ବଢ଼ୁଛି ଶୀତ: ୧୫ ଡିଗ୍ରୀ ତଳେ ୧୨ ସହର ତାପମାତ୍ରା, ଫୁଲବାଣୀ ସବୁଠୁ ଥଣ୍ଡା…

The Sakala Picture
Published On

ଭୁବନେଶ୍ବର: ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ଛୁଇଁଛି ଶୀତ। ତଳମୁହାଁ ରାତି ତାପମାତ୍ରା। ଖସୁଛି ପାରଦ,ବଢ଼ୁଛି ଶୀତ। ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରି। ଘରୁ ବାହାରକୁ ବାହାରିଲେ କୋହଲା ପବନ ଦେହ, ହାତ ଥରାଇ ଦେଉଛି। ରାତି ଯେତେ ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ଫୁଲବାଣୀ। […]

ଭୁବନେଶ୍ବର: ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ଛୁଇଁଛି ଶୀତ। ତଳମୁହାଁ ରାତି ତାପମାତ୍ରା। ଖସୁଛି ପାରଦ,ବଢ଼ୁଛି ଶୀତ। ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରି। ଘରୁ ବାହାରକୁ ବାହାରିଲେ କୋହଲା ପବନ ଦେହ, ହାତ ଥରାଇ ଦେଉଛି। ରାତି ଯେତେ ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ଫୁଲବାଣୀ। ତାପମାତ୍ରା ଥିଲା ୧୦.୫ ଡିଗ୍ରୀ ସେଲସିୟସ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ,  ସୋମବାର ଦିନ ରାଜ୍ୟର ୧୨ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡିରେ ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡାରେ ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ ସୁନ୍ଦରଗଡରେ ୧୪, ନବରଙ୍ଗପୁରରେ ୧୪.୫,ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧, ନୟାଗଡରେ ୧୫.୪ ଡିଗ୍ରୀ ରେକର୍ଡ଼ ହୋଇଛି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ର ସମ୍ଭାବନା ନାହିଁ। ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼ , କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

19 Nov 2024 By The Sakala

ବଢ଼ୁଛି ଶୀତ: ୧୫ ଡିଗ୍ରୀ ତଳେ ୧୨ ସହର ତାପମାତ୍ରା, ଫୁଲବାଣୀ ସବୁଠୁ ଥଣ୍ଡା…

ଭୁବନେଶ୍ବର: ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ଛୁଇଁଛି ଶୀତ। ତଳମୁହାଁ ରାତି ତାପମାତ୍ରା। ଖସୁଛି ପାରଦ,ବଢ଼ୁଛି ଶୀତ। ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରି। ଘରୁ ବାହାରକୁ ବାହାରିଲେ କୋହଲା ପବନ ଦେହ, ହାତ ଥରାଇ ଦେଉଛି। ରାତି ଯେତେ ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ଫୁଲବାଣୀ। ତାପମାତ୍ରା ଥିଲା ୧୦.୫ ଡିଗ୍ରୀ ସେଲସିୟସ।

ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ,  ସୋମବାର ଦିନ ରାଜ୍ୟର ୧୨ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡିରେ ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡାରେ ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ ସୁନ୍ଦରଗଡରେ ୧୪, ନବରଙ୍ଗପୁରରେ ୧୪.୫,ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧, ନୟାଗଡରେ ୧୫.୪ ଡିଗ୍ରୀ ରେକର୍ଡ଼ ହୋଇଛି।

ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ର ସମ୍ଭାବନା ନାହିଁ। ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼ , କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର