ପିଏମ ସୂର୍ଯ୍ୟଘର ବିଜୁଳି ଯୋଜନା: ପଞ୍ଜୀକରଣ ଆରମ୍ଭକଲା ଡାକ ବିଭାଗ, ୩୦ ଦିନ ମଧ୍ୟରେ ଆକାଉଣ୍ଟକୁ ଆସିବ ସବସିଡି

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର, ମାଗଣା ବିଜୁଳି ଯୋଜନାରେ ଉପଭୋକ୍ତା ଓ ଘର ପଞ୍ଜୀକରଣ ଆରମ୍ଭ ହୋଇଛି। ଭାରତୀୟ ଡାକ ବିଭାଗ ଏହି ପଞ୍ଜୀକରଣ ଦାୟିତ୍ବ ବହନ କରିଛି। ଯେଉଁ ଘରର ମାଲିକ ତାଙ୍କ ଛାତ ଉପରେ ସୌର ଫଳକ(ସୋଲାର ପ୍ୟାନେଲ) ଖଞ୍ଜି ଶକ୍ତି ସ୍ବାବଲମ୍ବୀ ହେବାକୁ ଚାହିଁବେ ସେ ନିକଟସ୍ଥ ଡାକଘରକୁ ଯାଇ ସ୍ଥାନୀୟ ପୋଷ୍ଟମାଷ୍ଟର ଏପରିକି ପୋଷ୍ଟମ୍ୟାନଙ୍କ ସହଯୋଗ ନେଇ ନିଜକୁ ତଥା ଘରକୁ ଏହି ଯୋଜନାରେ ପଞ୍ଜିକୃତ କରାଇପାରିବେ। ଯେଉଁମାନେ ଏହି ଯୋଜନାର ଉପଭୋକ୍ତା […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର, ମାଗଣା ବିଜୁଳି ଯୋଜନାରେ ଉପଭୋକ୍ତା ଓ ଘର ପଞ୍ଜୀକରଣ ଆରମ୍ଭ ହୋଇଛି। ଭାରତୀୟ ଡାକ ବିଭାଗ ଏହି ପଞ୍ଜୀକରଣ ଦାୟିତ୍ବ ବହନ କରିଛି। ଯେଉଁ ଘରର ମାଲିକ ତାଙ୍କ ଛାତ ଉପରେ ସୌର ଫଳକ(ସୋଲାର ପ୍ୟାନେଲ) ଖଞ୍ଜି ଶକ୍ତି ସ୍ବାବଲମ୍ବୀ ହେବାକୁ ଚାହିଁବେ ସେ ନିକଟସ୍ଥ ଡାକଘରକୁ ଯାଇ ସ୍ଥାନୀୟ ପୋଷ୍ଟମାଷ୍ଟର ଏପରିକି ପୋଷ୍ଟମ୍ୟାନଙ୍କ ସହଯୋଗ ନେଇ ନିଜକୁ ତଥା ଘରକୁ ଏହି ଯୋଜନାରେ ପଞ୍ଜିକୃତ କରାଇପାରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଯେଉଁମାନେ ଏହି ଯୋଜନାର ଉପଭୋକ୍ତା ଭାବେ ପଞ୍ଜିକୃତ ହେବାକୁ ଚାହିଁବେ, ସେ http://pmsuryaghar.gov.in/ ପୋର୍ଟାଲକୁ ଯାଇ ରାଜ୍ୟର ନାମ, ବିଦ୍ୟୁତ ବିତରଣ କମ୍ପାନୀର ନାମ, ନିଜ ନାମ ଓ ଘର ଠିକଣା, ବିଦ୍ୟୁତ ଗ୍ରାହକ ନମ୍ବର, ମୋବାଇଲ ନମ୍ବର, ଇ-ମେଲ ଆଡ୍ରେସ, ଛାତର କ୍ଷେତ୍ରଫଳ, କେତେ କିଲୋୱାଟ କ୍ଷମତାର ସୌର ବିଜୁଳି ସିଷ୍ଟମ୍ ଚାହୁଁଛନ୍ତି ଆଦି ତଥ୍ୟ ବା ପ୍ଲାନ୍ ଡିଟେଲସ ରୁଫଟପ୍ ସୋଲାର ଫର୍ମରେ ଭରି ଆବେଦନ(ସବମିଟ୍) କରିବାକୁ କରିବାକୁ ହେବ। ଉପଭୋକ୍ତା ଭାବେ ସରକାରଙ୍କ ଦ୍ବାରା ଚିହ୍ନଟ ହେବା (ଆପ୍ରୁଭାଲ ପାଇବା)ପରେ ବିଦ୍ୟୁତ ବିତରଣ କମ୍ପାନୀର ପଞ୍ଜିକୃତ ଭେଣ୍ଡର ସେହି ଉପଭୋକ୍ତାଙ୍କ ଘରଛାତ ଉପରେ ଦରକାର/ମଞ୍ଜୁରୀ ମୁତାବକ ସୌର ଫଳକ ଓ ଅନ୍ୟ ଆନୁସଙ୍ଗିକ ସିଷ୍ଟମ ସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ତା’ପରେ ଉପଭୋକ୍ତା ନେଟ୍ ମିଟର ପାଇଁ ଆବେଦନ ସବମିଟ୍ କଲେ ପୋର୍ଟାଲରେ କମିସନିଂ ସାର୍ଟିଫିକେଟ୍ ଜେନେରେଟ୍ ହେବ। ଉପଭୋକ୍ତା ତା’ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲସ ଅପଲୋଡ୍ କରିବା ସହ ପୋର୍ଟାଲ ଜରିଆରେ ଏକ କ୍ୟାନସଲଡ୍ ଚେକ୍ ଦେଲେ ୩୦ ଦିନ ମଧ୍ୟରେ ତାଙ୍କ ଆକାଉଣ୍ଟରେ ସବସିଡି ଟଙ୍କା ଜମା ହୋଇଯିବ। ସମଗ୍ର ଦେଶରେ ୧କୋଟି ଘରଛାତ ଉପରେ ସୌର ଫଳକ ଖଞ୍ଜାଯାଇ ପ୍ରତି ଘରଛାତରୁ ମାସକୁ ହାରାହାରି ୩୦୦ ୟୁନିଟ୍ ସୌର ବିଦ୍ୟୁତ ଉତ୍ପାଦନ ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର