ପଲଟିଗଲା ବିଶ୍ବ ଧନୀ ତାଲିକା: ଏଲନ ମସ୍କଙ୍କୁ ପଛରେ ପକାଇ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ହେଲେ ବିଶ୍ୱର ୧ ନମ୍ବର ଧନୀ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ଧନୀ ବ୍ୟକ୍ତିମାନଙ୍କର ସମ୍ପତ୍ତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏଥିରେ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି। ଫୋର୍ବସ୍‌ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ଏବେ ଏଲନ ମସ୍କଙ୍କୁ ତାଲିକାରେ ପଛରେ ଠେଲିଦେଇଛି। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି। ବ୍ଲୁମବର୍ଗ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତିରେ ଏକା ଥରକରେ ୧୮.୬ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। […]

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ଧନୀ ବ୍ୟକ୍ତିମାନଙ୍କର ସମ୍ପତ୍ତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏଥିରେ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି। ଫୋର୍ବସ୍‌ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ଏବେ ଏଲନ ମସ୍କଙ୍କୁ ତାଲିକାରେ ପଛରେ ଠେଲିଦେଇଛି। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି।
ବ୍ଲୁମବର୍ଗ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତିରେ ଏକା ଥରକରେ ୧୮.୬ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। ଏହାସହିତ ସେ ଏଲନ ମସ୍କଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି।

ମସ୍କଙ୍କ କମ୍ପାନୀ ଟେସ୍‌ଲା ସେୟାର ମୂଲ୍ୟରେ ହ୍ରାସ ଧାରା ଜାରି ରହିବା ଯୋଗୁ ତାଙ୍କ ମୋଟୁ ସମ୍ପତ୍ତି ହ୍ରାସ ପାଇ ୨୦୪.୭ ବିଲିୟନ ଡଲାର ହୋଇଯାଇଛି। ଅର୍ଥାତ ଦୁଇ ବିଲେନିୟରଙ୍କ ସମ୍ପତ୍ତି ମଧ୍ୟରେ ଏବେ ୨.୯ ବିଲିୟନ ଡଲାରର ପାର୍ଥକ୍ୟ ସୃଷ୍ଟି ହୋଇଛି। ୨୦୨୪ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯଦି ଆୟ କଥା କୁହାଯାଏ ତେବେ ଫ୍ରାନ୍ସର ଏହି ୭୪ ବର୍ଷ ବୟସ୍କ ବିଲେୟନାଏର ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ୭.୨୫ ବିଲିୟନ ଡଲାର ଆୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ଅନ୍ୟପଟେ ୫୨ ବର୍ଷୀୟ ମସ୍କଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ବ୍ଲୁମବର୍ଗ ଅନୁସାରେ ମସ୍କଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦.୫ ବିଲିୟନ ଡଲାର ହ୍ରାସ ଘଟିସାରିଛି। ତେବେ ଆର୍ଣ୍ଣୋଲ୍ଟ ପ୍ରଥମ ଥର ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି ତା ନୁହେଁ ଏହା ପୂର୍ବରୁ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ। ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଭାରତୀୟ ବିଲେୟନାଏର ତଥା ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ ତାଙ୍କର ଦବଦବା କାୟମ ରଖିଛନ୍ତି। ଫୋର୍ବସ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪.୪ ବିଲିୟନ ଡଲାର ରହିଛି। ଏହାସହିତ ସେ ବିଶ୍ୱ ଧନୀ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ଭାରତୀୟ ଅରବପତି ଗୌତମ ଆଦାନୀ ୯୧.୬ ବିଲିୟନ ଡଲାର ସମ୍ପତ୍ତି ସହ ଧନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

29 Jan 2024 By The Sakala

ପଲଟିଗଲା ବିଶ୍ବ ଧନୀ ତାଲିକା: ଏଲନ ମସ୍କଙ୍କୁ ପଛରେ ପକାଇ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ହେଲେ ବିଶ୍ୱର ୧ ନମ୍ବର ଧନୀ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ଧନୀ ବ୍ୟକ୍ତିମାନଙ୍କର ସମ୍ପତ୍ତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏଥିରେ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି। ଫୋର୍ବସ୍‌ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ଏବେ ଏଲନ ମସ୍କଙ୍କୁ ତାଲିକାରେ ପଛରେ ଠେଲିଦେଇଛି। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି।
ବ୍ଲୁମବର୍ଗ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତିରେ ଏକା ଥରକରେ ୧୮.୬ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। ଏହାସହିତ ସେ ଏଲନ ମସ୍କଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି।

ମସ୍କଙ୍କ କମ୍ପାନୀ ଟେସ୍‌ଲା ସେୟାର ମୂଲ୍ୟରେ ହ୍ରାସ ଧାରା ଜାରି ରହିବା ଯୋଗୁ ତାଙ୍କ ମୋଟୁ ସମ୍ପତ୍ତି ହ୍ରାସ ପାଇ ୨୦୪.୭ ବିଲିୟନ ଡଲାର ହୋଇଯାଇଛି। ଅର୍ଥାତ ଦୁଇ ବିଲେନିୟରଙ୍କ ସମ୍ପତ୍ତି ମଧ୍ୟରେ ଏବେ ୨.୯ ବିଲିୟନ ଡଲାରର ପାର୍ଥକ୍ୟ ସୃଷ୍ଟି ହୋଇଛି। ୨୦୨୪ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯଦି ଆୟ କଥା କୁହାଯାଏ ତେବେ ଫ୍ରାନ୍ସର ଏହି ୭୪ ବର୍ଷ ବୟସ୍କ ବିଲେୟନାଏର ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ୭.୨୫ ବିଲିୟନ ଡଲାର ଆୟ କରିଛନ୍ତି।

ଅନ୍ୟପଟେ ୫୨ ବର୍ଷୀୟ ମସ୍କଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ବ୍ଲୁମବର୍ଗ ଅନୁସାରେ ମସ୍କଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦.୫ ବିଲିୟନ ଡଲାର ହ୍ରାସ ଘଟିସାରିଛି। ତେବେ ଆର୍ଣ୍ଣୋଲ୍ଟ ପ୍ରଥମ ଥର ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି ତା ନୁହେଁ ଏହା ପୂର୍ବରୁ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ। ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଭାରତୀୟ ବିଲେୟନାଏର ତଥା ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ ତାଙ୍କର ଦବଦବା କାୟମ ରଖିଛନ୍ତି। ଫୋର୍ବସ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪.୪ ବିଲିୟନ ଡଲାର ରହିଛି। ଏହାସହିତ ସେ ବିଶ୍ୱ ଧନୀ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ଭାରତୀୟ ଅରବପତି ଗୌତମ ଆଦାନୀ ୯୧.୬ ବିଲିୟନ ଡଲାର ସମ୍ପତ୍ତି ସହ ଧନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର