ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ବାର୍ତ୍ତା : ଯାହା କରିବା କଥା କର, କିନ୍ତୁ ବାଲାସାହେବ କିମ୍ବା ଶିବସେନା ନାମକୁ ବ୍ୟବହାର କରନ୍ତୁ ନାହିଁ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ […]

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନିଜକୁ ବାଲାସାହେବଙ୍କ ପ୍ରକୃତ ଶିବ ସୈନିକ ବୋଲି ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଏଥିପାଇଁ ସେମାନେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଆଉ ଗୋଟିଏ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନାଁ ‘ଶିବସେନା ବାଲାସାହେବ ଠାକରେ’ ରହିବ ବୋଲି ଜଣାପଡ଼ିଛି। ସାୱନ୍ତବାଡି ବିଧାୟକ ଦୀପକ କେସାରକରଙ୍କ ମତରେ ବିଦ୍ରୋହୀ ବିଧାୟକଙ୍କ ପାଖରେ ନୂଆ ଦଳ ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ସେମାନେ କେବଳ ବିଧିବଦ୍ଧ ମାନ୍ୟତା ହାସଲ ପାଇଁ ଅପେକ୍ଷା କରିଥିବା ସେ କହିଛନ୍ତି। ଏହି ନୂଆ ଦଳର ମୁଖପାତ୍ର ଭାବେ ବିଧାୟକ ଦୀପକ ନିଜେ ନିଯୁକ୍ତି ପାଇବେ ବୋଲି ମଧ୍ୟ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଅନ୍ୟପଟେ ସିନ୍ଦେ ଏବେ ନିଜ ସମର୍ଥନରେ ଥିବା ବିଧ‌ାୟକଙ୍କୁ ନେଇ ନୂଆ ଦଳ ଶିବସେନା ବାଲାସାହେବ ଠାକରେ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଖବର ଆସିବା ପରେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ସୂଚନାଯୋଗ୍ୟ କିଛି ଦିନ ହେବ ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆଇନଗତ ଯୁଦ୍ଧରେ ପଣିଣତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଘାଡି ସରକାର ଏବଂ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉପବାଚସ୍ପତି ନରହରୀ ଜିରୱାଲ ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ବିଦ୍ରୋହୀ ଗୋଷ୍ଠୀକୁ ଏକ ଝଟକା ଦେଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଏକନାଥ ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିଥିବାରୁ ଏହାକୁ ଏକନାଥ ସିନ୍ଦେଙ୍କ ସମେତ ଏକାଧିକ ବିଧାୟକ ବିରୋଧ କରିଛନ୍ତି। ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମେଣ୍ଟରୁ ଓହରି ପୁଣି ବିଜେପି ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଉଦ୍ଧବ ଏଥିରେ ରାଜି ହେଉ ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ଆସାମର ଗୌହାଟୀରେ କ୍ୟାମ୍ପ କରି ରହିଛନ୍ତି। ସେମାନଙ୍କ ସହ ପ୍ରାୟ ୧୦ ଜଣ ସ୍ୱାଧୀନ ବିଧାୟକ ବି ରହିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ବିଧାୟକଙ୍କ ସଂଖ୍ୟା ୫୫। ଏହା ମଧ୍ୟରୁ ୪୦ ଜଣ ଏକନାଥଙ୍କ କ୍ୟାମ୍ପକୁ ଚାଲି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେଉଛି। ଏକନାଥଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ସେ ଚାହିଁଲେ ବିଧାନସଭାରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବା ସହ ଶିବସେନାର ଦଳୀୟ ଚିହ୍ନ ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିପାରିବେ। କାରଣ ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ଓ ଦଳ ବିଭାଜନ ପାଇଁ ଏକନାଥ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର।

25 Jun 2022 By The Sakala

ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ ବାର୍ତ୍ତା : ଯାହା କରିବା କଥା କର, କିନ୍ତୁ ବାଲାସାହେବ କିମ୍ବା ଶିବସେନା ନାମକୁ ବ୍ୟବହାର କରନ୍ତୁ ନାହିଁ

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନିଜକୁ ବାଲାସାହେବଙ୍କ ପ୍ରକୃତ ଶିବ ସୈନିକ ବୋଲି ଦାବି କରିଛନ୍ତି।

ଏଥିପାଇଁ ସେମାନେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଆଉ ଗୋଟିଏ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନାଁ ‘ଶିବସେନା ବାଲାସାହେବ ଠାକରେ’ ରହିବ ବୋଲି ଜଣାପଡ଼ିଛି। ସାୱନ୍ତବାଡି ବିଧାୟକ ଦୀପକ କେସାରକରଙ୍କ ମତରେ ବିଦ୍ରୋହୀ ବିଧାୟକଙ୍କ ପାଖରେ ନୂଆ ଦଳ ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ସେମାନେ କେବଳ ବିଧିବଦ୍ଧ ମାନ୍ୟତା ହାସଲ ପାଇଁ ଅପେକ୍ଷା କରିଥିବା ସେ କହିଛନ୍ତି। ଏହି ନୂଆ ଦଳର ମୁଖପାତ୍ର ଭାବେ ବିଧାୟକ ଦୀପକ ନିଜେ ନିଯୁକ୍ତି ପାଇବେ ବୋଲି ମଧ୍ୟ ଜଣାପଡ଼ିଛି।

ଅନ୍ୟପଟେ ସିନ୍ଦେ ଏବେ ନିଜ ସମର୍ଥନରେ ଥିବା ବିଧ‌ାୟକଙ୍କୁ ନେଇ ନୂଆ ଦଳ ଶିବସେନା ବାଲାସାହେବ ଠାକରେ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଖବର ଆସିବା ପରେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ କିଛି ଦିନ ହେବ ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆଇନଗତ ଯୁଦ୍ଧରେ ପଣିଣତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଘାଡି ସରକାର ଏବଂ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉପବାଚସ୍ପତି ନରହରୀ ଜିରୱାଲ ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ବିଦ୍ରୋହୀ ଗୋଷ୍ଠୀକୁ ଏକ ଝଟକା ଦେଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଏକନାଥ ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିଥିବାରୁ ଏହାକୁ ଏକନାଥ ସିନ୍ଦେଙ୍କ ସମେତ ଏକାଧିକ ବିଧାୟକ ବିରୋଧ କରିଛନ୍ତି। ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମେଣ୍ଟରୁ ଓହରି ପୁଣି ବିଜେପି ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଉଦ୍ଧବ ଏଥିରେ ରାଜି ହେଉ ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ଆସାମର ଗୌହାଟୀରେ କ୍ୟାମ୍ପ କରି ରହିଛନ୍ତି। ସେମାନଙ୍କ ସହ ପ୍ରାୟ ୧୦ ଜଣ ସ୍ୱାଧୀନ ବିଧାୟକ ବି ରହିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ବିଧାୟକଙ୍କ ସଂଖ୍ୟା ୫୫। ଏହା ମଧ୍ୟରୁ ୪୦ ଜଣ ଏକନାଥଙ୍କ କ୍ୟାମ୍ପକୁ ଚାଲି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେଉଛି। ଏକନାଥଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ସେ ଚାହିଁଲେ ବିଧାନସଭାରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବା ସହ ଶିବସେନାର ଦଳୀୟ ଚିହ୍ନ ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିପାରିବେ। କାରଣ ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ଓ ଦଳ ବିଭାଜନ ପାଇଁ ଏକନାଥ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର