ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ […]
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ ଖେଳାଳି ।
Our 1⃣6⃣ warriors who will fight for the prestigious🥇at #Tokyo2020 🇮🇳
ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହTeam India #HaiTayyar 🏑#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y
— Hockey India (@TheHockeyIndia) June 18, 2021
୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।






