୨୦୨୨ରେ ବଦଳିବ ଭାଗ୍ୟ: ମା ଲକ୍ଷ୍ମୀଙ୍କ କୃପାରୁ ଏହି ୪ ରାଶିର ବ୍ୟକ୍ତି ବିଶେଷଙ୍କ ଘରେ ରହିବନି ଧନର ଅଭାବ

The Sakala Picture
Published On

ନୂତନ ବର୍ଷର ଆଗମନରେ ଅନେକଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଉତ୍କଣ୍ଠା ଭରି ରହିଥାଏ। ଏଥି ପାଇଁ ସେମାନେ ଜ୍ୟୋତିଷମାନଙ୍କ ଭବିଷ୍ୟବାଣୀ ଉପରେ ବିଶ୍ବାସ କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହ ପରିବର୍ତ୍ତନର ରାଶିଚକ୍ର ଉପରେ ବିଶେଷ ପ୍ରଭାବ ପକାଇଥାଏ। ଏହାଦ୍ବାରା କେତେକ ରାଶିର ବ୍ୟକ୍ତିଙ୍କ ଶୁଭ ଦିନ ଆରମ୍ଭ ହୋଇଥାଏ । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ହେବା ଫଳରେ ସମସ୍ତ ରାଶିର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ୨୦୨୨ରେ ସମସ୍ତ ରାଶିର ଗ୍ରହ ପରିବର୍ତ୍ତନ ହେବ। ଗ୍ରହର […]

ନୂତନ ବର୍ଷର ଆଗମନରେ ଅନେକଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଉତ୍କଣ୍ଠା ଭରି ରହିଥାଏ। ଏଥି ପାଇଁ ସେମାନେ ଜ୍ୟୋତିଷମାନଙ୍କ ଭବିଷ୍ୟବାଣୀ ଉପରେ ବିଶ୍ବାସ କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହ ପରିବର୍ତ୍ତନର ରାଶିଚକ୍ର ଉପରେ ବିଶେଷ ପ୍ରଭାବ ପକାଇଥାଏ। ଏହାଦ୍ବାରା କେତେକ ରାଶିର ବ୍ୟକ୍ତିଙ୍କ ଶୁଭ ଦିନ ଆରମ୍ଭ ହୋଇଥାଏ । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ହେବା ଫଳରେ ସମସ୍ତ ରାଶିର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ୨୦୨୨ରେ ସମସ୍ତ ରାଶିର ଗ୍ରହ ପରିବର୍ତ୍ତନ ହେବ। ଗ୍ରହର ପରିବର୍ତ୍ତନ ଯୋଗୁଁ ଏହି ବର୍ଷଟି ୪ଟି ରାଶିର ଲୋକଙ୍କ ପାଇଁ ଅଧିକ ଶୁଭ ହେବ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ମନୁଷ୍ୟର ଜୀବନ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥାଏ । ବେଳେବେଳେ ବ୍ୟକ୍ତିଙ୍କ ଜୀବନରେ ସୁଖ ଆସେ, ବେଳେବେଳେ ସମସ୍ୟା ଦେଖାଦିଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ରାଶିରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତିବିଧି ଅନୁଯାୟୀ ଫଳାଫଳ ମିଳିଥାଏ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବୃଷ: ୨୦୨୨ ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।  ଏହି ରାଶିର ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ପାଇବେ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ କାରଣରୁ ଘରେ ଧନର ଅଭାବ ରହିବ ନାହିଁ। ନୂତନ ବର୍ଷରେ ଏହି ରାଶିର ବ୍ୟକ୍ତିମାନଙ୍କୁ ବିଶେଷ ପ୍ରକାର ସୁଖ ଓ ସମୃଦ୍ଧ ପ୍ରାପ୍ତ ହେବ।  ବୃଷ ରାଶିର ବ୍ୟକ୍ତିଙ୍କ ଚାକିରିରେ ପଦୋନ୍ନତି ହେବ ଏବଂ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ।  ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ନୂତନ ବନ୍ଧୁ ସୃଷ୍ଟି ହେବେ।  ବନ୍ଧୁଙ୍କ ସହଯୋଗ ଉଭୟ ପାରିବାରିକ ଓ କର୍ମକ୍ଷେତ୍ରରେ ମିଳିବ। କୁଣ୍ଡଳୀରେ ଗ୍ରହମାନଙ୍କର ଗୋଚର ଯୋଗ ଯୋଗୁଁ ଏମାନଙ୍କୁ ଅନେକ ଶୁଭ ଫଳ ମିଳିବ । ଅଚାନକ ଭାବେ ଗୁପ୍ତ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।  ସମସ୍ତ ପ୍ରକାର ଭୌତିକ ସୁଖ-ସୁବିଧା ମିଳିବା ସହ ବର୍ଷଟି ଆରାମରେ ଅତିବାହିତ ହେବ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୨ ବର୍ଷ ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ।  ଏହି ରାଶିର କୁଣ୍ଡଳୀ ମହାସଂଯୋଗ ଦେଖିବା ପାଇଁ ମିଳିବ। ଗ୍ରହମାନଙ୍କ ଭଲ ଅବସ୍ଥାନ କାରଣରୁ ଏମାନଙ୍କୁ ପ୍ରତିଟି କ୍ଷେତ୍ରରେ ଶୁଭ ଫଳ ମିଳିବ। ପାରିବାରିକ ଓ ମାନସିକ ସମସ୍ୟା ଥ୍ଖଲେ ତାହା ଦୂର ହେବ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ପରସ୍ପର ମଧ୍ୟରେ ସ୍ନେହ ଓ ଭଲ ପାଇବା ବୃଦ୍ଧି ହେବ।  ସେହିପରି ମାତା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ୟ୍ୟ ସଫଳ ହେବ। ଅଚାନକ ଭାବେ ଏକ ବଡ଼ଧରଣର ଖୁସି ଖବର ପ୍ରାପ୍ତି କରିବେ। ଚାକିରିରେ ପଦୋନ୍ନତି ହେବା ସହ ବ୍ୟବସାୟରେ ଲାଭ ମିଳିବ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଧନୁ: ନୂତନ ବର୍ଷ  ଧନୁ ରାଶି ଲୋକଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ହେବ। ଏହି ବର୍ଷ ଧନୁ ରାଶିର ଲୋକମାନେ ଶନି ଦେବଙ୍କ କୁଦୃଷ୍ଟିରୁ ରକ୍ଷା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅନେକ ଭୌତିକ ସୁଖ ଭୋଗ କରିବା ସହ ନୂତନ ଜିନିଷ କିଣିବା ପାଇଁ ସମର୍ଥ ହେବେ।  ଚାକିରି ଖୋଜୁଥ୍ଖବା ବ୍ୟକ୍ତିମାନଙ୍କୁ, ଏହି ବର୍ଷ ଚାକିରି ମିଳିବ। ସମସ୍ତ ଆଶା ପୂରଣ ହେବା ସହ ପରିବାର ଲୋକଙ୍କ ପ୍ରିୟଭାଜନ ହୋଇପାରିବେ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆୟ ବୃଦ୍ଧି ପାଇବ ଏବଂ ସମାଜରେ ଏକ ସ୍ଥିତି ଓ ପରିଚୟ ସୃଷ୍ଟି ହେବ। ପାରିବାରିକ ଜୀବନ ସୁଖମୟ ହେବ ବର୍ଷସାରା ସୁଖ ଓ ସମୃଦ୍ଧିରେ କଟିବ।

କନ୍ୟା: କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ବର୍ଷଟି ଶୁଭ ରହିବ। ଚାକିରି କ୍ଷେତ୍ରରେ ସଫଳତା ମିଳିବା ସହ ପଦୋନ୍ନତି ଘଟିବ। ନୂତନ ବର୍ଷ ଅନେକ ସମ୍ଭାବନା ସୃଷ୍ଟି କରିବ। ଦେବୀ ଲକ୍ଷ୍ମୀଙ୍କ କୃପାବୃଷ୍ଟି ହେବ। ଘରେ କିମ୍ବା ବ୍ୟକ୍ତିଗତଭାବେ ଧନଧାନ୍ୟର ଅଭାବ ରହିବ ନାହିଁ। ଭାଗ୍ୟରେ ପରିବର୍ତ୍ତନ ହେବା ସହ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ।  ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷଟି ମଧ୍ୟ ପାଇଁ ଭଲ ରହିବ। ନୂତନ ବର୍ଷରେ ଏହି ରାଶିର ଲୋକଙ୍କୁ ନୂତନ ସ୍ଥାନକୁ ଭ୍ରମଣ କରିବାକୁ ଅନେକ ସୁଯୋଗ ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। କୌଣସି ନୂତନ କାର୍ୟ୍ୟ ଆରମ୍ଭ କରିବା ପାଇଁ ଏହି ବର୍ଷଟି ଅତ୍ୟନ୍ତ ଶୁଭଦାୟକ ପରିଗଣିତ ହେବ। ନିଜର ପରିଶ୍ରମର ଫଳ ପାଇବେ । ଆପଣଙ୍କ ପରିବାରରେ ଖୁସିର ମାହୋଲ ରହିବ। ବୈବାହିକ ଜୀବନ ସୁଖମୟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର