ହୁରୁନ୍ ଧନୀ ତାଲିକା ୨୦୨୪: ମୁୁମ୍ବଇ ବିଶ୍ବର ତୃତୀୟ ସର୍ବାଧିକ ଅରବପତିଙ୍କ ସହର, ୯ମ ସ୍ଥାନରେ ନୂଆଦିଲ୍ଲୀ

The Sakala Picture
Published On

ମୁମ୍ବଇ: ଦୀର୍ଘ ୭ ବର୍ଷ ପରେ ମୁମ୍ବାଇ ପୁଣି ଥରେ ବିଶ୍ବର ଅତି ଧନୀଙ୍କ ବାସସ୍ଥଳୀ ଭାବେ ଉଭା ହୋଇଛି। ଭାରତର ଏହି ବାଣିଜ୍ୟିକ ସହରରେ ୯୨ ଜଣ ଅରବପତି ବାସ କରୁଛନ୍ତି। ଅରବପତିଙ୍କ ସଂଖ୍ୟା ଦୃଷ୍ଟିରୁ ମୁୁମ୍ବଇ ବିଶ୍ବର ସହରଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ଏହାଫଳରେ ମୁୁମ୍ବଇ ବିଶ୍ବର ତୃତୀୟ ସର୍ବାଧିକ ଅରବପତିଙ୍କ ବାସସ୍ଥଳୀର ମାନ୍ୟତା ଲାଭ କରିଛି। ଏ କ୍ଷେତ୍ରରେ ଚୀନ୍‌ ରାଜଧାନୀ ବେଜିଂକୁ ଅତିକ୍ରମ କରି ମୁମ୍ବାଇ ପ୍ରଥମ ଥର ପାଇଁ […]

ମୁମ୍ବଇ: ଦୀର୍ଘ ୭ ବର୍ଷ ପରେ ମୁମ୍ବାଇ ପୁଣି ଥରେ ବିଶ୍ବର ଅତି ଧନୀଙ୍କ ବାସସ୍ଥଳୀ ଭାବେ ଉଭା ହୋଇଛି। ଭାରତର ଏହି ବାଣିଜ୍ୟିକ ସହରରେ ୯୨ ଜଣ ଅରବପତି ବାସ କରୁଛନ୍ତି। ଅରବପତିଙ୍କ ସଂଖ୍ୟା ଦୃଷ୍ଟିରୁ ମୁୁମ୍ବଇ ବିଶ୍ବର ସହରଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ଏହାଫଳରେ ମୁୁମ୍ବଇ ବିଶ୍ବର ତୃତୀୟ ସର୍ବାଧିକ ଅରବପତିଙ୍କ ବାସସ୍ଥଳୀର ମାନ୍ୟତା ଲାଭ କରିଛି। ଏ କ୍ଷେତ୍ରରେ ଚୀନ୍‌ ରାଜଧାନୀ ବେଜିଂକୁ ଅତିକ୍ରମ କରି ମୁମ୍ବାଇ ପ୍ରଥମ ଥର ପାଇଁ ଏସିଆର ଅରବପତିଙ୍କ ରାଜଧାନୀ ପାଲଟିଥିବା ହୁରୁନ୍ ରିସର୍ଚ୍ଚର ୨୦୨୪ ଗ୍ଲୋବାଲ୍ ଧନୀ ତାଲିକାରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅରବପତିଙ୍କ ମାମଲାରେ ଆମେରିକାରେ ନ୍ୟୁୟର୍କ ପରେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ନ୍ୟୁୟର୍କ ସହରରେ ୧୧୯ ଜଣ ଅରବପତି ବାସ କରନ୍ତି। ସେହିପରି ୯୭ ଅରବପତିଙ୍କ ସହର ଲଣ୍ଡନ ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ବେଜିଂକୁ ଟପି ବିଶ୍ୱର ତୃତୀୟ ସହରରେ ପରିଣତ ହୋଇଛି। ହୁରୁନ୍ ଧନୀ ତାଲିକା ୨୦୨୪ରେ ମୁମ୍ବଇ ୨୬ନୂଆ ଅରବପତିଙ୍କୁ ଯୋଡିବା ଫଳରେ ଚୀନ୍‌ର ବେଜିଂ ପଛରେ ପଡିଯାଇଛି। ଅପରପକ୍ଷେ ବେଜିଂ ମାତ୍ର ଗୋଟିଏ ବର୍ଷରେ ୧୮ ଜଣ ଅରବପତି ହରାଇଛି। ଅର୍ଥାତ ଏହି ୧୮ ଜଣ କୁବେର ଅରବପତିଙ୍କ ସୂଚୀରୁ ବାଦ୍‌ ପଡିଛନ୍ତି। ଏବେ ବେଜିଂରେ ମାତ୍ର ୯୧ ଜଣ ଅରବପତି ବାସ କରୁଛନ୍ତି। ଏଣୁ ଏହି ସହର ବିଶ୍ୱର ଚତୁର୍ଥ ଏବଂ ଏସିଆର ଦ୍ୱିତୀୟ ବୃହତ୍‌ ଅରବପତି ରହୁଥିବା ସହରରେ ପରିଣତ ହୋଇଛି। ସେହିପରି ସଂଘାଇ ୮୭ ଜଣ ଅରବପତିଙ୍କ ସହ ସୂଚୀର ୫ମ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ନୂଆ ୨୬ ଜଣ ଅରବପତି ଯୋଡିହେବା ପରେ ମୁମ୍ବାଇରେ ବସବାସ କରୁଥିବା ଅରବପତିମାନଙ୍କ ମୋଟ ସମ୍ପତ୍ତି ପରିମାଣ ଏବେ ୪୪୫ ବିଲିୟନ ଡଲାରରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୪୭ ପ୍ରତିଶତ ଅଧିକ। ଏହି ସମୟରେ ବେଜିଂର ଅରବପତିମାନଙ୍କ ମୋଟ ସମ୍ପତ୍ତି ପରିମାଣ ୨୬୫ ବିଲିୟନ ଡଲାର ମଧ୍ୟରେ ରହିଛି। ତେବେ ଗତବର୍ଷ ତୁଳନାରେ ଏହା ୨୮ ପ୍ରତିଶତ କମ୍‌। ରିଅଲ ଇଷ୍ଟେଟ୍ ପ୍ଲେୟର ମଙ୍ଗଳ ପ୍ରଭାତ ଲୋଧା ଆଣ୍ଡ ଫ୍ୟାମିଲି ପ୍ରତିଶତ (୧୧୬%) ଦୃଷ୍ଟିରୁ ମୁମ୍ବାଇର ସବୁଠୁ ବଡ ସମ୍ପତ୍ତି ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଏଥିରେ ଯଦି ବିଶ୍ୱର ଧନିକଙ୍କ ସୂଚୀ ଉଲ୍ଲେଖ କରାଯାଏ, ତେବେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ବେଶ୍ ଅଭିବୃଦ୍ଧି ଘଟିଛି। ଏଣୁ ବିଶ୍ୱ ଧନୀକଙ୍କ ସୂଚୀରେ ସେ ନିଜକୁ ୧୦ମ ସ୍ଥାନରେ ରଖିବାକୁ ସମର୍ଥ ହୋଇଛନ୍ତି। ଏହାର ଶ୍ରେୟ ମୁଖ୍ୟ ରୂପେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଦିଆଯାଇପାରେ। ସେହିପରି ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ତାଙ୍କୁ ବିଶ୍ୱର ଧନୀକଙ୍କ ସୂଚୀର ୧୫ତମ ସ୍ଥାନକୁ ପହଞ୍ଚାଇଛି। ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦର ଓ ତାଙ୍କ ପରିବାର ସମ୍ପତ୍ତି ଓ ବୈଶ୍ୱିକ ରାଙ୍କିଙ୍ଗ ଉଭୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି। ନାଦର ପରିବାର ୧୬ ସ୍ଥାନ ଉନ୍ନୀତ ହୋଇ ୩୪ତମ ସ୍ଥାନକୁ ପହଞ୍ଚିଛି। ତେବେ ସେରମ୍‌ ଇନିଷ୍ଟିଚ୍ୟୁଟର ସାଇରସ ଏସ୍. ପୁନାୱାଲାଙ୍କ ମୋଟ ସମ୍ପତ୍ତିରେ ସାମାନ୍ୟ ହ୍ରାସ ସହ ୮୨ ବିଲିୟନ ଡଲାର ରହିଛି। ଫଳରେ ବିଶ୍ୱ ଧନିକଙ୍କ ସୂଚୀରେ ସେ ୫୫ତମ ସ୍ଥାନକୁ ଖସିଆସିଛନ୍ତି।

ତେବେ ମୁମ୍ବାଇକୁ ପୁଣି ଥରେ ଏସିଆର ୧ ନମ୍ବର ଓ ବିଶ୍ୱରେ ୩ ନମ୍ବର ସ୍ଥାନ ଦେବାରେ ସନ ଫାର୍ମାସ୍ୟୁଟିକଲସ୍ର ଦିଲୀପ ସାଂଘଭୀ ଓ କୁମାର ମଙ୍ଗଳମ୍‌ ବିର୍ଲାଙ୍କ ଯୋଗଦାନ ରହିଛି। ଡିମାର୍ଟର ସଫଳତା ଯୋଗୁ ରାଧାକିଷନ୍‌ ଦମାନୀଙ୍କ ସମ୍ପତ୍ତିରେ ସ୍ଥିର ଅଭିବୃଦ୍ଧି ତାଙ୍କୁ ବିଶ୍ୱ ଧନିକଙ୍କ ସୂଚୀର ୧୦୦ତମ ସ୍ଥାନରେ ପହଞ୍ଚାଇଛି। ଏହିସବୁ ଅରବପତିମାନଙ୍କ କାରଣରୁ ମୁମ୍ବାଇ ଆଜି ଅରବପତିଙ୍କ ସହର ମାମଲାରେ ଚୀନକୁ ବି ପଛରେ ପକାଇଦେଇଛି।

28 Mar 2024 By The Sakala

ହୁରୁନ୍ ଧନୀ ତାଲିକା ୨୦୨୪: ମୁୁମ୍ବଇ ବିଶ୍ବର ତୃତୀୟ ସର୍ବାଧିକ ଅରବପତିଙ୍କ ସହର, ୯ମ ସ୍ଥାନରେ ନୂଆଦିଲ୍ଲୀ

ମୁମ୍ବଇ: ଦୀର୍ଘ ୭ ବର୍ଷ ପରେ ମୁମ୍ବାଇ ପୁଣି ଥରେ ବିଶ୍ବର ଅତି ଧନୀଙ୍କ ବାସସ୍ଥଳୀ ଭାବେ ଉଭା ହୋଇଛି। ଭାରତର ଏହି ବାଣିଜ୍ୟିକ ସହରରେ ୯୨ ଜଣ ଅରବପତି ବାସ କରୁଛନ୍ତି। ଅରବପତିଙ୍କ ସଂଖ୍ୟା ଦୃଷ୍ଟିରୁ ମୁୁମ୍ବଇ ବିଶ୍ବର ସହରଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ଏହାଫଳରେ ମୁୁମ୍ବଇ ବିଶ୍ବର ତୃତୀୟ ସର୍ବାଧିକ ଅରବପତିଙ୍କ ବାସସ୍ଥଳୀର ମାନ୍ୟତା ଲାଭ କରିଛି। ଏ କ୍ଷେତ୍ରରେ ଚୀନ୍‌ ରାଜଧାନୀ ବେଜିଂକୁ ଅତିକ୍ରମ କରି ମୁମ୍ବାଇ ପ୍ରଥମ ଥର ପାଇଁ ଏସିଆର ଅରବପତିଙ୍କ ରାଜଧାନୀ ପାଲଟିଥିବା ହୁରୁନ୍ ରିସର୍ଚ୍ଚର ୨୦୨୪ ଗ୍ଲୋବାଲ୍ ଧନୀ ତାଲିକାରେ କୁହାଯାଇଛି।

ଅରବପତିଙ୍କ ମାମଲାରେ ଆମେରିକାରେ ନ୍ୟୁୟର୍କ ପରେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ନ୍ୟୁୟର୍କ ସହରରେ ୧୧୯ ଜଣ ଅରବପତି ବାସ କରନ୍ତି। ସେହିପରି ୯୭ ଅରବପତିଙ୍କ ସହର ଲଣ୍ଡନ ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ବେଜିଂକୁ ଟପି ବିଶ୍ୱର ତୃତୀୟ ସହରରେ ପରିଣତ ହୋଇଛି। ହୁରୁନ୍ ଧନୀ ତାଲିକା ୨୦୨୪ରେ ମୁମ୍ବଇ ୨୬ନୂଆ ଅରବପତିଙ୍କୁ ଯୋଡିବା ଫଳରେ ଚୀନ୍‌ର ବେଜିଂ ପଛରେ ପଡିଯାଇଛି। ଅପରପକ୍ଷେ ବେଜିଂ ମାତ୍ର ଗୋଟିଏ ବର୍ଷରେ ୧୮ ଜଣ ଅରବପତି ହରାଇଛି। ଅର୍ଥାତ ଏହି ୧୮ ଜଣ କୁବେର ଅରବପତିଙ୍କ ସୂଚୀରୁ ବାଦ୍‌ ପଡିଛନ୍ତି। ଏବେ ବେଜିଂରେ ମାତ୍ର ୯୧ ଜଣ ଅରବପତି ବାସ କରୁଛନ୍ତି। ଏଣୁ ଏହି ସହର ବିଶ୍ୱର ଚତୁର୍ଥ ଏବଂ ଏସିଆର ଦ୍ୱିତୀୟ ବୃହତ୍‌ ଅରବପତି ରହୁଥିବା ସହରରେ ପରିଣତ ହୋଇଛି। ସେହିପରି ସଂଘାଇ ୮୭ ଜଣ ଅରବପତିଙ୍କ ସହ ସୂଚୀର ୫ମ ସ୍ଥାନରେ ରହିଛି।

ନୂଆ ୨୬ ଜଣ ଅରବପତି ଯୋଡିହେବା ପରେ ମୁମ୍ବାଇରେ ବସବାସ କରୁଥିବା ଅରବପତିମାନଙ୍କ ମୋଟ ସମ୍ପତ୍ତି ପରିମାଣ ଏବେ ୪୪୫ ବିଲିୟନ ଡଲାରରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୪୭ ପ୍ରତିଶତ ଅଧିକ। ଏହି ସମୟରେ ବେଜିଂର ଅରବପତିମାନଙ୍କ ମୋଟ ସମ୍ପତ୍ତି ପରିମାଣ ୨୬୫ ବିଲିୟନ ଡଲାର ମଧ୍ୟରେ ରହିଛି। ତେବେ ଗତବର୍ଷ ତୁଳନାରେ ଏହା ୨୮ ପ୍ରତିଶତ କମ୍‌। ରିଅଲ ଇଷ୍ଟେଟ୍ ପ୍ଲେୟର ମଙ୍ଗଳ ପ୍ରଭାତ ଲୋଧା ଆଣ୍ଡ ଫ୍ୟାମିଲି ପ୍ରତିଶତ (୧୧୬%) ଦୃଷ୍ଟିରୁ ମୁମ୍ବାଇର ସବୁଠୁ ବଡ ସମ୍ପତ୍ତି ହାସଲ କରିଛନ୍ତି।

ଏଥିରେ ଯଦି ବିଶ୍ୱର ଧନିକଙ୍କ ସୂଚୀ ଉଲ୍ଲେଖ କରାଯାଏ, ତେବେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ବେଶ୍ ଅଭିବୃଦ୍ଧି ଘଟିଛି। ଏଣୁ ବିଶ୍ୱ ଧନୀକଙ୍କ ସୂଚୀରେ ସେ ନିଜକୁ ୧୦ମ ସ୍ଥାନରେ ରଖିବାକୁ ସମର୍ଥ ହୋଇଛନ୍ତି। ଏହାର ଶ୍ରେୟ ମୁଖ୍ୟ ରୂପେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଦିଆଯାଇପାରେ। ସେହିପରି ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ତାଙ୍କୁ ବିଶ୍ୱର ଧନୀକଙ୍କ ସୂଚୀର ୧୫ତମ ସ୍ଥାନକୁ ପହଞ୍ଚାଇଛି। ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦର ଓ ତାଙ୍କ ପରିବାର ସମ୍ପତ୍ତି ଓ ବୈଶ୍ୱିକ ରାଙ୍କିଙ୍ଗ ଉଭୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି। ନାଦର ପରିବାର ୧୬ ସ୍ଥାନ ଉନ୍ନୀତ ହୋଇ ୩୪ତମ ସ୍ଥାନକୁ ପହଞ୍ଚିଛି। ତେବେ ସେରମ୍‌ ଇନିଷ୍ଟିଚ୍ୟୁଟର ସାଇରସ ଏସ୍. ପୁନାୱାଲାଙ୍କ ମୋଟ ସମ୍ପତ୍ତିରେ ସାମାନ୍ୟ ହ୍ରାସ ସହ ୮୨ ବିଲିୟନ ଡଲାର ରହିଛି। ଫଳରେ ବିଶ୍ୱ ଧନିକଙ୍କ ସୂଚୀରେ ସେ ୫୫ତମ ସ୍ଥାନକୁ ଖସିଆସିଛନ୍ତି।

ତେବେ ମୁମ୍ବାଇକୁ ପୁଣି ଥରେ ଏସିଆର ୧ ନମ୍ବର ଓ ବିଶ୍ୱରେ ୩ ନମ୍ବର ସ୍ଥାନ ଦେବାରେ ସନ ଫାର୍ମାସ୍ୟୁଟିକଲସ୍ର ଦିଲୀପ ସାଂଘଭୀ ଓ କୁମାର ମଙ୍ଗଳମ୍‌ ବିର୍ଲାଙ୍କ ଯୋଗଦାନ ରହିଛି। ଡିମାର୍ଟର ସଫଳତା ଯୋଗୁ ରାଧାକିଷନ୍‌ ଦମାନୀଙ୍କ ସମ୍ପତ୍ତିରେ ସ୍ଥିର ଅଭିବୃଦ୍ଧି ତାଙ୍କୁ ବିଶ୍ୱ ଧନିକଙ୍କ ସୂଚୀର ୧୦୦ତମ ସ୍ଥାନରେ ପହଞ୍ଚାଇଛି। ଏହିସବୁ ଅରବପତିମାନଙ୍କ କାରଣରୁ ମୁମ୍ବାଇ ଆଜି ଅରବପତିଙ୍କ ସହର ମାମଲାରେ ଚୀନକୁ ବି ପଛରେ ପକାଇଦେଇଛି।

https://www.thesakala.in/big-news/mumbai-overtakes-beijing-to-become-asias-billionaire-capital-for-the-first-time/article-30980
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର