ଅଜଣା ଗାଡ଼ି ଧକ୍କାରେ ବୋଲେରୋ ଚୂରମାର; ୩ମୃତ, ୫ ଗୁରୁତର

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଝରେଇବାହାଲି, ଚିକଲବାହାଲ, ଚାଣ୍ଟିମୁଣ୍ଡା, ସାନ୍ତମୁଣ୍ଡା ଓ ବିଡ଼ିଘାଟ ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏହି ଯୁବକମାନେ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାରକୁ ପିକ୍‌ନିକ୍ କରିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରଣ୍ଡା […]

ବଲାଙ୍ଗିର: ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଝରେଇବାହାଲି, ଚିକଲବାହାଲ, ଚାଣ୍ଟିମୁଣ୍ଡା, ସାନ୍ତମୁଣ୍ଡା ଓ ବିଡ଼ିଘାଟ ଗାଁର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ଏହି ଯୁବକମାନେ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାରକୁ ପିକ୍‌ନିକ୍ କରିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରଣ୍ଡା ଛକରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇ ପଳାଇଥିଲେ। ଏଥିରେ ବୋଲେରୋଟି ଚୂରମାର ହୋଇଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଉଛନ୍ତି ବିଡ଼ିଘାଟି ଗାଁର ଭଗବାନ ନାଗ, ଚାଣ୍ଡିମୁଣ୍ଡା ଗାଁର ଅଭିଷେକ ଭୋଇ ଓ ଚିକଲବାହାଲ ଗାଁର ଘନଶ୍ୟାମ ହାତୀ। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୫ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି , ତେବେ ଏହି ଦୁର୍ଘଟଣା କେମିତି ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର