କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କ ପରଲୋକ: ୯୨ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ

Suryakanta Picture
Published On

ଭାରତୀୟ ସଂଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରି ଆଉ ନାହାନ୍ତି ପ୍ରସିଦ୍ଧ କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେ୯୨ ବର୍ଷ ବୟସରେ ବଲିଉଡର ଏହି ସୁର ସାମ୍ରାଜ୍ଞୀଙ୍କର ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତରେ କେବଳ ବଲିଉଡ ନୁହେଁ, ସମଗ୍ର ଦେଶ ଓ ବିଶ୍ୱରେ ଥିବା ତାଙ୍କର କୋଟି କୋଟି ପ୍ରଶଂସକ ଶୋକରେ ବୁଡ଼ି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସ୍ୱାସ୍ଥ୍ୟାବସ୍ଥା ଓ ଦେହାନ୍ତ

ଗତ କିଛି ଦିନ ହେବ ଶ୍ୱାସକ୍ରିୟାଜନିତ ସମସ୍ୟା ଏବଂ ହୃଦଘାତ କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାରା ବିଶ୍ୱରେ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଥିବା ବେଳେ ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ମଲ୍ଟି ଅର୍ଗାନ୍ ଫେଲ୍‌ୱର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ବିଜେପି ନେତା ଆଶିଷ ଶେଲାର ଏହି ଦୁଃଖଦ ଖବରକୁ ସ୍ପଷ୍ଟ କରିଛନ୍ତି। ନିକଟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସଂଗୀତ ଜଗତରେ ଏକ ଯୁଗର ଅନ୍ତ

ଆଶା ଭୋଁସଲେଙ୍କର ଦେହାନ୍ତ ସହିତ ଭାରତୀୟ ସଂଗୀତ ଜଗତରେ ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଛି। ହିନ୍ଦୀ ସିନେମାରେ ପ୍ରାୟ ୮ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଣ୍ଠରେ ସେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେ ନିଜର ଦୀର୍ଘ କ୍ୟାରିଅରରେ ୨୦ରୁ ଅଧିକ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି। ଭାରତୀୟ କଳା ଓ ସଂସ୍କୃତି ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ଦାଦାସାହେବ ଫାଲକେ ପୁରସ୍କାର ଏବଂ ୨୦୦୮ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗତ ୨୦୨୫ ମସିହାରେ ବଲିଉଡ ଅନେକ କଳାକାରଙ୍କୁ ହରାଇଥିବା ବେଳେ ଏବେ ୨୦୨୬ ମସିହାରେ ଏହା ଭାରତୀୟ କଳା ଜଗତ ପାଇଁ ଆଉ ଏକ ଅପୂରଣୀୟ କ୍ଷତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସୋମବାର ହେବ ଶେଷକୃତ୍ୟ

ପ୍ରାପ୍ତ ସୂଚନା ଅନୁସାରେ, ଏହି କିମ୍ବଦନ୍ତୀ ଗାୟିକାଙ୍କର ଶେଷକୃତ୍ୟ ସୋମବାର ଅପରାହ୍ନ ୪ଟାରେ ମୁମ୍ବାଇ ସ୍ଥିତ ଦାଦର ଶିବାଜୀ ପାର୍କ ଶ୍ମଶାନରେ ସମ୍ପନ୍ନ କରାଯିବ। ତାଙ୍କର ଅନ୍ତିମ ଦର୍ଶନ ପାଇଁ ବଲିଉଡର ବହୁ ନାମୀଦାମୀ ବ୍ୟକ୍ତିବିଶେଷ ଓ ରାଜନେତାମାନେ ଏକାଠି ହେବାର ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର