ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହିବି : ଅରବିନ୍ଦ କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ : ଭୋଟ ପାଇଁ ବିଜେପି ଦିଲ୍ଲୀର ଆପ୍‌ ସରକାରକୁ ଠିକ୍‌ ଭାବେ ଚଳାଇ ଦେଉନାହିଁ । ଏପରି କିଛି ଅଭିଯୋଗ କରିଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ଓ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଜେପି ଆପ୍‌ ସରକାରକୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉନାହିଁ। ଯଦି ଲୋକଙ୍କ ଉନ୍ନତି ପାଇଁ ତାଙ୍କ ସରକାର କରୁଥିବା […]

ନୂଆଦିଲ୍ଲୀ : ଭୋଟ ପାଇଁ ବିଜେପି ଦିଲ୍ଲୀର ଆପ୍‌ ସରକାରକୁ ଠିକ୍‌ ଭାବେ ଚଳାଇ ଦେଉନାହିଁ । ଏପରି କିଛି ଅଭିଯୋଗ କରିଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ଓ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଜେପି ଆପ୍‌ ସରକାରକୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉନାହିଁ। ଯଦି ଲୋକଙ୍କ ଉନ୍ନତି ପାଇଁ ତାଙ୍କ ସରକାର କରୁଥିବା ଯୋଜନାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସହଯୋଗ କରିବ, ତେବେ ସେ ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହିବେ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ସୋମବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ପହଞ୍ଚି ଗୃହର ପ୍ରକ୍ରିୟାରେ ଭାଗ ନେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହକୁ ସମ୍ବୋଧିତ କରି ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ଏହା ବ୍ୟତୀତ ସେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କୁ ମଧ୍ୟ ନିବେଦନ କରିଛନ୍ତି କି ଲୋକଙ୍କ ପାଇଁ ତାଙ୍କ ସରକାର କରୁଥିବା କାମକୁ ସେ ଅନୁମୋଦନ ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମେ ଏକ ଚମତ୍କାର ଯୋଜନା ପ୍ରସ୍ତୁତ କରିଛୁ। ଦିଲ୍ଲୀର ଜନତାଙ୍କୁ ଆଉ କୌଣସି ସରକାରୀ କାମ ପାଇଁ ଏ ଅଫିସରୁ ସେ ଅଫିସ ଦୌଡିବାକୁ ପଡିବ ନାହିଁ । କିନ୍ତୁ କିଛି ଲୋକ ଏହି ଯୋଜନାକୁ ବିରୋଧ କରୁଛନ୍ତି। ଏହି ଲୋକମାନେ ଆମ ସରକାର ଆଣିଥିବା ଅଧିକାଂଶ ଯୋଜନାକୁ ବନ୍ଦ କରିଦେଇଛନ୍ତି। ସେହି ଲୋକମାନଙ୍କ ପାଇଁ ଦିଲ୍ଲୀର ଅଧିକାରୀମାନେ ଆମ ସରକାର କଥା ଶୁଣୁନାହାନ୍ତି। ସିଏମ କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କୁ ଗୃହ ଭିତରେ ଆବେଦନ କରି କହିଛନ୍ତି ଯେ ଯଦି ଆପଣ ଗୋଟିଏ କଲ ମଧ୍ୟ କରିବେ ତେବେ ଏହି ଅଧିକାରୀମାନେ କାମ କରିବେ। କିନ୍ତୁ ଆପଣ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ  କହିଛନ୍ତି ଯେ ଦିଲ୍ଲୀର ୧୦ ଲକ୍ଷରୁ ଅଧିକ ଲୋକଙ୍କର ପାଣି ବିଲ୍‌ ଅଧିକ ଆସିଛି। ଏଗୁଡିକର ସମାଧାନ ପାଇଁ ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉନାହିଁ। ବିଜେପି ଭୋଟ ପାଇଁ ଏସବୁ କରୁଛି। ଦିଲ୍ଲୀ ଜଳ ବୋର୍ଡର ଭୁଲ ବିଲ ଛାଡ କରିବାକୁ ଏକ ଯୋଜନା ଆଣିବାକୁ ଚାହୁଁଛୁ। କିନ୍ତୁ କେନ୍ଦ୍ରୀୟ ଅଧିକାରୀମାନେ ଏହାକୁ ଅନୁମୋଦନ ପ୍ରଦାନ କରୁନାହାଁନ୍ତି। ଯଦି ବିଜେପି ଏହାକୁ ପାସ୍ କରେ, ତେବେ ମୁଁ ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହିବି।

ବିଧାନସଭାରେ କେଜ୍ରିୱାଲ କହିଛନ୍ତି କେନ୍ଦ୍ରୀୟ ଅଧିକାରୀମାନେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସକ୍ଷମ ନୁହଁନ୍ତି। ସେମାନଙ୍କୁ ଇଡି ଏବଂ ସିବିଆଇରୁ ଗିରଫ ଓ ନିଲମ୍ବନ କରାଯିବ ବୋଲି ଧମକ ଦିଆଯାଉଛି। ଏହା ଏକ ଅସାମ୍ବିଧାନିକ ସଙ୍କଟ। କାହିଁକି ନା ଅଧିକାରୀମାନେ କ୍ୟାବିନେଟ ପ୍ରସ୍ତାବ ପାସ କରିବାକୁ ମନା କରୁଛନ୍ତି। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଏହାକୁ ପୂର୍ବ ପରି କାର୍ଯ୍ୟକାରୀ କରିବୁ । ବିଧାନସଭା ଗୃହ ଭିତରେ ସିଏମ କେଜ୍ରିୱାଲ କହିଛନ୍ତି ଯେ ଆପଣମାନେ ଆମର କାମ ବନ୍ଦ କରିଦିଅନ୍ତୁ, ଆମେ କାର୍ଯ୍ୟ ଜାରି ରଖିବୁ। ଆମର ବହୁ ଯୋଜନାକୁ ବନ୍ଦ କରିଦିଆଯାଇଛି। ବହୁ ଯୋଜନାର ଟଙ୍କା ମଧ୍ୟ ଦିଆଯାଉନାହିଁ। ସବୁ ଅଟକାଇ ରଖାଯାଉଛି, କିନ୍ତୁ ଆମେ ଅଟକି ନାହୁଁ। କାମ ଜାରି ରଖିଛୁ ଏବଂ ଆଗକୁ ମଧ୍ୟ କାମ କରିବୁ।

19 Feb 2024 By The Sakala

ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହିବି : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଭୋଟ ପାଇଁ ବିଜେପି ଦିଲ୍ଲୀର ଆପ୍‌ ସରକାରକୁ ଠିକ୍‌ ଭାବେ ଚଳାଇ ଦେଉନାହିଁ । ଏପରି କିଛି ଅଭିଯୋଗ କରିଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ଓ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଜେପି ଆପ୍‌ ସରକାରକୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉନାହିଁ। ଯଦି ଲୋକଙ୍କ ଉନ୍ନତି ପାଇଁ ତାଙ୍କ ସରକାର କରୁଥିବା ଯୋଜନାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସହଯୋଗ କରିବ, ତେବେ ସେ ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହିବେ।

ସୋମବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ପହଞ୍ଚି ଗୃହର ପ୍ରକ୍ରିୟାରେ ଭାଗ ନେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହକୁ ସମ୍ବୋଧିତ କରି ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ଏହା ବ୍ୟତୀତ ସେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କୁ ମଧ୍ୟ ନିବେଦନ କରିଛନ୍ତି କି ଲୋକଙ୍କ ପାଇଁ ତାଙ୍କ ସରକାର କରୁଥିବା କାମକୁ ସେ ଅନୁମୋଦନ ଦିଅନ୍ତୁ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମେ ଏକ ଚମତ୍କାର ଯୋଜନା ପ୍ରସ୍ତୁତ କରିଛୁ। ଦିଲ୍ଲୀର ଜନତାଙ୍କୁ ଆଉ କୌଣସି ସରକାରୀ କାମ ପାଇଁ ଏ ଅଫିସରୁ ସେ ଅଫିସ ଦୌଡିବାକୁ ପଡିବ ନାହିଁ । କିନ୍ତୁ କିଛି ଲୋକ ଏହି ଯୋଜନାକୁ ବିରୋଧ କରୁଛନ୍ତି। ଏହି ଲୋକମାନେ ଆମ ସରକାର ଆଣିଥିବା ଅଧିକାଂଶ ଯୋଜନାକୁ ବନ୍ଦ କରିଦେଇଛନ୍ତି। ସେହି ଲୋକମାନଙ୍କ ପାଇଁ ଦିଲ୍ଲୀର ଅଧିକାରୀମାନେ ଆମ ସରକାର କଥା ଶୁଣୁନାହାନ୍ତି। ସିଏମ କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନାଙ୍କୁ ଗୃହ ଭିତରେ ଆବେଦନ କରି କହିଛନ୍ତି ଯେ ଯଦି ଆପଣ ଗୋଟିଏ କଲ ମଧ୍ୟ କରିବେ ତେବେ ଏହି ଅଧିକାରୀମାନେ କାମ କରିବେ। କିନ୍ତୁ ଆପଣ କରୁନାହାନ୍ତି।

ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ  କହିଛନ୍ତି ଯେ ଦିଲ୍ଲୀର ୧୦ ଲକ୍ଷରୁ ଅଧିକ ଲୋକଙ୍କର ପାଣି ବିଲ୍‌ ଅଧିକ ଆସିଛି। ଏଗୁଡିକର ସମାଧାନ ପାଇଁ ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉନାହିଁ। ବିଜେପି ଭୋଟ ପାଇଁ ଏସବୁ କରୁଛି। ଦିଲ୍ଲୀ ଜଳ ବୋର୍ଡର ଭୁଲ ବିଲ ଛାଡ କରିବାକୁ ଏକ ଯୋଜନା ଆଣିବାକୁ ଚାହୁଁଛୁ। କିନ୍ତୁ କେନ୍ଦ୍ରୀୟ ଅଧିକାରୀମାନେ ଏହାକୁ ଅନୁମୋଦନ ପ୍ରଦାନ କରୁନାହାଁନ୍ତି। ଯଦି ବିଜେପି ଏହାକୁ ପାସ୍ କରେ, ତେବେ ମୁଁ ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହିବି।

ବିଧାନସଭାରେ କେଜ୍ରିୱାଲ କହିଛନ୍ତି କେନ୍ଦ୍ରୀୟ ଅଧିକାରୀମାନେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସକ୍ଷମ ନୁହଁନ୍ତି। ସେମାନଙ୍କୁ ଇଡି ଏବଂ ସିବିଆଇରୁ ଗିରଫ ଓ ନିଲମ୍ବନ କରାଯିବ ବୋଲି ଧମକ ଦିଆଯାଉଛି। ଏହା ଏକ ଅସାମ୍ବିଧାନିକ ସଙ୍କଟ। କାହିଁକି ନା ଅଧିକାରୀମାନେ କ୍ୟାବିନେଟ ପ୍ରସ୍ତାବ ପାସ କରିବାକୁ ମନା କରୁଛନ୍ତି। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଏହାକୁ ପୂର୍ବ ପରି କାର୍ଯ୍ୟକାରୀ କରିବୁ । ବିଧାନସଭା ଗୃହ ଭିତରେ ସିଏମ କେଜ୍ରିୱାଲ କହିଛନ୍ତି ଯେ ଆପଣମାନେ ଆମର କାମ ବନ୍ଦ କରିଦିଅନ୍ତୁ, ଆମେ କାର୍ଯ୍ୟ ଜାରି ରଖିବୁ। ଆମର ବହୁ ଯୋଜନାକୁ ବନ୍ଦ କରିଦିଆଯାଇଛି। ବହୁ ଯୋଜନାର ଟଙ୍କା ମଧ୍ୟ ଦିଆଯାଉନାହିଁ। ସବୁ ଅଟକାଇ ରଖାଯାଉଛି, କିନ୍ତୁ ଆମେ ଅଟକି ନାହୁଁ। କାମ ଜାରି ରଖିଛୁ ଏବଂ ଆଗକୁ ମଧ୍ୟ କାମ କରିବୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର