୧୬୨୬ କୋଟି ୫୦୦ ଟଙ୍କିଆ ଓ ୫୪ କୋଟି ୨୦୦୦ ଟଙ୍କିଆ ନୋଟ୍‌ର ପତ୍ତା ମିଳୁନି : ଆର୍‌ବିଆଇ

The Sakala Picture
Published On

ମୁମ୍ବଇ : କଳାଧନ କାରବାରକୁ ରୋକିବା ଲାଗି ୨୦୧୬ ମସିହାରେ ରାତି ଅଧିଆ ବିମୁଦ୍ରାୟନ ଘୋଷଣା ପରେ କେନ୍ଦ୍ର ସରକାର ଛାପିଥିବା ନୋଟ ମଧ୍ୟରୁ ୧୬୮୦ କୋଟି ଖଣ୍ଡ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ବଜାରରୁ ଉଭାନ ହୋଇଯାଇଛି। ଗାଏବ ହୋଇଯାଇଥିବା ଏହି ପରିମାଣର ନୋଟ୍‌ର ମୂଲ୍ୟ ୯.୨୧ ଲକ୍ଷ କୋଟି ହେବ। ଏହି ଟଙ୍କା ବ୍ୟାଙ୍କରେ ଜମା ହୋଇନାହିଁ କି ଚଳନ୍ତି ବଜାରରେ ମଧ୍ୟ କାରବାର ହେଉନାହିଁ। ଖୋଦ୍ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି […]

ମୁମ୍ବଇ : କଳାଧନ କାରବାରକୁ ରୋକିବା ଲାଗି ୨୦୧୬ ମସିହାରେ ରାତି ଅଧିଆ ବିମୁଦ୍ରାୟନ ଘୋଷଣା ପରେ କେନ୍ଦ୍ର ସରକାର ଛାପିଥିବା ନୋଟ ମଧ୍ୟରୁ ୧୬୮୦ କୋଟି ଖଣ୍ଡ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ବଜାରରୁ ଉଭାନ ହୋଇଯାଇଛି। ଗାଏବ ହୋଇଯାଇଥିବା ଏହି ପରିମାଣର ନୋଟ୍‌ର ମୂଲ୍ୟ ୯.୨୧ ଲକ୍ଷ କୋଟି ହେବ। ଏହି ଟଙ୍କା ବ୍ୟାଙ୍କରେ ଜମା ହୋଇନାହିଁ କି ଚଳନ୍ତି ବଜାରରେ ମଧ୍ୟ କାରବାର ହେଉନାହିଁ। ଖୋଦ୍ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି ଟଙ୍କା ସମ୍ପର୍କରେ କୌଣସି ଟେର ପାଉନାହିଁ ବୋଲି ତା’ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ତେଣୁ ଏହି ପରିମାଣର ଟଙ୍କା କଳାଧନ ପାଲଟିଥିବା ନେଇ ଅର୍ଥନୀତି ବିଶାରଦମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

ରିପୋର୍ଟ ଅନୁସାରେ ୨୦୧୬ଠାରୁ ଏପର୍ଯ୍ୟନ୍ତ ଦେଶରେ ୩୭୦ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଛପାଯାଇଛି। ସେଥିରୁ ୧୦୨ କୋଟି ଖଣ୍ଡ ନୋଟ୍‌ ଏହି ୬ ବର୍ଷରେ ନଷ୍ଟ ହୋଇଛି । ତେଣୁ ବର୍ତ୍ତମାନ ଚଳନ୍ତି ବଜାରରେ ୨୬୮ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ରହିବାକଥା, ମାତ୍ର ୨୦୨୧-୨୨ରେ ଚଳନ୍ତି ବଜାରରେ ୨୧୪.୨ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ରହିଛି। ଅର୍ଥାତ୍ ୫୪ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ କାରବାରରୁ ଗାଏବ ହୋଇଯାଇଛି। ଏହି ନୋଟ୍ ଗୁଡ଼ିକର ମୋଟ ମୂଲ୍ୟ ୧.୦୮ ଲକ୍ଷ କୋଟି ଟଙ୍କା।

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ

ସେହିଭଳି ୬ ବର୍ଷ ମଧ୍ୟରେ ୬୪୭୯ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛପା ହୋଇଛି। ସେଥିରୁ ୨୯୮କୋଟି ଖଣ୍ଡ ନୋଟ୍‌ ଏହି ୬ ବର୍ଷରେ ନଷ୍ଟ ହୋଇଥିବାରୁ ଚଳନ୍ତି ବଜାରରେ ୬୧୮୧ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ହେବା କଥା । କିନ୍ତୁ ଚଳନ୍ତି ବଜାରରେ ୪୫୫୫ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ରହିଛି ଓ ୧୬୨୬ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟର ପତ୍ତା ମିଳୁନାହିଁ । ଏହି ଗାଏବ ହୋଇଥିବା ୧୬୨୬ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୮.୧୩ ଲକ୍ଷ କୋଟି ଟଙ୍କା। ଏହି ପରିପ୍ରେକ୍ଷୀରେ କଳାଧନ ଜମା କରିବା ପାଇଁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌କୁ ସର୍ବାଧିକ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଉଛି। ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ୨୦୧୯ ମସିହାରୁ ଦେଶରେ ୨୦୦୦ ଟଙ୍କିଆ ନୋଟ୍‌ ଛାପା ବନ୍ଦ ହୋଇଯାଇଛି। ୨୦୧୬ ତୁଳନାରେ ନୂତନ ୫୦୦ ଟଙ୍କିଆ ନୋଟର ଛପା ୭୬% ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ଆଜି ସୁପ୍ରିମକୋର୍ଟରେ ନୋଟ୍‌ବନ୍ଦୀ ଶୁଣାଣି

କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ଦେଶରେ ନେଇଥିବା ନୋଟ୍‌ବନ୍ଦୀ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ନୋଟ୍‌ବନ୍ଦୀ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ବୁଧବାର ସୁପ୍ରିମକୋର୍ଟରେ ହେବ। ଏହାକୁ ମିଶାଇ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ପାଞ୍ଚ ଜଣି ନ୍ୟାୟାଧୀଶଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରିଛନ୍ତି। ବର୍ତ୍ତମାନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ.ୟୁ, ଲଳିତ୍‌,ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ବରେ ପାଞ୍ଚ ସଦସ୍ୟ ବିଶିଷ୍ଟ ତିନୋଟି ଖଣ୍ଡପୀଠ ଦୀର୍ଘ ବର୍ଷ ହେବ ପଡିରହିଥିବା ବିଭିନ୍ନ ମାମଲାର ଶୁଣାଣି କରୁଛନ୍ତି।

ଚତୁର୍ଥ ଖଣ୍ଡପୀଠ ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଯେଉଁଥିରେ ଜଷ୍ଟିସ୍ ବି.ଆର ଗାଭାଇ, ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ ଏବଂ ଜଷ୍ଟିସ୍ ବି.ଭି ନାଗରତ୍ନା ରହିବେ। ଏହି ଖଣ୍ଡପୀଠ ବୁଧବାରଠାରୁ ପାଞ୍ଚଟି ମାମଲାର ଶୁଣାଣି କରିବେ। ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରାୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ୫୮ଟି ଆବେଦନର ଶୁଣାଣି ଆରମ୍ଭ ହେବ। ୨୦୧୬ ଡିସେମ୍ବର ୧୬ରେ ପ୍ରଧାନ ବିଚାରପତି ଥÒବା ଟି.ଏସ୍ ଠାକୁର ଏବଂ ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ୍‌ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ବୈଧ୍ୟତା ଏବଂ ଅନ୍ୟାନ୍ୟ ପ୍ରଶ୍ନକୁ ଏକ ବୃହତ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ନିକଟକୁ ପଠାଇଦେଇଥିଲେ।

28 Sep 2022 By The Sakala

୧୬୨୬ କୋଟି ୫୦୦ ଟଙ୍କିଆ ଓ ୫୪ କୋଟି ୨୦୦୦ ଟଙ୍କିଆ ନୋଟ୍‌ର ପତ୍ତା ମିଳୁନି : ଆର୍‌ବିଆଇ

ମୁମ୍ବଇ : କଳାଧନ କାରବାରକୁ ରୋକିବା ଲାଗି ୨୦୧୬ ମସିହାରେ ରାତି ଅଧିଆ ବିମୁଦ୍ରାୟନ ଘୋଷଣା ପରେ କେନ୍ଦ୍ର ସରକାର ଛାପିଥିବା ନୋଟ ମଧ୍ୟରୁ ୧୬୮୦ କୋଟି ଖଣ୍ଡ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ବଜାରରୁ ଉଭାନ ହୋଇଯାଇଛି। ଗାଏବ ହୋଇଯାଇଥିବା ଏହି ପରିମାଣର ନୋଟ୍‌ର ମୂଲ୍ୟ ୯.୨୧ ଲକ୍ଷ କୋଟି ହେବ। ଏହି ଟଙ୍କା ବ୍ୟାଙ୍କରେ ଜମା ହୋଇନାହିଁ କି ଚଳନ୍ତି ବଜାରରେ ମଧ୍ୟ କାରବାର ହେଉନାହିଁ। ଖୋଦ୍ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି ଟଙ୍କା ସମ୍ପର୍କରେ କୌଣସି ଟେର ପାଉନାହିଁ ବୋଲି ତା’ର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ତେଣୁ ଏହି ପରିମାଣର ଟଙ୍କା କଳାଧନ ପାଲଟିଥିବା ନେଇ ଅର୍ଥନୀତି ବିଶାରଦମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ରିପୋର୍ଟ ଅନୁସାରେ ୨୦୧୬ଠାରୁ ଏପର୍ଯ୍ୟନ୍ତ ଦେଶରେ ୩୭୦ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଛପାଯାଇଛି। ସେଥିରୁ ୧୦୨ କୋଟି ଖଣ୍ଡ ନୋଟ୍‌ ଏହି ୬ ବର୍ଷରେ ନଷ୍ଟ ହୋଇଛି । ତେଣୁ ବର୍ତ୍ତମାନ ଚଳନ୍ତି ବଜାରରେ ୨୬୮ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ରହିବାକଥା, ମାତ୍ର ୨୦୨୧-୨୨ରେ ଚଳନ୍ତି ବଜାରରେ ୨୧୪.୨ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ରହିଛି। ଅର୍ଥାତ୍ ୫୪ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ କାରବାରରୁ ଗାଏବ ହୋଇଯାଇଛି। ଏହି ନୋଟ୍ ଗୁଡ଼ିକର ମୋଟ ମୂଲ୍ୟ ୧.୦୮ ଲକ୍ଷ କୋଟି ଟଙ୍କା।

ସେହିଭଳି ୬ ବର୍ଷ ମଧ୍ୟରେ ୬୪୭୯ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛପା ହୋଇଛି। ସେଥିରୁ ୨୯୮କୋଟି ଖଣ୍ଡ ନୋଟ୍‌ ଏହି ୬ ବର୍ଷରେ ନଷ୍ଟ ହୋଇଥିବାରୁ ଚଳନ୍ତି ବଜାରରେ ୬୧୮୧ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ ହେବା କଥା । କିନ୍ତୁ ଚଳନ୍ତି ବଜାରରେ ୪୫୫୫ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ରହିଛି ଓ ୧୬୨୬ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟର ପତ୍ତା ମିଳୁନାହିଁ । ଏହି ଗାଏବ ହୋଇଥିବା ୧୬୨୬ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୮.୧୩ ଲକ୍ଷ କୋଟି ଟଙ୍କା। ଏହି ପରିପ୍ରେକ୍ଷୀରେ କଳାଧନ ଜମା କରିବା ପାଇଁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌କୁ ସର୍ବାଧିକ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଉଛି। ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ୨୦୧୯ ମସିହାରୁ ଦେଶରେ ୨୦୦୦ ଟଙ୍କିଆ ନୋଟ୍‌ ଛାପା ବନ୍ଦ ହୋଇଯାଇଛି। ୨୦୧୬ ତୁଳନାରେ ନୂତନ ୫୦୦ ଟଙ୍କିଆ ନୋଟର ଛପା ୭୬% ବୃଦ୍ଧି ପାଇଛି।

ଆଜି ସୁପ୍ରିମକୋର୍ଟରେ ନୋଟ୍‌ବନ୍ଦୀ ଶୁଣାଣି

କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ଦେଶରେ ନେଇଥିବା ନୋଟ୍‌ବନ୍ଦୀ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ନୋଟ୍‌ବନ୍ଦୀ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ବୁଧବାର ସୁପ୍ରିମକୋର୍ଟରେ ହେବ। ଏହାକୁ ମିଶାଇ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ପାଞ୍ଚ ଜଣି ନ୍ୟାୟାଧୀଶଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରିଛନ୍ତି। ବର୍ତ୍ତମାନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ.ୟୁ, ଲଳିତ୍‌,ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ବରେ ପାଞ୍ଚ ସଦସ୍ୟ ବିଶିଷ୍ଟ ତିନୋଟି ଖଣ୍ଡପୀଠ ଦୀର୍ଘ ବର୍ଷ ହେବ ପଡିରହିଥିବା ବିଭିନ୍ନ ମାମଲାର ଶୁଣାଣି କରୁଛନ୍ତି।

ଚତୁର୍ଥ ଖଣ୍ଡପୀଠ ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଯେଉଁଥିରେ ଜଷ୍ଟିସ୍ ବି.ଆର ଗାଭାଇ, ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ ଏବଂ ଜଷ୍ଟିସ୍ ବି.ଭି ନାଗରତ୍ନା ରହିବେ। ଏହି ଖଣ୍ଡପୀଠ ବୁଧବାରଠାରୁ ପାଞ୍ଚଟି ମାମଲାର ଶୁଣାଣି କରିବେ। ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରାୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ୫୮ଟି ଆବେଦନର ଶୁଣାଣି ଆରମ୍ଭ ହେବ। ୨୦୧୬ ଡିସେମ୍ବର ୧୬ରେ ପ୍ରଧାନ ବିଚାରପତି ଥÒବା ଟି.ଏସ୍ ଠାକୁର ଏବଂ ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ୍‌ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ବୈଧ୍ୟତା ଏବଂ ଅନ୍ୟାନ୍ୟ ପ୍ରଶ୍ନକୁ ଏକ ବୃହତ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ନିକଟକୁ ପଠାଇଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର