ବୟସ୍କଙ୍କୁ ଆଇଟିଆର୍‌ ରିଆତି

The Sakala Picture
Published On

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଆଉ ବୟସ୍କମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବନାହିଁ। କାରଣ କେନ୍ଦ୍ର ସରକାର ୭୫ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ ରିଟର୍ଣ୍ଣ ଦାଖଲରୁ ରିଆତି ଦେଇଛନ୍ତି। ଫଳରେ ଏହି ବର୍ଗ ମଧ୍ୟରେ ଆସୁଥିବା ଲୋକଙ୍କୁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫାଇଲ କରିବାକୁ ପଡିବନାହିଁ। ଏଥିପାଇଁ ଆୟକର ବିଭାଗ ପକ୍ଷରୁ ନୂଆ ଫର୍ମ ଜାରି କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକବର୍ଷର ସାଧାରଣ ବଜେଟରେ ପ୍ରଥମ କରି କେନ୍ଦ୍ର ସରକାର ୭୫ ବର୍ଷରୁ […]

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଆଉ ବୟସ୍କମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବନାହିଁ। କାରଣ କେନ୍ଦ୍ର ସରକାର ୭୫ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ ରିଟର୍ଣ୍ଣ ଦାଖଲରୁ ରିଆତି ଦେଇଛନ୍ତି। ଫଳରେ ଏହି ବର୍ଗ ମଧ୍ୟରେ ଆସୁଥିବା ଲୋକଙ୍କୁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫାଇଲ କରିବାକୁ ପଡିବନାହିଁ। ଏଥିପାଇଁ ଆୟକର ବିଭାଗ ପକ୍ଷରୁ ନୂଆ ଫର୍ମ ଜାରି କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକବର୍ଷର ସାଧାରଣ ବଜେଟରେ ପ୍ରଥମ କରି କେନ୍ଦ୍ର ସରକାର ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ରିଆତି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଯାହାକୁ ଏବେ କାର୍ଯ୍ୟକାରୀ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଏହି ସୁବିଧା କେବଳ ସେହିମାନଙ୍କ ଲାଗି ଲାଗୁ ହେବ ଯେଉଁ ବୟସ୍କ ବ୍ୟକ୍ତିମାନଙ୍କର ପେନ୍‌ସନ୍‌ରୁ ହେଉଥିବା ଆୟ ଏବଂ ସେହି ବ୍ୟାଙ୍କରେ ଅବଧି ଜମା (ଏଫ୍‌ଡି) ରାଶି ଉପରେ ସୁଧ ଆୟ ହେଉଥିବ। ଏଥିପାଇଁ ଉଦ୍ଧିଷ୍ଟ ନୂଆ ଫର୍ମ ସମ୍ପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଘୋଷଣା କରାଯାଇଛି। ଏହି ଫର୍ମକୁ ବୟସ୍କ କରଦାତା ସେମାନଙ୍କର ଆକାଉଣ୍ଟ ଥିବା ବ୍ୟାଙ୍କରେ ଦାଖଲ କରିବାକୁ ପଡିବ। ଏହି ବର୍ଗରେ ଆସୁଥିବା ବରିଷ୍ଠ ନାଗରିକମାନେ ଏପ୍ରିଲ ପହିଲାଠାରୁ ଆରମ୍ଭ ହୋଇଥିବା ନୂଆ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ବାଧ୍ୟ ହେବେ ନାହିଁ । ଆୟକର ଅଧିନିୟମ ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ରୋଜଗାର କରୁଥିବା ସମସ୍ତ ଲୋକଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ବରିଷ୍ଠ ନାଗରିକ (୬୦ ବର୍ଷ କିମ୍ବା ତା’ଠାରୁ ଅଧିକ) ଏବଂ ଅତ୍ୟଧିକ ବରିଷ୍ଠ ନାଗରିକ (୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ) ପାଇଁ ଏହି ସୀମା ସାମାନ୍ୟ ଅଧିକ। ଆୟକର ରିଟର୍ଣ୍ଣ ଦାଖଲ କରୁ ନଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଜରିମାନା ସହ ଟିଡିଏସ୍‌(ଉତ୍ସରୁ ଟିକସ ବାଦ୍‌) ବାବଦରେ ଅର୍ଥ କଟିଥାଏ। ନାଙ୍ଗିଆନ୍ ଆଣ୍ଡ କୋ ଏଲଏଲପି ନିର୍ଦ୍ଦେଶକ ଇଟେଶ ଦୋଡି କହିଛନ୍ତି ଯେ, ଟିକସ ଅନୁପାଳନ ଭାରକୁ କମ୍ କରିବା ପାଇଁ ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ବଜେଟରେ କିଛି ରିଆତି ପ୍ରଦାନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ପାଇଁ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ସରକାର ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ଉପରେ ଟିକସ ନିୟମ ଅନୁପାଳନ ଭାର କମ୍‌ କରିବେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର