ରାଷ୍ଟ୍ରପତିଙ୍କୁ ଭେଟିବ ବିଜେଡିର ସାଂସ୍କୃତିକ ୱିଙ୍ଗ୍‌

The Sakala Picture
Published On

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ବିଜେଡିର ସାଂସ୍କୃତିକ ୱିଙ୍ଗ୍‌ ସକ୍ଷାତ କରି ଭାଷା ସଂପର୍କିତ ଦାବି ଉପସ୍ଥାପନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛୁ । ସାଢ଼େ ୪ କୋଟିରୁ […]

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ବିଜେଡିର ସାଂସ୍କୃତିକ ୱିଙ୍ଗ୍‌ ସକ୍ଷାତ କରି ଭାଷା ସଂପର୍କିତ ଦାବି ଉପସ୍ଥାପନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛୁ । ସାଢ଼େ ୪ କୋଟିରୁ ୧ କୋଟି ଲୋକ ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା । ୟୁପିଏ ଏବଂ ମୋଦି ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅଷ୍ଟମ ଅନୁଚ୍ଛେଦରେ ‘ହୋ’ଭାଷାକୁ ସାମିଲ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ରାଜନୈତିକ ଦଳ ନିର୍ବାଚନୀ ଇସ୍ତହାରରେ ଏହାକୁ ଉଲ୍ଲେଖ କରିଥିଲେ। ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଓ ନୀତି ଆୟୋଗ ପାଖରେ ଦାବି କରିଛନ୍ତି। ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଥିଲା। କମିଟି ରିପୋର୍ଟ ଦେଇଛି। ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ। ଆଜି ସଂଧ୍ୟାରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜେଡି ତରଫରୁ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବ । ବିଜେଡିର ସାଂସ୍କୃତିକ ଉଇଙ୍ଗ ରାଷ୍ଟ୍ରପତିଙ୍କୁ ଭେଟିବ । ଦାବି ପୁଣି ଉପସ୍ଥାପନ କରିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ଲୋକ ‘ହୋ’ ଭାଷା ବ୍ୟବହାର କରନ୍ତି । ଏହି ଭାଷାରେ ବହୁ ମାଧୁର୍ଯ୍ଯ ଅଛି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ । ‘ହୋ’ ଭାଷା ଲୋକଙ୍କୁ ଓଡ଼ିଆ କହିବାରେ ଅସୁବିଧା ହୁଏ। ମାନ୍ୟତା ମିଳିଲେ, ସେମାନେ ସମାଜରେ ତାଳରେ ତାଳରେ ଦେଇପାରିବେ । କୋଶଳୀ ବହୁତ ମିଠା ଭାଷା । ଏହି ଭାଷା ଆତ୍ମାକୁ ଛୁଇଁ ଯାଏ । ୭୫ ଲକ୍ଷ ଲୋକ ଏହି ଭାଷା କହନ୍ତି।

ସେହିପରି କୋଶଳୀରେ ରାମାୟଣ ଓ ମହାଭାରତ ରଚନା କରାଯାଇଛି। ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ । ଏହି ଦାବି ରାଷ୍ଟ୍ରପତିଙ୍କ ନଜରକୁ ଅଣାଯିବ । ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ପାଇବେ ବୋଲି କହିଛନ୍ତି ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ।

20 Mar 2021 By The Sakala

ରାଷ୍ଟ୍ରପତିଙ୍କୁ ଭେଟିବ ବିଜେଡିର ସାଂସ୍କୃତିକ ୱିଙ୍ଗ୍‌

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ବିଜେଡିର ସାଂସ୍କୃତିକ ୱିଙ୍ଗ୍‌ ସକ୍ଷାତ କରି ଭାଷା ସଂପର୍କିତ ଦାବି ଉପସ୍ଥାପନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛୁ । ସାଢ଼େ ୪ କୋଟିରୁ ୧ କୋଟି ଲୋକ ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା । ୟୁପିଏ ଏବଂ ମୋଦି ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅଷ୍ଟମ ଅନୁଚ୍ଛେଦରେ ‘ହୋ’ଭାଷାକୁ ସାମିଲ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାଜନୈତିକ ଦଳ ନିର୍ବାଚନୀ ଇସ୍ତହାରରେ ଏହାକୁ ଉଲ୍ଲେଖ କରିଥିଲେ। ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଓ ନୀତି ଆୟୋଗ ପାଖରେ ଦାବି କରିଛନ୍ତି। ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଥିଲା। କମିଟି ରିପୋର୍ଟ ଦେଇଛି। ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ। ଆଜି ସଂଧ୍ୟାରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜେଡି ତରଫରୁ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବ । ବିଜେଡିର ସାଂସ୍କୃତିକ ଉଇଙ୍ଗ ରାଷ୍ଟ୍ରପତିଙ୍କୁ ଭେଟିବ । ଦାବି ପୁଣି ଉପସ୍ଥାପନ କରିବ ବୋଲି କୁହାଯାଇଛି ।

ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ଲୋକ ‘ହୋ’ ଭାଷା ବ୍ୟବହାର କରନ୍ତି । ଏହି ଭାଷାରେ ବହୁ ମାଧୁର୍ଯ୍ଯ ଅଛି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ । ‘ହୋ’ ଭାଷା ଲୋକଙ୍କୁ ଓଡ଼ିଆ କହିବାରେ ଅସୁବିଧା ହୁଏ। ମାନ୍ୟତା ମିଳିଲେ, ସେମାନେ ସମାଜରେ ତାଳରେ ତାଳରେ ଦେଇପାରିବେ । କୋଶଳୀ ବହୁତ ମିଠା ଭାଷା । ଏହି ଭାଷା ଆତ୍ମାକୁ ଛୁଇଁ ଯାଏ । ୭୫ ଲକ୍ଷ ଲୋକ ଏହି ଭାଷା କହନ୍ତି।

ସେହିପରି କୋଶଳୀରେ ରାମାୟଣ ଓ ମହାଭାରତ ରଚନା କରାଯାଇଛି। ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ । ଏହି ଦାବି ରାଷ୍ଟ୍ରପତିଙ୍କ ନଜରକୁ ଅଣାଯିବ । ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ପାଇବେ ବୋଲି କହିଛନ୍ତି ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ।

https://www.thesakala.in/big-news/bjd-demands-inclusion-of-koshali-ho-mundari-and-bhumija-languages-in-8th-schedule-of-constitution/article-852
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର