ବର୍ଷ ଶେଷ ସୁଦ୍ଧା ୬୦ ହଜାର ଛୁଇଁବ ସୁନା : ଚାରି ମାସରେ ବୃଦ୍ଧି ପାଇପାରେ ୧୬ ପ୍ରତିଶତ

The Sakala Picture
Published On

ନୂଆଦିଲ୍ଲୀ : ଗଣେଷ ପୂଜା ସହ ଆରମ୍ଭ ହୋଇଯିବ ଚଳିତବର୍ଷର ପାର୍ବଣ ଋତୁ। ଏଥପାଇଁ ଧୀାରେ ଧୀରେ ଚାରିଆଡେ ଗହଳଚହଳ ଦେଖିବାକୁ ମିଳିଲାଣି। ସୁନା ବଜାରରେ ବି ଉତ୍ସାହ କିଛି କମ୍‌ ନାର୍ହି। ପାର୍ବଣ ଋତୁ ସହ ଆଗକୁ ମହଙ୍ଗା ହେବ ସୁନା ଦର। ଆଗାମୀ ଚାରି ମାସରେ ସୁନା ଦର ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ପାଇପାରେ । ଘରୋଇ ବଜାରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମ ପିଛା ୪୭,୬୫୦ ଟଙ୍କା […]

ନୂଆଦିଲ୍ଲୀ : ଗଣେଷ ପୂଜା ସହ ଆରମ୍ଭ ହୋଇଯିବ ଚଳିତବର୍ଷର ପାର୍ବଣ ଋତୁ। ଏଥପାଇଁ ଧୀାରେ ଧୀରେ ଚାରିଆଡେ ଗହଳଚହଳ ଦେଖିବାକୁ ମିଳିଲାଣି। ସୁନା ବଜାରରେ ବି ଉତ୍ସାହ କିଛି କମ୍‌ ନାର୍ହି। ପାର୍ବଣ ଋତୁ ସହ ଆଗକୁ ମହଙ୍ଗା ହେବ ସୁନା ଦର। ଆଗାମୀ ଚାରି ମାସରେ ସୁନା ଦର ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ପାଇପାରେ । ଘରୋଇ ବଜାରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମ ପିଛା ୪୭,୬୫୦ ଟଙ୍କା (ନୂଆଦିଲ୍ଲୀ) ରହିଛି। ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋ ପିଛା ୫୫,୦୦୦ ଟଙ୍କା ଉପରେ ରହିଛି। ଯଦି ଆମେ ଆନ୍ତର୍ଜାତୀୟ ବଜାର ବିଷୟରେ କହିବା, ତେବେ ଏହା ଆଉନ୍ସ ପିଛା ୧୭୫୬ ଡଲାର ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୨ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୦୦୦ ଡଲାରରେ ପହଞ୍ଚିବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁପାରେ ବୋଲି ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ୩ ମାସ ହେଲା ମିଳିନି ଭତ୍ତା : ୧୮ ଲକ୍ଷ ହିତାଧିକାରୀଙ୍କ ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ କଡ଼ା ଚିଠି

ବ୍ଲୁମବର୍ଗ ରିପୋର୍ଟରେ ଚଳିତବର୍ଷ ଶେଷ ଆଡକୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କାରେ ପହଞ୍ଚିବାନେଇ କେତେକ କାରଣକୁ ଦାୟୀ କରାଯାଉଛି। ରିପୋର୍ଟ ଅନୁଯାୟୀ, ବଜାରରେ ଉଚ୍ଚ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଜାରି ରହିବ। ଯେଉଁ କାରଣରୁ ସୁନାରେ ବିନିଯୋଗ ପ୍ରଭାବିତ ହେବ। ଡଲାର ସୂଚକାଙ୍କ ୨୦ ବର୍ଷର ସର୍ବୋଚ୍ଚ ୧୧୩ ତଳକୁ ରହିବ। ଏଥିପାଇଁ ସୁନାର ମୂଲ୍ୟ ୧୫୦-୨୦୦ ଡଲାର ବୃଦ୍ଧି ପାଇପାରେ। ଆହୁରିମଧ୍ୟ ମାନ୍ଦାବସ୍ଥା ସମ୍ଭାବନା ବଜାରକୁ ବିଶେଷ ଭାବେ ପ୍ରଭାବିତ କରିଛି। ଆମେରିକାର ଆର୍ଥିକ ସେବା ସଂସ୍ଥା ୱେଲ୍ସ ଫାର୍ଗୋଙ୍କ ଅନୁଯାୟୀ ମାନ୍ଦାବସ୍‌ଥା ସ୍ଥିତି ଆମେରିକାରେ ଅକ୍ଟୋବର କିମ୍ବା ନଭେମ୍ବର ମାସରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ !

ଯଦି ବଜାରରେ ମାନ୍ଦାବସ୍ଥା ଆସେ , ଡଲାର ମୂଲ୍ୟ ଦୁର୍ବଳ ହେବ ଏବଂ ସୁନା ମୂଲ୍ୟ ବୃଦ୍ଧି ପାଇବ। ଆହୁରିମଧ୍ୟ ଗୋଟିଏ ବର୍ଷରେ ସୁନା ଖନନ ମୂଲ୍ୟ ୭% ବୃଦ୍ଧି ହୋଇ ୧୧୭୩ ଡଲାରରେ ପହଞ୍ଚିଛି। ଏହାମଧ୍ୟ ସୁନା ମଲ୍ୟ ବୃଦ୍ଧିର କାରଣ ହୋଇପାରେ।ଏଠାରେ ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୨୦୨୦ରେ ସୁନା ମୂଲ୍ୟ ଏହାର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଥିଲା। ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ସ୍ତରକୁ ଯାଇଥିଲା। ଅନ୍ୟପକ୍ଷରେ ରୁପା ବର୍ତ୍ତମାନ ଏହାର ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୨୪,୩୭୩ ଟଙ୍କା କମ୍‌ ସ୍ତରରେ ବିକ୍ରି ହେଉଛି। ରୁପାର ସର୍ବକାଳୀନ ମୂଲ୍ୟ କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା।

ଆହୁରି ପଢ଼ନ୍ତୁ: ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

29 Aug 2022 By The Sakala

ବର୍ଷ ଶେଷ ସୁଦ୍ଧା ୬୦ ହଜାର ଛୁଇଁବ ସୁନା : ଚାରି ମାସରେ ବୃଦ୍ଧି ପାଇପାରେ ୧୬ ପ୍ରତିଶତ

ନୂଆଦିଲ୍ଲୀ : ଗଣେଷ ପୂଜା ସହ ଆରମ୍ଭ ହୋଇଯିବ ଚଳିତବର୍ଷର ପାର୍ବଣ ଋତୁ। ଏଥପାଇଁ ଧୀାରେ ଧୀରେ ଚାରିଆଡେ ଗହଳଚହଳ ଦେଖିବାକୁ ମିଳିଲାଣି। ସୁନା ବଜାରରେ ବି ଉତ୍ସାହ କିଛି କମ୍‌ ନାର୍ହି। ପାର୍ବଣ ଋତୁ ସହ ଆଗକୁ ମହଙ୍ଗା ହେବ ସୁନା ଦର। ଆଗାମୀ ଚାରି ମାସରେ ସୁନା ଦର ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ପାଇପାରେ । ଘରୋଇ ବଜାରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମ ପିଛା ୪୭,୬୫୦ ଟଙ୍କା (ନୂଆଦିଲ୍ଲୀ) ରହିଛି। ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋ ପିଛା ୫୫,୦୦୦ ଟଙ୍କା ଉପରେ ରହିଛି। ଯଦି ଆମେ ଆନ୍ତର୍ଜାତୀୟ ବଜାର ବିଷୟରେ କହିବା, ତେବେ ଏହା ଆଉନ୍ସ ପିଛା ୧୭୫୬ ଡଲାର ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୨ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୦୦୦ ଡଲାରରେ ପହଞ୍ଚିବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁପାରେ ବୋଲି ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି।

ବ୍ଲୁମବର୍ଗ ରିପୋର୍ଟରେ ଚଳିତବର୍ଷ ଶେଷ ଆଡକୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କାରେ ପହଞ୍ଚିବାନେଇ କେତେକ କାରଣକୁ ଦାୟୀ କରାଯାଉଛି। ରିପୋର୍ଟ ଅନୁଯାୟୀ, ବଜାରରେ ଉଚ୍ଚ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଜାରି ରହିବ। ଯେଉଁ କାରଣରୁ ସୁନାରେ ବିନିଯୋଗ ପ୍ରଭାବିତ ହେବ। ଡଲାର ସୂଚକାଙ୍କ ୨୦ ବର୍ଷର ସର୍ବୋଚ୍ଚ ୧୧୩ ତଳକୁ ରହିବ। ଏଥିପାଇଁ ସୁନାର ମୂଲ୍ୟ ୧୫୦-୨୦୦ ଡଲାର ବୃଦ୍ଧି ପାଇପାରେ। ଆହୁରିମଧ୍ୟ ମାନ୍ଦାବସ୍ଥା ସମ୍ଭାବନା ବଜାରକୁ ବିଶେଷ ଭାବେ ପ୍ରଭାବିତ କରିଛି। ଆମେରିକାର ଆର୍ଥିକ ସେବା ସଂସ୍ଥା ୱେଲ୍ସ ଫାର୍ଗୋଙ୍କ ଅନୁଯାୟୀ ମାନ୍ଦାବସ୍‌ଥା ସ୍ଥିତି ଆମେରିକାରେ ଅକ୍ଟୋବର କିମ୍ବା ନଭେମ୍ବର ମାସରୁ ଆରମ୍ଭ ହେବ।

ଯଦି ବଜାରରେ ମାନ୍ଦାବସ୍ଥା ଆସେ , ଡଲାର ମୂଲ୍ୟ ଦୁର୍ବଳ ହେବ ଏବଂ ସୁନା ମୂଲ୍ୟ ବୃଦ୍ଧି ପାଇବ। ଆହୁରିମଧ୍ୟ ଗୋଟିଏ ବର୍ଷରେ ସୁନା ଖନନ ମୂଲ୍ୟ ୭% ବୃଦ୍ଧି ହୋଇ ୧୧୭୩ ଡଲାରରେ ପହଞ୍ଚିଛି। ଏହାମଧ୍ୟ ସୁନା ମଲ୍ୟ ବୃଦ୍ଧିର କାରଣ ହୋଇପାରେ।ଏଠାରେ ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୨୦୨୦ରେ ସୁନା ମୂଲ୍ୟ ଏହାର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଥିଲା। ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ସ୍ତରକୁ ଯାଇଥିଲା। ଅନ୍ୟପକ୍ଷରେ ରୁପା ବର୍ତ୍ତମାନ ଏହାର ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୨୪,୩୭୩ ଟଙ୍କା କମ୍‌ ସ୍ତରରେ ବିକ୍ରି ହେଉଛି। ରୁପାର ସର୍ବକାଳୀନ ମୂଲ୍ୟ କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର