ଦୀର୍ଘ ୨୧ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ଭାରତର ହରନାଜ କୌର ସନ୍ଧୁ ଜିତିଲେ ମିସ୍ ୟୁନିଭର୍ସ ଟାଇଟଲ୍

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ପଞ୍ଜାବ ଚଣ୍ଡୀଗଡ଼ର ୨୧ ବର୍ଷ ବୟସ୍କା ହରନାଜ କୌର ସନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଛନ୍ତି । ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ତୃତୀୟ ଭାରତୀୟ ଭାବେ ହରନାଜ କୌର ସନ୍ଧୁ ଏହି ଟାଇଟଲ ଜିତିଛନ୍ତି । ଇସ୍ରାଏଲର ଅନୁଷ୍ଠିତ […]

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ପଞ୍ଜାବ ଚଣ୍ଡୀଗଡ଼ର ୨୧ ବର୍ଷ ବୟସ୍କା ହରନାଜ କୌର ସନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଛନ୍ତି । ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ତୃତୀୟ ଭାରତୀୟ ଭାବେ ହରନାଜ କୌର ସନ୍ଧୁ ଏହି ଟାଇଟଲ ଜିତିଛନ୍ତି । ଇସ୍ରାଏଲର ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହରନାଜଙ୍କ ପୂର୍ବରୁ ୨୦୦୦ ମସିହାରେ ଭାରତର ଲାରା ଦତ୍ତ ଶେଷଥର ପାଇଁ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଥିଲେ । ସନ୍ଧୁଙ୍କ ପୂର୍ବରୁ କେବଳ ୨ ଜଣ ଭାରତୀୟ ଏହି ଗୌରବ ଦେଶ ପାଇଁ ଆଣିଛନ୍ତି । ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ୍ ପିନ୍ଧିଥିଲେ ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ପଞ୍ଜାବର ଚଣ୍ଡିଗଡ଼ରେ ରୁହନ୍ତି ହରନାଜ କୌର ସନ୍ଧୁ । ପେଶାର ଜଣେ ମଡେଲ୍ ହେଉଛନ୍ତି ହରନାଜ୍ । ସେ ସାଧାରଣ ପ୍ରଶାସନରେ ଏମ.ଏ କରିଛନ୍ତି । ହରନାଜ ମିସ୍ ୟୁନିଭର୍ସ ହୋଇଥିବା ବେଳେ ପାରାଗୁଏର ୨୨ ବର୍ଷୀୟ ନାଦିଆ ଫରେରା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଲାଲେଲା ମସୱାନେ ତୃତୀୟ ସ୍ଥାନରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

13 Dec 2021 By The Sakala

ଦୀର୍ଘ ୨୧ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ଭାରତର ହରନାଜ କୌର ସନ୍ଧୁ ଜିତିଲେ ମିସ୍ ୟୁନିଭର୍ସ ଟାଇଟଲ୍

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ପଞ୍ଜାବ ଚଣ୍ଡୀଗଡ଼ର ୨୧ ବର୍ଷ ବୟସ୍କା ହରନାଜ କୌର ସନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଛନ୍ତି । ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ତୃତୀୟ ଭାରତୀୟ ଭାବେ ହରନାଜ କୌର ସନ୍ଧୁ ଏହି ଟାଇଟଲ ଜିତିଛନ୍ତି । ଇସ୍ରାଏଲର ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହରନାଜଙ୍କ ପୂର୍ବରୁ ୨୦୦୦ ମସିହାରେ ଭାରତର ଲାରା ଦତ୍ତ ଶେଷଥର ପାଇଁ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଥିଲେ । ସନ୍ଧୁଙ୍କ ପୂର୍ବରୁ କେବଳ ୨ ଜଣ ଭାରତୀୟ ଏହି ଗୌରବ ଦେଶ ପାଇଁ ଆଣିଛନ୍ତି । ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ୍ ପିନ୍ଧିଥିଲେ ।

ପଞ୍ଜାବର ଚଣ୍ଡିଗଡ଼ରେ ରୁହନ୍ତି ହରନାଜ କୌର ସନ୍ଧୁ । ପେଶାର ଜଣେ ମଡେଲ୍ ହେଉଛନ୍ତି ହରନାଜ୍ । ସେ ସାଧାରଣ ପ୍ରଶାସନରେ ଏମ.ଏ କରିଛନ୍ତି । ହରନାଜ ମିସ୍ ୟୁନିଭର୍ସ ହୋଇଥିବା ବେଳେ ପାରାଗୁଏର ୨୨ ବର୍ଷୀୟ ନାଦିଆ ଫରେରା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଲାଲେଲା ମସୱାନେ ତୃତୀୟ ସ୍ଥାନରେ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର