ଆଜି ଇଂରାଜୀ ନବବର୍ଷ ୨୦୨୫; ନୂଆ ଆଶା, ଆକାଂକ୍ଷା, ସମ୍ଭାବନା ଓ ଉଦ୍ଦୀପନା ନେଇ ଧରାପୃଷ୍ଠରେ ଥାପିଛି ପାଦ…

The Sakala Picture
Published On

ଆଜି ନୂଆ ବର୍ଷ। ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି ୨୦୨୪ରେ ଘଟିତ ଅସୁମାରି ଘଟଣାବଳୀର ତିକ୍ତ ମଧୁର ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା ଓ ବିଫଳତାର ଚିତ୍ର। ସବୁ ଅନ୍ତ କିଛି ଆରମ୍ଭର ସଙ୍କେତ ଦିଏ । ଏଇ ଯେମିତି ୨୦୨୪ର ଅନ୍ତ ସହ ଆରମ୍ଭ ହୋଇଛି ୨୦୨୫ । ଇଂରାଜୀ ନବବର୍ଷ ୨୦୨୫ ନୂଆ ଆଶା, ଆକାଂକ୍ଷା, ସମ୍ଭାବନା, ଉଦ୍ଦୀପନା ନେଇ ଧରାପୃଷ୍ଠରେ ପାଦ ଥାପିଛି। ନବବର୍ଷ ୨୦୨୫, ସମସ୍ତଙ୍କ ପାଇଁ ଆଣିଛି ନାନାଦି […]

ଆଜି ନୂଆ ବର୍ଷ। ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି ୨୦୨୪ରେ ଘଟିତ ଅସୁମାରି ଘଟଣାବଳୀର ତିକ୍ତ ମଧୁର ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା ଓ ବିଫଳତାର ଚିତ୍ର। ସବୁ ଅନ୍ତ କିଛି ଆରମ୍ଭର ସଙ୍କେତ ଦିଏ । ଏଇ ଯେମିତି ୨୦୨୪ର ଅନ୍ତ ସହ ଆରମ୍ଭ ହୋଇଛି ୨୦୨୫ । ଇଂରାଜୀ ନବବର୍ଷ ୨୦୨୫ ନୂଆ ଆଶା, ଆକାଂକ୍ଷା, ସମ୍ଭାବନା, ଉଦ୍ଦୀପନା ନେଇ ଧରାପୃଷ୍ଠରେ ପାଦ ଥାପିଛି। ନବବର୍ଷ ୨୦୨୫, ସମସ୍ତଙ୍କ ପାଇଁ ଆଣିଛି ନାନାଦି ଆହ୍ବାନ, ପୁଣି ସମାଧାନର ଅସୀମ ସମ୍ଭାବନା। ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ । ବିଦାୟୀ ବର୍ଷର ଘାତପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମ୍‌ରେ ସ୍ବାଗତ କରାଯାଇଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ରେ କମ୍ପିଛି ଗାଁରୁ ସହର। ନୂଆବର୍ଷର ସ୍ବାଗତ ପାଇଁ ବିଭିନ୍ନ ହୋଟେଲ ଓ ପବ୍‌ମାନଙ୍କରେ ଜମିଥିଲା ଭିଡ଼। ନାଚ, ଗୀତ ସହ ଜମିଥିଲା ଖିଆପିଆ। ରାତି ୧୨ଟାରେ ଲୋକେ ପରସ୍ପରକୁ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ନୂଆବର୍ଷ ବାର୍ତ୍ତାରେ ଚଳଚଞ୍ଚଳ। ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ବର୍ଷ ଆରମ୍ଭରେ ସଂକଳ୍ପ ନେଇଛନ୍ତି ଲୋକେ । କ୍ୟାଲେଣ୍ଡର ବଦଳିଗଲେ ଯେ, ଭାଗ୍ୟ ବଦଳିଯାଏ ସେ କଥା ନୁହେଁ । ତେବେ, ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଏ। ନୂଆ ବର୍ଷ ୨୦୨୫କୁ ପ୍ରଥମେ ସ୍ବାଗତ କରିଛି ନ୍ୟୁଜିଲ୍ୟାଣ୍ଡ। ଅକ୍‌ଲ୍ୟାଣ୍ଡ ସହରବାସୀ ପ୍ରଥମେ ନୂତନ ବର୍ଷ ପାଳନ କରନ୍ତି। କ୍ରମାନୁସାରେ ଅନ୍ୟ  ଦେଶମାନେ ନୂଆବର୍ଷକୁ ପାଳନ କରିଛନ୍ତି। ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ମଧ୍ୟ ନବବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରାଯାଇଛି। ଆମ ଦେଶରେ କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ସବୁଠି ନୂଆବର୍ଷର ଉତ୍ସାହ। ଗୀତଗାଇ, ନାଚି ଓ ବାଣ ଫୁଟାଇ ନୂତନ ବର୍ଷକୁ ସ୍ବାଗତ କରାଯାଇଛି। ଭାରତର ବିଭିନ୍ନ ପସିଦ୍ଧ ମନ୍ଦିରଗୁଡ଼ିକରେ ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନୂଆବର୍ଷ ମଙ୍ଗଳମୟ ହେଉ କାମନା କରି ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଲୋକେ ପରସ୍ପରକୁ ‘ହ୍ୟାପି ନ୍ୟୁ ଇଅର୍‌’ କହି ଅଭିନନ୍ଦନ ଜଣାଉଛନ୍ତି। ନୂଆ ରୂପରେ ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ଲୋକେ ବର୍ଷାରମ୍ଭରେ ସଂକଳ୍ପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

01 Jan 2025 By The Sakala

https://www.thesakala.in/big-news/happy-new-year-2025-embrace-2025-with-positivity-and-hope/article-37666
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର