ଦେଢ଼ଶହ ଛୁଇଁବ ପେଟ୍ରୋଲ !

The Sakala Picture
Published On

ନୂଆଦିଲ୍ଲୀ: ଥମୁନି ତେଲ ତାତି। କମୁନି ଦର। ଦୈନିକ ବଢ଼ୁଛି ପେଟ୍ରୋଲ ଏବଂ ଡିଜେଲ ଦର। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଦର ଏଭଳି ସ୍ତରରେ ପହଞ୍ଚିଛି ଯେଉଁଠି ପେଟ୍ରୋଲ ଏବେ ଲିଟର ପିଛା ୧୨୧ ଟଙ୍କା ଟପିଯାଇଛି। ଆହୁରିମଧ୍ୟ ଆଗକୁ ଦର କମିବାର ସମ୍ଭାବନା କମ୍‌। ବ୍ରୋକରେଜ୍‌ ହାଉସ୍‌ଗୁଡିକ ପକ୍ଷରୁ କରାଯାଇଥିବା ପୂର୍ବନୁମାନ ଅନୁଯାୟୀ, ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କା […]

ନୂଆଦିଲ୍ଲୀ: ଥମୁନି ତେଲ ତାତି। କମୁନି ଦର। ଦୈନିକ ବଢ଼ୁଛି ପେଟ୍ରୋଲ ଏବଂ ଡିଜେଲ ଦର। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଦର ଏଭଳି ସ୍ତରରେ ପହଞ୍ଚିଛି ଯେଉଁଠି ପେଟ୍ରୋଲ ଏବେ ଲିଟର ପିଛା ୧୨୧ ଟଙ୍କା ଟପିଯାଇଛି। ଆହୁରିମଧ୍ୟ ଆଗକୁ ଦର କମିବାର ସମ୍ଭାବନା କମ୍‌। ବ୍ରୋକରେଜ୍‌ ହାଉସ୍‌ଗୁଡିକ ପକ୍ଷରୁ କରାଯାଇଥିବା ପୂର୍ବନୁମାନ ଅନୁଯାୟୀ, ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କା ଛୁଇଁବା ସମ୍ଭାବନା ରହିଛି। ଏଜେନ୍ସିର ଏଭଳି ରିପୋର୍ଟ ଖାଉଟିଙ୍କ ନିଦ ହଜାଇ ଦେଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, କେବଳ ଅକ୍ଟୋବର ମାସରେ ଦେଶରେ ତେଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଅକ୍ଟୋବରରେ ପେଟ୍ରୋଲ ଦର ୨୪ ଥର ବୃଦ୍ଧି ପାଇଛି। ଏହି ସମୟରେ ଘରୋଇ ବଜାରରେ ପେଟ୍ରୋଲ ୭ ଟଙ୍କା ୭୦ ପଇସା ଏବଂ ଡିଜେଲ ୮ ଟଙ୍କା ୨୦ ପଇସା ବଢ଼ିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସୋମବାପ ପୁଣି  ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୬୯ପଇସା ଏବଂ ଡିଜେଲ ଲିଟର ପିଛା ୯୮ ଟଙ୍କା ୪୨ ପଇସା ରହିଛି। କେବଳ ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ୨୪ ଥର ମହଙ୍ଗା ହୋଇଛି, ଯାହାକି କୌଣସି ମାସରେ ସର୍ବାଧିକ। ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୭ଟଙ୍କା ୭୦ ପଇସା ଏବଂ ଡିଜେଲ ୮ ଟଙ୍କା ୨୦ ପଇସା ବୃଦ୍ଧି ଘଟିଛି । ୨୦୨୧କୁ ବିଚାରକୁ ନେଲେ ଚଳିତବର୍ଷ ଜାନୁଆରୀ ପହିଲାରେ ଦେଶରେ ପେଟ୍ରୋଲ ୮୩ ଟଙ୍କା ୯୭ ପଇସା ଏବଂ ଡିଜେଲ ଲିଟର ପିଛା ୭୪ ଟଙ୍କା ୧୨ ପଇସା ରହିଥିଲା। ବର୍ତ୍ତମାନ ଏହା ଲିଟର ପିଛା ୧୦୯ ଟଙ୍କା ୩୪ ପଇସା ଏବଂ ଡିଜେଲ ଲିଟର ପିଛା ୯୮ ଟଙ୍କା ୦୭ ପଇସା ରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ମାତ୍ର ୧୦ ମାସ ମଧ୍ୟରେ ଘରୋଇ ବଜାରରେ ପେଟ୍ରୋଲ ୨୫ ଟଙ୍କା ୩୭ ପଇସା ଏବଂ ଡିଜେଲ ୨୩ ଟଙ୍କା ୯୭ ପଇସା ବ୍ୟୟବହୁଳ ହୋଇଛି। ଆସନ୍ତା ବର୍ଷ ସୁଦ୍ଧା ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାର ଛୁଇଁପାରେ ବୋଲି ବ୍ରୋକରେଜ୍‌ ଫାର୍ମ ଗୋଲ୍ଡମ୍ୟାନ୍ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୧୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ। ଅର୍ଥାତ୍ ଅଶୋଧିତ ତୈଳର ମୂଲ୍ୟ ଆଗାମୀ ଦିନରେ ୩୦ ପ୍ରତିଶତ ବୃଦ୍ଧି ହୋଇପାରେ। ଏହାହେଲେ ଭାରତରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୫୦ ଟଙ୍କା ହୋଇପାରେ। ସେହିଭଳି ଡିଜେଲ ମୂଲ୍ୟ ଲିଟର ୧୪୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବର୍ତ୍ତମାନ ୩୩ ଟି ରାଜ୍ୟରେ ପେଟ୍ରୋଲ ଏବଂ ୧୮ ଟି ରାଜ୍ୟରେ ଡିଜେଲ ୧୦୦ ଟଙ୍କା ଅତିକ୍ରମ କରିଛି। ଦେଶର ୩୩ ଟି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଡାମନ ଏବଂ ଡିୟୁ, ଛତିଶଗଡ, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ମଣିପୁର, ନାଗାଲାଣ୍ଡ, ପୁଡୁଚେରୀ, ତେଲେଙ୍ଗାନା, ପଞ୍ଜାବ, ସିକ୍କିମ, ଓଡିଶା, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ , ଅରୁଣାଚଳ ପ୍ରଦେଶ, ମିଜୋରାମ, ଝାଡଖଣ୍ଡ, ଗୋଆ, ଆସାମ, ଗୁଜୁରାଟ, ହରିୟାଣା, ହିମାଚଳ, ଉତ୍ତରପ୍ରଦେଶ, ମେଘାଳୟ, ଦାଦ୍ରା ଏବଂ ନାଗର ହାଭେଲି ଏବଂ ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ। ଅନ୍ୟପକ୍ଷରେ ଡିଜେଲ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା, ବିହାର, ଗୁଜୁରାଟ, ନାଗାଲାଣ୍ଡ, ମହାରାଷ୍ଟ୍ର, ଦାମନ ଏବଂ ଡିୟୁ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କେରଳ, କର୍ଣ୍ଣାଟକ, ଗୋଆ, ଦାଦ୍ରା ଏବଂ ନାଗର ହାଭେଲି, ତାମିଲନାଡୁ ଏବଂ ରାଜସ୍ଥାନ ଅନେକ ସ୍ଥାନରେ ଏହା ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି। ଆଜି ଭୁବନେଶ୍ୱରଠାରେ ପେଟ୍ରୋଲ ଲିଟର ପିଛା ୩୬ ପଇସା ଏବଂ ଡିଜେଲ ୩୮ ପଇସା ବୃଦ୍ଧି ଘଟିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୩୨ ପଇସାରେ ପହଞ୍ଚିଥÒବାବେଳେ ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ଛୁଇଁଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର