ରେକର୍ଡ ସ୍ତରରେ ସୁନା ମୂଲ୍ୟ, ଦୀପାବଳି ପୂର୍ବରୁ ସୁନା ଛୁଇଁବ ୮୦ ହଜାର…

The Sakala Picture
Published On

ନୂଆଦିଲ୍ଲୀ:  ସମ୍ପ୍ରତି ଦେଶରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୮୦ ହଜାର ନିକଟତର ହୋଇ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚଛି। ସେହିପରି ରୁପା ଦର ୧ ଲକ୍ଷ ଟଙ୍କା ଉପରେ ରହିଛି। ଦୀପାବଳୀ ପୂର୍ବରୁ ଘରୋଇ ବଜାରରେ ସୁନା ଚମକିବାରେ ଲାଗିଛି। ସୁନା ଚାହିଦାରେ ବୃଦ୍ଧି ଯୋଗୁ ଦର ଦୈନିକ ବଢ଼ିବାରେ ଲାଗିଛି। ସୁନା ମୂଲ୍ୟରେ ଲଗାତାର ରେକର୍ଡ ସ୍ତରରେ ପହଞ୍ଚୁଛି। […]

ନୂଆଦିଲ୍ଲୀ:  ସମ୍ପ୍ରତି ଦେଶରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୮୦ ହଜାର ନିକଟତର ହୋଇ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚଛି। ସେହିପରି ରୁପା ଦର ୧ ଲକ୍ଷ ଟଙ୍କା ଉପରେ ରହିଛି।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଦୀପାବଳୀ ପୂର୍ବରୁ ଘରୋଇ ବଜାରରେ ସୁନା ଚମକିବାରେ ଲାଗିଛି। ସୁନା ଚାହିଦାରେ ବୃଦ୍ଧି ଯୋଗୁ ଦର ଦୈନିକ ବଢ଼ିବାରେ ଲାଗିଛି। ସୁନା ମୂଲ୍ୟରେ ଲଗାତାର ରେକର୍ଡ ସ୍ତରରେ ପହଞ୍ଚୁଛି। ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ଆଜି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୨,୭୯୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୭୯,୪୧୦ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୯,୬୪୦ ଟଙ୍କାରେ ପହଞ୍ଚି ୮୦ ହଜାର ସ୍ତର ଛୁଇଁବାକୁ ବସିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩ ହଜାର ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଆଜି ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

କୌତୂହଳର ବିଷୟ ହେଉଛି ଯେ, ମାତ୍ର କିଛି ଦିନ ମଧ୍ୟରେ ବଜାରରେ ସୁନା ମୂଲ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି। ଅପରପକ୍ଷେ ରୁପା ମୂଲ୍ୟ କିଲୋ ପିଛା ୧ ଲକ୍ଷ ଟଙ୍କା ଛୁଇଁଛି। ଭୁବନେଶ୍ବରରେ ରୁପା କିଲୋ ପିଛା ୧,୦୦,୧୦୦ ଟଙ୍କାରେ ପହଞ୍ଚିଛି। ଏହା ମଧ୍ୟ ରୁପା ମୂଲ୍ୟରେ ଆଉ ଏକ ବଡ଼ ରେକର୍ଡ। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ଆଗାମୀ ଦିନରେ ସୁନା ଦର ଆହୁରି ବୃଦ୍ଧି ହୋଇପାରେ। ପାର୍ବଣରେ ସୁନା ଦରରେ ଏଭଳି ବୃଦ୍ଧି ଏବେ ଲୋକଙ୍କ ଚିନ୍ତା ବଢାଉଛି। କାରଣ ଆଗକୁ ବିବାହ ଋତୁ ରହିଛି। ଯଦି ଦର ଏଭଳି ଭାବେ ବୃଦ୍ଧି ଘଟେ ତେବେ ଆଗାମୀ ଦିନରେ ବିବାହ ଖର୍ଚ୍ଚ ବଢିଯିବ। ଆଗକୁ ଦୀପାବଳୀ ଆସୁଥିବାବେଳେ ଅନେକ ଗ୍ରାହକ ସୁନା କିଣିବା ପାଇଁ ମନ ବଳାଇଥିବେ, କିନ୍ତୁ ସୁନାର ଏହି ଦର ଗ୍ରାହକଙ୍କ ମନରେ ସଙ୍କୋଚ ଆଣି ଦେଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର