Rani Laxmibai Scooty Yojana: ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ମେଧାବୀ ଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଟି

Madhusudan Das Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଛାତ୍ରୀମାନଙ୍କ ପାଇଁ ଯୋଗୀ ସରକାରଙ୍କ ପକ୍ଷରୁ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମେଧାବୀ ଛାତ୍ରୀମାନଙ୍କୁ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ମାଗଣା ସ୍କୁଟି ପ୍ରଦାନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ୍ ବୈଠକରେ ରାଣୀ ଲକ୍ଷ୍ମୀବାଈ ସ୍କୁଟି ଯୋଜନାକୁ ସବୁଜ ସଙ୍କେତ ମିଳିଛି। ଏହି ଯୋଜନା ଅନୁସାରେ ପ୍ରାୟ ୫୦ ହଜାର ମେଧାବୀ ଛାତ୍ରୀଙ୍କୁ ମାଗଣା ସ୍କୁଟି ଦିଆଯିବ ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏହି ଯୋଜନା ଅଧୀନରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ (ଗ୍ରାଜୁଏସନ୍) ସ୍ତରରେ ପ୍ରତ୍ୟେକ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଟପ୍-୫ ଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ସ୍କୁଟି ପ୍ରଦାନ କରାଯିବ। ସମସ୍ତ ସରକାରୀ, ବେସରକାରୀ, ସେଲ୍ଫ-ଫଣ୍ଡିଂ କିମ୍ବା ଅନ୍ୟାନ୍ୟ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟଙ୍କ ସୂଚନା ଅନୁଯାୟୀ, ମେରିଟ୍ ଆଧାରରେ ଉତ୍ତୀର୍ଣ୍ଣ ଛାତ୍ରୀମାନଙ୍କୁ ଏହି ଲାଭ ମିଳିବ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ପରିବାରର ବାର୍ଷିକ ଆୟ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା ଯୋଗ୍ୟ ଛାତ୍ରୀଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ନିରାଶ୍ରୟ, ଦିବ୍ୟାଙ୍ଗ କିମ୍ବା ସହିଦ ପରିବାରର ଛାତ୍ରୀମାନଙ୍କ ପାଇଁ ମେରିଟ୍ ଏବଂ ଆୟ ସୀମାର ନିୟମ ଲାଗୁ ହେବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବର୍ଗର ଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ସ୍କୁଟି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଏହି ଯୋଜନା ପାଇଁ ପ୍ରାୟ ୪୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦,୦୦୦ ଛାତ୍ରୀ ଉପକୃତ ହେବେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସରକାରଙ୍କ ମତରେ, ଦୂରଦୂରାନ୍ତରୁ କଲେଜକୁ ଯାଉଥିବା ଛାତ୍ରୀମାନଙ୍କ ପାଇଁ ଯାତାୟାତ ଏକ ବଡ଼ ସମସ୍ୟା । ଅନେକ ଥର ପିଲାମାନେ ପଢା ମଧ୍ୟ ଛାଡିଦେଉଛନ୍ତି । ଏହାକୁ ଧ୍ୟାନରେ ରଖି ସରକାର ଛାତ୍ରୀମାନଙ୍କୁ ସ୍କୁଟି ଉପଲବ୍ଧ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାଗଣା ସ୍କୁଟି ମିଳିଲେ ସେମାନେ ସହଜରେ ଉଚ୍ଚଶିକ୍ଷା ଜାରି ରଖିପାରିବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ । ସୁଟିଂ ସହିତ ପଞ୍ଜିକରଣ, ବୀମା, ହେଲମେଟ, ୪ ଲିଟର ପେଟ୍ରୋଲ ଏବଂ ଜରୁରୀ ଉପକରଣ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର