ହ୍ରିତିକ ରୋଶନଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ସମନ

The Sakala Picture
Published On

ମୁମ୍ବାଇ : ନିକଟରେ ସୁପରଷ୍ଟାର ହ୍ରିତିକ ରୋଶନ ଓ କଙ୍ଗନା ରଣାୱତଙ୍କ ସମ୍ପୃକ୍ତ ଥିବା ମାମଲା ସାଇବର ସେଲ କ୍ରାଇମବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚର ଦାୟିତ୍ବରେ ଥିବା ଏବଂ ମୁମ୍ବାଇର ଯୁଗ୍ମ ପୁଲିସ କମିଶନରଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଅନୁଯାୟୀ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କ ଏଫଆଇଆର ଯାଞ୍ଚ କରିଥାଆନ୍ତେ । ଇତିମଧ୍ୟରେ ହ୍ରିତିକଙ୍କୁ ସମନ ପଠାଇଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ୨୭ ଫେବୃଆରୀରେ ହ୍ରିତିକ କ୍ରାଇମବ୍ରାଞ୍ଚକୁ ଆସି ତାଙ୍କ […]

ମୁମ୍ବାଇ : ନିକଟରେ ସୁପରଷ୍ଟାର ହ୍ରିତିକ ରୋଶନ ଓ କଙ୍ଗନା ରଣାୱତଙ୍କ ସମ୍ପୃକ୍ତ ଥିବା ମାମଲା ସାଇବର ସେଲ କ୍ରାଇମବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚର ଦାୟିତ୍ବରେ ଥିବା ଏବଂ ମୁମ୍ବାଇର ଯୁଗ୍ମ ପୁଲିସ କମିଶନରଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଅନୁଯାୟୀ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କ ଏଫଆଇଆର ଯାଞ୍ଚ କରିଥାଆନ୍ତେ । ଇତିମଧ୍ୟରେ ହ୍ରିତିକଙ୍କୁ ସମନ ପଠାଇଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ୨୭ ଫେବୃଆରୀରେ ହ୍ରିତିକ କ୍ରାଇମବ୍ରାଞ୍ଚକୁ ଆସି ତାଙ୍କ ବୟାନ ଦେବେ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

କଙ୍ଗନା ରାନାୱତଙ୍କ ସହ ବିବାଦ ମାମଲାରେ ହ୍ରିତିକ ରୋଶନଙ୍କ ବିବୃତ୍ତି ରେକର୍ଡ ହେବ। ତିକ ୨୦୧୬ ମସିହାରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଅଭିନେତ୍ରୀ ତାଙ୍କୁ ୧୦୦ରୁ ଅଧିକ ମେଲ ପଠାଇ ତାଙ୍କୁ ହଇରାଣ କରିଥିଲେ। ବର୍ତ୍ତମାନ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କ ଠୁ ସବୁ କିଛି ଜାଣିବାକୁ ଚାହୁଁଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଙ୍ଗନାଙ୍କ ଆକାଉଣ୍ଟରୁ ହ୍ରିତିକଙ୍କୁ ଇମେଲ କରାଯାଇଛି। ଏହା ପରେ କଙ୍ଗନାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । ୨୭ ଫେବୃଆରୀରେ ହ୍ରିତିକ  ବୟାନ ରେକର୍ଡ କରାଯିବ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ତେବେ ଅଧିକାରୀ ଆହୁରି କହିଛନ୍ତି ଯେ ହ୍ରିତିକଙ୍କୁ ଇମେଲ ପଠାଇବାକୁ ଖଣ୍ଡନ କରିଥିଲେ କଙ୍ଗନା। ସେପଟେ ହ୍ରିତିକ ତାଙ୍କ ମୋବାଇଲ ଏବଂ ଲାପଟପ ମଧ୍ୟ ଦାଖଲ କରିଥିଲେ, କିନ୍ତୁ ସେଥିରୁ କିଛି ମିଳିନଥିଲା। ଏହି ମେଲଗୁଡିକ ୨୦୧୩ ରୁ ୨୦୧୪ ମଧ୍ୟରେ ପଠାଯାଇଥିଲା । ଏହା ପରେ ୨୦୧୬ରେ କଙ୍ଗନାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ ହ୍ରିତିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର