ଥାନାଧିକାରୀଙ୍କୁ ପାଠ ପଢ଼ାଇଲେ ହୋମ୍‌ଗାର୍ଡ : ମୁଁ ଥାନାକୁ ଯିବିନି କ’ଣ କରିବ କର

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ମହିଳା ଥାନା ଅଧିକାରୀଙ୍କୁ ନୟାଗଡ଼ର ଜଣେ ହୋମଗାର୍ଡ ପାଠ ପଢ଼ାଇଛନ୍ତି। ମହିଳା ନିର୍ଯାତନା ନେଇ ହୋମଗାର୍ଡଙ୍କ ନାଁରେ ତାଙ୍କ ସ୍ତ୍ରୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ହୋମଗାର୍ଡଙ୍କୁ ଫୋନ୍ କରି ଥାନାକୁ ଡକାଇଥିଲେ। କିନ୍ତୁ ହୋମଗାର୍ଡ ଜଣଙ୍କ ଥାନାକୁ ନ ଆସି ଥାନା ଅଧିକାରୀଙ୍କୁ ଆଇନର ପାଠ ପଢ଼ାଇଥିଲେ। ହୋମଗାର୍ଡ ଜଣଙ୍କ କହିଥିଲେ ଯେ, ‘ମୋ ସ୍ତ୍ରୀଙ୍କୁ କୁହନ୍ତୁ ସ୍ଥାନୀୟ ଥାନାରେ ଅଭିଯୋଗ କରିବେ । ମୁଁ ମହିଳା ଥାନାକୁ […]

ଭୁବନେଶ୍ୱର : ରାଜଧାନୀର ମହିଳା ଥାନା ଅଧିକାରୀଙ୍କୁ ନୟାଗଡ଼ର ଜଣେ ହୋମଗାର୍ଡ ପାଠ ପଢ଼ାଇଛନ୍ତି। ମହିଳା ନିର୍ଯାତନା ନେଇ ହୋମଗାର୍ଡଙ୍କ ନାଁରେ ତାଙ୍କ ସ୍ତ୍ରୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ହୋମଗାର୍ଡଙ୍କୁ ଫୋନ୍ କରି ଥାନାକୁ ଡକାଇଥିଲେ। କିନ୍ତୁ ହୋମଗାର୍ଡ ଜଣଙ୍କ ଥାନାକୁ ନ ଆସି ଥାନା ଅଧିକାରୀଙ୍କୁ ଆଇନର ପାଠ ପଢ଼ାଇଥିଲେ। ହୋମଗାର୍ଡ ଜଣଙ୍କ କହିଥିଲେ ଯେ, ‘ମୋ ସ୍ତ୍ରୀଙ୍କୁ କୁହନ୍ତୁ ସ୍ଥାନୀୟ ଥାନାରେ ଅଭିଯୋଗ କରିବେ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ମୁଁ ମହିଳା ଥାନାକୁ କାହିଁକି ଯିବି। ମୁଁ ଥାନାକୁ ଯିବିନି, ମୋର ଯାହା କରିବ କର ବୋଲି ଥାନା ଅଧିକାରୀଙ୍କୁ ହୋମଗାର୍ଡ ଚାଲେଞ୍ଜ ଦେଇଥିଲେ। ଶେଷରେ ଥାନା ଅଧିକାରୀ ଉକ୍ତ ହୋମଗାର୍ଡଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ନୂଆପଲ୍ଲୀ ସାଲିଆସାହିରେ ହୋମଗାର୍ଡଙ୍କ ସ୍ତ୍ରୀ ରହୁଛନ୍ତି। ସେ ନୟାଗଡ଼ର ପୁଲିସରେ ହୋମଗାର୍ଡ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ। ମହିଳାଙ୍କ ୨ଟି ପିଲା ରହିଛି। କିନ୍ତୁ ଏବେ ହୋମଗାର୍ଡ ଜଣଙ୍କ ନିର୍ଯାତନା ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏପରିକି ମଦ ପିଇ ଆସି ସ୍ତ୍ରୀକୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ସ୍ବାମୀକୁ ଛାଡ଼ି ରାଜଧାନୀକୁ ପଳାଇ ଆସିଥିଲେ। କିନ୍ତୁ ହୋମାଗାର୍ଡ ଜଣଙ୍କ ଭୁବନେଶ୍ବରକୁ ଆସି ସ୍ତ୍ରୀକୁ ମାଡ଼ମାରି ପୁଣି ନୟାଗଡ଼ ପଳାଇଯାଇଥିଲେ। ଏନେଇ ମହିଳା ଜଣଙ୍କ ଥାନାରେ ହୋମଗାର୍ଡ ସ୍ଵାମୀଙ୍କ ନାମରେ ଅଭିଯୋଗ କରିଥିଲେ

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର