ଆର୍‌ବିଆଇର ନୂଆ ନିର୍ଦ୍ଦେଶାବଳୀ, ରୁପା ବଦଳରେ ଏଣିକି ମିଳିବ ଋଣ..

ସ୍ମଲ୍‌ ଫାଇନାନ୍ସ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଦେଇପାରିବେ ଋଣ..

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆପଣ ‘ସୁନା ବଦଳରେ ଋଣ’ କଥା ଶୁଣିଥିବେ। ହେଲେ ଆପଣ କେବେ ରୁପା ବଦଳ ରଖି ଋଣ ନେଇଛନ୍ତି କି? ହୁଏତ ନୁହେଁ, କାରଣ ପୂର୍ବରୁ ଏପରି କିଛି ବ୍ୟବସ୍ଥା ନ ଥିଲା। କିନ୍ତୁ ଆଜିକାଲି, ‘ରୁପା ବଦଳରେ ଋଣ’ ବିଷୟ ବେଶ ଚର୍ଚ୍ଚାର ବିଷୟ।  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ଏଥିରେ ରୂପା ବଦଳରେ ଋଣ ଅନ୍ତର୍ଭୁକ୍ତ ହେବ। ଆର୍‌ବିଆଇ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ପରେ, ସୁନା ଏବଂ ରୂପା ବଦଳରେ ଋଣ ନେବା ନିୟମରେ ପରିବର୍ତ୍ତନ ହେବ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

 ଭାରତୀୟ ବଜାରରେ ସୁନା ଦର ଅମୂଲ ମୂଲ ରହିଆସିଥିବାବେଳେ, ଏଥିରେ ଏବେ ଯୋଡି ହୋଇଯାଇଛି ଚାନ୍ଦି ବା ରୁପା। ନିକଟରେ ରୁପା କିଲୋ ପିଛା ୨ ଲକ୍ଷ ଟଙ୍କା ଟପିଯାଇଥିଲା। ଫଳରେ ଏହି ଅତି ମହଙ୍ଗା ଧାତୁକୁ ଲୋକେ ବ୍ୟାଙ୍କରେ ବନ୍ଧକ ରଖି ଋଣ ଦେବାକୁ ଆଶା ବାନ୍ଧିଲେଣି। ତେବେ ଏଥିରେ ରୁପା ବଦଳରେ ଆକଣଙ୍କୁ ଋଣ କିଏ ପ୍ରଦାନ କରିପାରିବ, ତାହା ବଡ଼ କଥା।  ପ୍ରଥମେ, ଯଦି ଆପଣଙ୍କ ସୁନା ଏବଂ ରୁପା ବଦଳରେ ଋଣ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ବାଣିଜ୍ୟିକ ବ୍ୟାଙ୍କ ସହ  ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ହିଁ ରୁପା ବଦଳ ରଖି ଋଣ ଦେଇପାରିବେ। ଏହା ସହିତ, ଆପଣ ସହରାଞ୍ଚଳ ଏବଂ ଗ୍ରାମ୍ୟ ସମବାୟ ବ୍ୟାଙ୍କରୁ ବି ରୁା ବଦଳରେ ଋଣ ଉଠାଇପାରିବେ।  କେତେକ ଏନ୍‌ବିଏଫ୍‌ସି ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସୁନା ଭଳି ରୁପା ବନ୍ଧକ ରଖି ଋଣ ପ୍ରଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୁନା ଏବଂ ରୂପା ବଦଳରେ ଋଣ ପାଇବା ପାଇଁ, ଆପଣଙ୍କୁ ଏହାର ରୂପରେଖ ବୁଝିବାକୁ ପଡିବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାଥମିକ ରୁପା ଏବଂ ସୁନା ବଦଳରେ ଋଣ ପ୍ରଦାନ ଉପରେ କଟକଣା ଲଗାଇଛି। ଆପଣ ରୁପା ବାର୍ କିମ୍ବା ବ୍ଲକ୍ ଉପରେ ମଧ୍ୟ ଋଣ ପାଇପାରିବେ ନାହିଁ। ତଥାପି, ବ୍ୟାଙ୍କଗୁଡ଼ିକ ଋଣଗ୍ରହୀତାଙ୍କୁ ସେମାନଙ୍କର କ୍ଷଣସ୍ଥାୟୀ ଆବଶ୍ୟକତା ପୂରଣ କରିବା ପାଇଁ ରୁପା ଅଳଙ୍କାର ଏବଂ ମୁଦ୍ରା ଉପରେ ଋଣ ପ୍ରଦାନ କରିପାରିବେ। ଆର୍‌ବିଆଇ ଦ୍ୱାରା ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ଅଳଙ୍କାରର ମୋଟ ଓଜନ ସୁନା ଅଳଙ୍କାର ପାଇଁ ୧ କିଲୋଗ୍ରାମ ଏବଂ ରୁପା ଅଳଙ୍କାର ପାଇଁ ୧୦ କିଲୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ମୁଦ୍ରାର ମୋଟ ଓଜନ ସ୍ବର୍ଣ୍ଣ ମୁଦ୍ରା ପାଇଁ ଯେପରି ୫୦ ଗ୍ରାମ ଏବଂ ରୁପା ମୁଦ୍ରା ପାଇଁ ଏହା ୫୦୦ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ କେବଳ ସୁନା/ରୁପାର ଆଭ୍ୟନ୍ତରୀଣ ମୂଲ୍ୟ ବିଚାର କରିବ, ଏଥିରେ ହୀରା, ପଥର, ଡିଜାଇନ୍, ମୂଲ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ହେବନାହିଁ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

08 Nov 2025 By Deviprasad Mohanty

ଆର୍‌ବିଆଇର ନୂଆ ନିର୍ଦ୍ଦେଶାବଳୀ, ରୁପା ବଦଳରେ ଏଣିକି ମିଳିବ ଋଣ..

ସ୍ମଲ୍‌ ଫାଇନାନ୍ସ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଦେଇପାରିବେ ଋଣ..

ନୂଆଦିଲ୍ଲୀ: ଆପଣ ‘ସୁନା ବଦଳରେ ଋଣ’ କଥା ଶୁଣିଥିବେ। ହେଲେ ଆପଣ କେବେ ରୁପା ବଦଳ ରଖି ଋଣ ନେଇଛନ୍ତି କି? ହୁଏତ ନୁହେଁ, କାରଣ ପୂର୍ବରୁ ଏପରି କିଛି ବ୍ୟବସ୍ଥା ନ ଥିଲା। କିନ୍ତୁ ଆଜିକାଲି, ‘ରୁପା ବଦଳରେ ଋଣ’ ବିଷୟ ବେଶ ଚର୍ଚ୍ଚାର ବିଷୟ।  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ଏଥିରେ ରୂପା ବଦଳରେ ଋଣ ଅନ୍ତର୍ଭୁକ୍ତ ହେବ। ଆର୍‌ବିଆଇ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ପରେ, ସୁନା ଏବଂ ରୂପା ବଦଳରେ ଋଣ ନେବା ନିୟମରେ ପରିବର୍ତ୍ତନ ହେବ।

 ଭାରତୀୟ ବଜାରରେ ସୁନା ଦର ଅମୂଲ ମୂଲ ରହିଆସିଥିବାବେଳେ, ଏଥିରେ ଏବେ ଯୋଡି ହୋଇଯାଇଛି ଚାନ୍ଦି ବା ରୁପା। ନିକଟରେ ରୁପା କିଲୋ ପିଛା ୨ ଲକ୍ଷ ଟଙ୍କା ଟପିଯାଇଥିଲା। ଫଳରେ ଏହି ଅତି ମହଙ୍ଗା ଧାତୁକୁ ଲୋକେ ବ୍ୟାଙ୍କରେ ବନ୍ଧକ ରଖି ଋଣ ଦେବାକୁ ଆଶା ବାନ୍ଧିଲେଣି। ତେବେ ଏଥିରେ ରୁପା ବଦଳରେ ଆକଣଙ୍କୁ ଋଣ କିଏ ପ୍ରଦାନ କରିପାରିବ, ତାହା ବଡ଼ କଥା।  ପ୍ରଥମେ, ଯଦି ଆପଣଙ୍କ ସୁନା ଏବଂ ରୁପା ବଦଳରେ ଋଣ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ବାଣିଜ୍ୟିକ ବ୍ୟାଙ୍କ ସହ  ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ହିଁ ରୁପା ବଦଳ ରଖି ଋଣ ଦେଇପାରିବେ। ଏହା ସହିତ, ଆପଣ ସହରାଞ୍ଚଳ ଏବଂ ଗ୍ରାମ୍ୟ ସମବାୟ ବ୍ୟାଙ୍କରୁ ବି ରୁା ବଦଳରେ ଋଣ ଉଠାଇପାରିବେ।  କେତେକ ଏନ୍‌ବିଏଫ୍‌ସି ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସୁନା ଭଳି ରୁପା ବନ୍ଧକ ରଖି ଋଣ ପ୍ରଦାନ କରୁଛନ୍ତି।

ସୁନା ଏବଂ ରୂପା ବଦଳରେ ଋଣ ପାଇବା ପାଇଁ, ଆପଣଙ୍କୁ ଏହାର ରୂପରେଖ ବୁଝିବାକୁ ପଡିବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାଥମିକ ରୁପା ଏବଂ ସୁନା ବଦଳରେ ଋଣ ପ୍ରଦାନ ଉପରେ କଟକଣା ଲଗାଇଛି। ଆପଣ ରୁପା ବାର୍ କିମ୍ବା ବ୍ଲକ୍ ଉପରେ ମଧ୍ୟ ଋଣ ପାଇପାରିବେ ନାହିଁ। ତଥାପି, ବ୍ୟାଙ୍କଗୁଡ଼ିକ ଋଣଗ୍ରହୀତାଙ୍କୁ ସେମାନଙ୍କର କ୍ଷଣସ୍ଥାୟୀ ଆବଶ୍ୟକତା ପୂରଣ କରିବା ପାଇଁ ରୁପା ଅଳଙ୍କାର ଏବଂ ମୁଦ୍ରା ଉପରେ ଋଣ ପ୍ରଦାନ କରିପାରିବେ। ଆର୍‌ବିଆଇ ଦ୍ୱାରା ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ଅଳଙ୍କାରର ମୋଟ ଓଜନ ସୁନା ଅଳଙ୍କାର ପାଇଁ ୧ କିଲୋଗ୍ରାମ ଏବଂ ରୁପା ଅଳଙ୍କାର ପାଇଁ ୧୦ କିଲୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ମୁଦ୍ରାର ମୋଟ ଓଜନ ସ୍ବର୍ଣ୍ଣ ମୁଦ୍ରା ପାଇଁ ଯେପରି ୫୦ ଗ୍ରାମ ଏବଂ ରୁପା ମୁଦ୍ରା ପାଇଁ ଏହା ୫୦୦ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ କେବଳ ସୁନା/ରୁପାର ଆଭ୍ୟନ୍ତରୀଣ ମୂଲ୍ୟ ବିଚାର କରିବ, ଏଥିରେ ହୀରା, ପଥର, ଡିଜାଇନ୍, ମୂଲ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ହେବନାହିଁ।

https://www.thesakala.in/big-news/rbi--new-guidelines--now-loans-will-be-available-against-silver/article-43034
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର