ଅଶୋଧିତ ତେଲ ୮୦ ଡଲାର ତଳକୁ ଖସିଲା ପରେ ବି ଦେଶରେ କମୁନି ପେଟ୍ରୋଲ, ଡିଜେଲ ଦର

The Sakala Picture
Published On

ଲଣ୍ଡନ୍‌: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଆମେରିକୀୟ ଫେଡେରାଲ ରିଜର୍ଭ ପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ସ୍ୱିସ୍ ବ୍ୟାଙ୍କ ସେମାନଙ୍କର ପ୍ରମୁଖ ସୁଧ ହାର ବୃଦ୍ଧି କରିଛନ୍ତି। କାରଣ ସାରା ବିଶ୍ବକୁ ଏବେ ମାନ୍ଦାବସ୍ଥା ଚିନ୍ତା ଘାରିଛି। ବିଶ୍ବ ବଜାରରେ ହ୍ରାସ ଘଟିବାରେ ଲାଗିଛି ଅଶୋଧିତ ତେଲ ଚାହିଦା। ଏଥିଯୋଗୁ ବଜାରରେ ଅଶୋଧିତ ତେଲ ଦରରେ ବୃହତ୍‌ ହ୍ରାସ ଘଟିଛି। ଏମିତିକି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ତଳକୁ […]

ଲଣ୍ଡନ୍‌: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଆମେରିକୀୟ ଫେଡେରାଲ ରିଜର୍ଭ ପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ସ୍ୱିସ୍ ବ୍ୟାଙ୍କ ସେମାନଙ୍କର ପ୍ରମୁଖ ସୁଧ ହାର ବୃଦ୍ଧି କରିଛନ୍ତି। କାରଣ ସାରା ବିଶ୍ବକୁ ଏବେ ମାନ୍ଦାବସ୍ଥା ଚିନ୍ତା ଘାରିଛି। ବିଶ୍ବ ବଜାରରେ ହ୍ରାସ ଘଟିବାରେ ଲାଗିଛି ଅଶୋଧିତ ତେଲ ଚାହିଦା। ଏଥିଯୋଗୁ ବଜାରରେ ଅଶୋଧିତ ତେଲ ଦରରେ ବୃହତ୍‌ ହ୍ରାସ ଘଟିଛି। ଏମିତିକି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଛି। ଇତିମଧ୍ୟରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୪.୨୧ ପ୍ରତିଶତ ହ୍ରାସ ଘଟିଛି। ଏହା ସତ୍ତ୍ବେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କମିବାର ନାମ ଧରୁନାହିଁ। କ୍ରମାଗତ ଭାବେ କିଛି ଦିନ ହେବ ଅନ୍ତଜାତୀୟ ବଜାରରେ ତେଲ ଦରରେ ରେକର୍ଡ ହ୍ରାସ ହେଉଥିଲେ ସୁଦ୍ଧା ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଖାଉଟିଙ୍କୁ କୌଣସି ପ୍ରକାଣ ଆଶ୍ବସ୍ତି ମିଳୁନାହିଁ। ଏହାକୁ ନେଇ ଏବେ ଘରୋଇ ବଜାରରେ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ସପ୍ତାହର ଶେଷ ଦିବସ ଶୁକ୍ରବାର କାରବାରରେ ଆମେରିକାର ୱେଷ୍ଟଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ ମୂଲ୍ୟ ବ୍ୟାରେଲ ପିଛା ୭୯.୮୩ ଡଲାର ରହି ୮୦ ଡଲାର ତଳକୁ ଖସିଯାଇଛି। ସେହିପରି ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୪.୨୧ ପ୍ରତିଶତ ହ୍ରାସ ଘଟି ୮୬.୬୫ ଡଲାରରେ କାରବାର ଶେଷ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏଭଳି ହ୍ରାସ ସତ୍ତ୍ୱେ ଭାରତରେ ଦୀର୍ଘ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଦଳିନାହିଁ। ଏଭଳି ସମୟରେ ଆମେରିକୀୟ ଡଲାର ତୁଳନାରେ ଘରୋଇ ମୁଦ୍ରା ଟଙ୍କା ଦୁର୍ବଳ ହେବା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିୟମ ମୂଲ୍ୟ ଏବେ ୮୧.୦୯ ସ୍ତରରେ ରହିଛି। ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ଅଧିକ ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି। ଯାହାର ଫଳ ସ୍ବରୂପ ଘରୋଇ ବଜାରରେ ଦରଦାମ୍‌ ଅତ୍ୟଧିକ ବଢ଼ିବା ନେଇ ଆଶାଙ୍କା ଦେଖାଦେଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ବାରମ୍ବାର ତା’ର ସୁଧହାର ବୃଦ୍ଧି ଘଟାଇବା ଯୋଗୁ ଭାରତୀୟ ଟଙ୍କା ଉପରେ ଚାପ ଆହୁରି ବୃଦ୍ଧି ପାଇବ ବୋଲି ଏବେଠୁ ଆଶା କରାଯାଉଛି। ଭାରତର ୮୫% ତୈଳ ଆବଶ୍ୟକତା ଏବଂ ୫୦% ଗ୍ୟାସ ଆବଶ୍ୟକତା ପୂରଣ କରିବାକୁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ଟଙ୍କା ମୂଲ୍ୟରେ ହ୍ରାସ ଘରୋଇ ବଜାରରେ ଇନ୍ଧନ ମୂଲ୍ୟ ଉପରେ ପଡିବ। ଏଠାରେ ସୂୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କାରେ ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର