛି।

ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ନିରଞ୍ଜନ ମିଶ୍ର କହିଛନ୍ତି, କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ତାହାର ପ୍ରତିଫଳନ ହୋଇଛି। ଆମ ରାଜ୍ୟର ପ୍ରମୁଖ ସହରରେ ସଂକ୍ରମଣ ହାର ଅଧିକ ରହୁଛି। କିନ୍ତୁ ପରିସ୍ଥିତି ଚିନ୍ତାଜନକ ହୋଇ ନାହିଁ।

ଅଧିକାଂଶ ଲୋକ ଲକ୍ଷଣ ବିହୀନ ଥିବା ବେଳେ ୨% ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଗକୁ ଯଦି ସଂକ୍ରମଣ ବଢ଼େ ତା ହେଲେ ପୂର୍ବଭଳି ତାହା ଦ୍ୱିତୀୟ କିମ୍ବା ତୃତୀୟ ଲହର ଭଳି ହେବାର ସମ୍ଭାବନା କମ୍‍। ପ୍ରଫେସର ମିଶ୍ର କହିଛନ୍ତି, ରଥଯାତ୍ରା ପାଇଁ ରାଜ୍ୟ ସରକାର ସତର୍କ ଅଛନ୍ତି। ଚିକିତ୍ସା ଓ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନୁରୋଧ କରିବା ସତ୍ତ୍ବେ ଯଦି ଲୋକେ ପୁରୀକୁ ଆସିବେ ତା ହେଲେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ରଥଯାତ୍ରାର ଗହଳି ଭିତରେ ସଂକ୍ରମଣ ବଢ଼ିବ। ପୁରୀରୁ ଫେରିବା ପରେ ଯଦି କୋଭିଡ୍‍ ଲକ୍ଷଣ ଦେଖା ଦେଉଛି ତା ହେଲେ ତୁରନ୍ତ ଟେଷ୍ଟିଂ କରାଇନେବା ଆବଶ୍ୟକ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର