ଧୁମ୍‌ଧାମ୍‌ରେ ହେଲା ଅନନ୍ତ-ରାଧିକାଙ୍କ ବାହାଘର: ଯୋଗଦେଲେ ହଲିଉଡ୍‌,ବଲିଉଡ୍‌ ତାରକାଙ୍କଠାରୁ ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ

The Sakala Picture
Published On

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ କରିଛନ୍ତି। ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ଯେଉଁଥିରେ ବଲିଉଡ, ହଲିଉଡ ତାରକାଠାରୁ ଆରମ୍ଭ କରି ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ସାମିଲ […]

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ କରିଛନ୍ତି। ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ଯେଉଁଥିରେ ବଲିଉଡ, ହଲିଉଡ ତାରକାଠାରୁ ଆରମ୍ଭ କରି ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ମାର୍ଚ୍ଚରେ ଜାମନଗରରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ୫ ହଜାର କୋଟି ବ୍ୟୟରେ ହେଉଥିବା ଏହି ବାହାଘରରେ ପ୍ରାୟ ୨୫୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶରୁ ଅତିଥିମାନେ ମଧ୍ୟ ଆସିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର,ସାମସଙ୍ଗ ସିଇଓ ଏକାର୍‌ଦାସିଆନ୍‌ ସିଷ୍ଟର୍ସ ରହିଛନ୍ତି। ବିବାହରେ ବଲିଉଡ୍‌ ଗାୟକ ହନି ସିଂହଙ୍କ ପରଫରମାନ୍ସ ସହ ରଣବୀର ସିଂହଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ପ୍ରିୟଙ୍କା ଚୋପ୍ରା ଅନନ୍ତ ଅମ୍ବାନୀ-ରାଧିକା ବ୍ୟବସାୟୀଙ୍କ ବିବାହରେ ତାଙ୍କ ସ୍ୱାମୀ ନିକ୍‌ ଜୋନାସ୍‌ଙ୍କ ସହ ଧୁମ୍‌ ନାଚିଥିଲେ। ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅନିଲ କପୁର,ସଲ୍‌ମାନ୍‌ ଖାନ୍‌, ଶାହରୁଖ୍‌ -ଗୌରୀ, କ୍ୟାଟ୍ରିନା କୈଫ୍‌-ଭିକି କୌଶଲ୍‌, ଜନ୍ ସିନା, ଅର୍ଜୁନ କପୁର, ରଣବୀର ସିଂ, ସଞ୍ଜୟ ଦତ୍ତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ପରିବାର ଏବଂ ଆଲିଆ ଭଟ୍ଟ ପ୍ରମୁଖ ଏହି ବାବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

13 Jul 2024 By The Sakala

ଧୁମ୍‌ଧାମ୍‌ରେ ହେଲା ଅନନ୍ତ-ରାଧିକାଙ୍କ ବାହାଘର: ଯୋଗଦେଲେ ହଲିଉଡ୍‌,ବଲିଉଡ୍‌ ତାରକାଙ୍କଠାରୁ ରାଜନେତା ଓ ପ୍ରସିଦ୍ଧ ବ୍ୟବସାୟୀ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ କରିଛନ୍ତି। ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ଯେଉଁଥିରେ ବଲିଉଡ, ହଲିଉଡ ତାରକାଠାରୁ ଆରମ୍ଭ କରି ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି।

ମାର୍ଚ୍ଚରେ ଜାମନଗରରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ୫ ହଜାର କୋଟି ବ୍ୟୟରେ ହେଉଥିବା ଏହି ବାହାଘରରେ ପ୍ରାୟ ୨୫୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶରୁ ଅତିଥିମାନେ ମଧ୍ୟ ଆସିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର,ସାମସଙ୍ଗ ସିଇଓ ଏକାର୍‌ଦାସିଆନ୍‌ ସିଷ୍ଟର୍ସ ରହିଛନ୍ତି। ବିବାହରେ ବଲିଉଡ୍‌ ଗାୟକ ହନି ସିଂହଙ୍କ ପରଫରମାନ୍ସ ସହ ରଣବୀର ସିଂହଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ପ୍ରିୟଙ୍କା ଚୋପ୍ରା ଅନନ୍ତ ଅମ୍ବାନୀ-ରାଧିକା ବ୍ୟବସାୟୀଙ୍କ ବିବାହରେ ତାଙ୍କ ସ୍ୱାମୀ ନିକ୍‌ ଜୋନାସ୍‌ଙ୍କ ସହ ଧୁମ୍‌ ନାଚିଥିଲେ। ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅନିଲ କପୁର,ସଲ୍‌ମାନ୍‌ ଖାନ୍‌, ଶାହରୁଖ୍‌ -ଗୌରୀ, କ୍ୟାଟ୍ରିନା କୈଫ୍‌-ଭିକି କୌଶଲ୍‌, ଜନ୍ ସିନା, ଅର୍ଜୁନ କପୁର, ରଣବୀର ସିଂ, ସଞ୍ଜୟ ଦତ୍ତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ପରିବାର ଏବଂ ଆଲିଆ ଭଟ୍ଟ ପ୍ରମୁଖ ଏହି ବାବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

https://www.thesakala.in/big-news/anant-ambani-radhika-merchant-wedding/article-33597
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର