କ୍ୟାରିୟରରେ ସଫଳତା ପାଇଁ କ’ଣ କରିବେ …..

The Sakala Picture
Published On

କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ମତାମତ ବିଭିନ୍ନ ବ୍ୟକ୍ତି ଠାରୁ ଶୁଣିବାକୁ ମିଳିଥାଏ। ହେଲେ ନିଜର ଆତ୍ମବିଶ୍ବାସ ଓ ଆଗ୍ରହକୁ ନେଇ କ୍ୟାରିୟର୍ ଚୟନ କରିବାରେ ଅଧିକ ଲାଭ ମିଳେ। କ୍ୟାରିୟର୍‌ରେ ସଫଳତା ଚାହୁଁଥିଲେ, ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ । ଯେକୌଣସି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ନିଜେ ଏହାକୁ କରିପାରିବ କି ନାହିଁ ପ୍ରଥମେ ଚିନ୍ତା କରନ୍ତୁ। କାରଣ ଚାକିରିରେ ସ୍ଥିରତା ବଜାୟ ରଖିବାକୁ ହୁଏ। ତେଣୁ ଆପଣଙ୍କ ବ୍ୟକ୍ତିତ୍ବ […]

କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ମତାମତ ବିଭିନ୍ନ ବ୍ୟକ୍ତି ଠାରୁ ଶୁଣିବାକୁ ମିଳିଥାଏ। ହେଲେ ନିଜର ଆତ୍ମବିଶ୍ବାସ ଓ ଆଗ୍ରହକୁ ନେଇ କ୍ୟାରିୟର୍ ଚୟନ କରିବାରେ ଅଧିକ ଲାଭ ମିଳେ। କ୍ୟାରିୟର୍‌ରେ ସଫଳତା ଚାହୁଁଥିଲେ, ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଯେକୌଣସି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ନିଜେ ଏହାକୁ କରିପାରିବ କି ନାହିଁ ପ୍ରଥମେ ଚିନ୍ତା କରନ୍ତୁ। କାରଣ ଚାକିରିରେ ସ୍ଥିରତା ବଜାୟ ରଖିବାକୁ ହୁଏ। ତେଣୁ ଆପଣଙ୍କ ବ୍ୟକ୍ତିତ୍ବ ଏବଂ ବୁଦ୍ଧିମତାକୁ ସୁହାଉଥିବା କାମକୁ ସର୍ବଦା ପ୍ରାଧାନ୍ୟ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

  • ନିଜେ ବାଛନ୍ତୁ କ୍ୟାରିୟର

ଚାକିରି ଚୟନକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ ପରାମର୍ଶ ମିଳିଥାଏ ତେବେ ଏଭଳି ପରାମର୍ଶଦାତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ୟ କେହି ଏକ ସଫଳ କ୍ୟାରିୟର ହାସଲ କରିଥିବା ବେଳେ ଆପଣ ସମାନ କ୍ୟାରିୟରରେ ସମାନ ସଫଳତା ପାଇବେ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ୍। କ୍ୟାରିୟର ଚୟନ ସର୍ବଦା ବ୍ୟକ୍ତିଗତ ନିଷ୍ପତ୍ତି ହେବା ଉଚିତ, ଯାହାଦ୍ବାରା ଆପଣଙ୍କୁ ଆତ୍ମସନ୍ତୁଷ୍ଟି ମଧ୍ୟ ମିଳିପାରିବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

  • ନିଜ ସଫଳତାକୁ ମାପନ୍ତୁ

ଆପଣ ଗୋଟିଏ ଦିନର କାମକୁ ସଫଳତା ବୋଲି ବିବେଚନା କରନ୍ତୁନାହିଁ । ଲଗାତାର ଆପଣ ସଫଳ ହେବା ପରେ ମଧ୍ୟ ନିଜର କାର୍ଯ୍ୟକୁ ଅବହେଳା କରନ୍ତୁ ନାହିଁ । ସମୟ କ୍ରମେ ନିଜର ସଫଳତାକୁ ମାପନ୍ତୁ ଏବଂ ନିଜର ଲକ୍ଷ୍ୟସ୍ଥଳ ଆଡ଼କୁ ଗତି କରନ୍ତୁ।

  •  ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ

ଆପଣ ସବୁକିଛି ଜାଣିଛନ୍ତି ବୋଲି ଭାବନ୍ତୁ ନାହିଁ । ନିଜଠାରୁ ଅଭିଜ୍ଞ ଲୋକଙ୍କୁ ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ । ଏହା ଆପଣଙ୍କ କ୍ୟାରିୟର ପ୍ରତି ସହାୟକ ହେବ। ଏହା ସହିତ କର୍ମକ୍ଷେତ୍ରରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଦୃଢ଼ତର ହେବ।

  • ଧନ୍ୟବାଦ ଦିଅନ୍ତୁ

ପ୍ରଥମେ ଧନ୍ୟବାଦ ଜ୍ଞାପନ କରିବା ଶିଖନ୍ତୁ । ଯଦି କୌଣସି ଉପରିସ୍ଥ ଅଧିକାରୀ ଆପଣଙ୍କୁ ସହାୟତା କରୁଛନ୍ତି, ତାଙ୍କୁ ଧନ୍ୟବାଦ ଜଣାନ୍ତୁ । ନିଜର ଭୁଲ୍‌କୁ ସ୍ବୀକାର କରନ୍ତୁ ଏବଂ ଠିକଣା ରାସ୍ତା ଖୋଜନ୍ତୁ । ସଠିକ୍ ରାସ୍ତା ଦେଖାଉଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଧନ୍ୟବାଦ ଦିଅନ୍ତୁ ।

05 Jan 2022 By The Sakala

କ୍ୟାରିୟରରେ ସଫଳତା ପାଇଁ କ’ଣ କରିବେ …..

କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ମତାମତ ବିଭିନ୍ନ ବ୍ୟକ୍ତି ଠାରୁ ଶୁଣିବାକୁ ମିଳିଥାଏ। ହେଲେ ନିଜର ଆତ୍ମବିଶ୍ବାସ ଓ ଆଗ୍ରହକୁ ନେଇ କ୍ୟାରିୟର୍ ଚୟନ କରିବାରେ ଅଧିକ ଲାଭ ମିଳେ। କ୍ୟାରିୟର୍‌ରେ ସଫଳତା ଚାହୁଁଥିଲେ, ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ।

ଯେକୌଣସି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ନିଜେ ଏହାକୁ କରିପାରିବ କି ନାହିଁ ପ୍ରଥମେ ଚିନ୍ତା କରନ୍ତୁ। କାରଣ ଚାକିରିରେ ସ୍ଥିରତା ବଜାୟ ରଖିବାକୁ ହୁଏ। ତେଣୁ ଆପଣଙ୍କ ବ୍ୟକ୍ତିତ୍ବ ଏବଂ ବୁଦ୍ଧିମତାକୁ ସୁହାଉଥିବା କାମକୁ ସର୍ବଦା ପ୍ରାଧାନ୍ୟ ଦିଅନ୍ତୁ ।

  • ନିଜେ ବାଛନ୍ତୁ କ୍ୟାରିୟର

ଚାକିରି ଚୟନକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ ପରାମର୍ଶ ମିଳିଥାଏ ତେବେ ଏଭଳି ପରାମର୍ଶଦାତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ୟ କେହି ଏକ ସଫଳ କ୍ୟାରିୟର ହାସଲ କରିଥିବା ବେଳେ ଆପଣ ସମାନ କ୍ୟାରିୟରରେ ସମାନ ସଫଳତା ପାଇବେ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ୍। କ୍ୟାରିୟର ଚୟନ ସର୍ବଦା ବ୍ୟକ୍ତିଗତ ନିଷ୍ପତ୍ତି ହେବା ଉଚିତ, ଯାହାଦ୍ବାରା ଆପଣଙ୍କୁ ଆତ୍ମସନ୍ତୁଷ୍ଟି ମଧ୍ୟ ମିଳିପାରିବ ।

  • ନିଜ ସଫଳତାକୁ ମାପନ୍ତୁ

ଆପଣ ଗୋଟିଏ ଦିନର କାମକୁ ସଫଳତା ବୋଲି ବିବେଚନା କରନ୍ତୁନାହିଁ । ଲଗାତାର ଆପଣ ସଫଳ ହେବା ପରେ ମଧ୍ୟ ନିଜର କାର୍ଯ୍ୟକୁ ଅବହେଳା କରନ୍ତୁ ନାହିଁ । ସମୟ କ୍ରମେ ନିଜର ସଫଳତାକୁ ମାପନ୍ତୁ ଏବଂ ନିଜର ଲକ୍ଷ୍ୟସ୍ଥଳ ଆଡ଼କୁ ଗତି କରନ୍ତୁ।

  •  ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ

ଆପଣ ସବୁକିଛି ଜାଣିଛନ୍ତି ବୋଲି ଭାବନ୍ତୁ ନାହିଁ । ନିଜଠାରୁ ଅଭିଜ୍ଞ ଲୋକଙ୍କୁ ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ । ଏହା ଆପଣଙ୍କ କ୍ୟାରିୟର ପ୍ରତି ସହାୟକ ହେବ। ଏହା ସହିତ କର୍ମକ୍ଷେତ୍ରରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଦୃଢ଼ତର ହେବ।

  • ଧନ୍ୟବାଦ ଦିଅନ୍ତୁ

ପ୍ରଥମେ ଧନ୍ୟବାଦ ଜ୍ଞାପନ କରିବା ଶିଖନ୍ତୁ । ଯଦି କୌଣସି ଉପରିସ୍ଥ ଅଧିକାରୀ ଆପଣଙ୍କୁ ସହାୟତା କରୁଛନ୍ତି, ତାଙ୍କୁ ଧନ୍ୟବାଦ ଜଣାନ୍ତୁ । ନିଜର ଭୁଲ୍‌କୁ ସ୍ବୀକାର କରନ୍ତୁ ଏବଂ ଠିକଣା ରାସ୍ତା ଖୋଜନ୍ତୁ । ସଠିକ୍ ରାସ୍ତା ଦେଖାଉଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଧନ୍ୟବାଦ ଦିଅନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର