ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

The Sakala Picture
Published On

ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ […]

ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ ଖେଳାଳି ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର