ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରାନୀତି କମିଟି ବୈଠକ ପରେ ନୀତିଗତ ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଶ୍ୱ ସ୍ତରରେ ଦେଖାଦେଇଥିବା ଆର୍ଥିକ ଅନିଶ୍ଚିତତା ମଧ୍ୟରେ କ୍ରମାଗତ ଭାବେ ରେପୋ ରେଟକୁ ୫.୨୫ ପ୍ରତିଶତରେ ସ୍ଥିର ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକ ବୁଧବାର ଦିନ ଶେଷ ହୋଇଛି। ପଶ୍ଚିମ ଏସିଆରେ ଚାଲିଥିବା ତିକ୍ତତା ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କମିଟି ସର୍ବସମ୍ମତି କ୍ରମେ ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟି (SDF) ରେଟ୍ ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (MSF) ରେଟ୍ ସମେତ ବ୍ୟାଙ୍କ ହାର ମଧ୍ୟ ପୂର୍ବଭଳି ସ୍ଥିର ରହିଛି। ଆରବିଆଇ ନିଜର ନିରପେକ୍ଷ ବା 'ନ୍ୟୁଟ୍ରାଲ୍' ଆଭିମୁଖ୍ୟ ବଜାୟ ରଖିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସତର୍କ କରାଇ ଦେଇଛନ୍ତି ଯେ, ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ଏବଂ ମୌସୁମୀର ଅନିଶ୍ଚିତତା କାରଣରୁ ମୁଦ୍ରାସ୍ଫୀତି ବଢିବାର ଆଶଙ୍କା ରହିଛି। ଏହା ସତ୍ତ୍ୱେ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ୍ ରହିଥିବାରୁ ଏହା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ଦିନର ତଥ୍ୟ ଉପରେ ନଜର ରଖିବାକୁ ଏବଂ ସ୍ଥିତି ଅନୁଧ୍ୟାନ କରିବାକୁ କମିଟି ନିଷ୍ପତ୍ତି ନେଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର