ପେଟିଏମ୍‌ ହେଲା ଥାର୍ଡ ପାର୍ଟି ଆପ୍‌: ୟୁପିଆଇ ସହ ଯୋଡି ହେବାପାଇଁ ଏନ୍‌ପିସିଆଇ ଦେଲା ମଞ୍ଜୁୁରୀ

The Sakala Picture
Published On

ନୂଆଦିଲ୍ଲୀ: ଶେଷରେ ପେଟିଏମ୍ ପାଇଁ ଆସିଛି ଖୁସି ଖବର। ଆଗକୁ ପେଟିଏମ୍‌ ଥାର୍ଡ ପାର୍ଟୀ ଆପ୍‌ ଭାବେ କାମ କରିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ଲାଗି ଅନୁମତି ଦେଇଛି । ଚାରୋଟି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ୟସ୍‌ […]

ନୂଆଦିଲ୍ଲୀ: ଶେଷରେ ପେଟିଏମ୍ ପାଇଁ ଆସିଛି ଖୁସି ଖବର। ଆଗକୁ ପେଟିଏମ୍‌ ଥାର୍ଡ ପାର୍ଟୀ ଆପ୍‌ ଭାବେ କାମ କରିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ଲାଗି ଅନୁମତି ଦେଇଛି । ଚାରୋଟି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ୟସ୍‌ ବ୍ୟାଙ୍କକୁ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏନପିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ  ପେଟିଏମର ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ୟୁପିଆଇରେ ମଲ୍ଟି-ବ୍ୟାଙ୍କ ମଡେଲ ଜରିଆରେ ଥାର୍ଡ-ପାର୍ଟୀ ଆପ୍ଲିକେସନ ଯୋଗାଣକାରୀ ଭାବେ ଭାଗ ନେବା ପାଇଁ ଅନୁମତି ଦେଇଛି। ଏନପିସିଆଇ କହିଛି ଯେ ଚାରୋଟି ବ୍ୟାଙ୍କ ଯେଉଁଥିରେ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏସବିଆଇ ଏବଂ ୟେସ ବ୍ୟାଙ୍କ ସାମିଲ ରହିଛି, ସେ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ କାମ କରିବ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଏନପିସିଆଇର ଏହି ନିଷ୍ପତ୍ତି ପରେ ୟୁଜର୍ସ ଏବଂ ବ୍ୟବସାୟୀ ୟୁପିଆଇ କାରବାର ଏବଂ ଅଟୋପେକୁ ସିମଲେସ ଭାବେ ଜାରି ରଖିପାରିବେ। ଏନ୍‌ପିସିଆଇ ୱାନ୍‌ ୯୭ କମ୍ୟୁନିକେସନ ଲିମିଟେଡକୁ ପରାମର୍ଶ ଦେଇ କହିଛି ଯେ, କମ୍ପାନୀ ନୂଆ ପେମେଣ୍ଟ ସର୍ଭିସ ଯୋଗାଣକାରୀ ବ୍ୟାଙ୍କ ପାଖରେ ଖୁବ୍‌ ଶୀଘ୍ର ସମସ୍ତ ହ୍ୟାଣ୍ଡେଲ୍ସର ମାଇଗ୍ରେସନ କାମ ସମ୍ପୂର୍ଣ୍ଣ କରିବ। ତେବେ ବ୍ୟାଙ୍କଗୁଡିକ ସହିତ ମିଶ୍ରଣ ପାଇଁ ଏକ ମାସରୁ ଅଧିକ ସମୟ ଲାଗିପାରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର