ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପାଇଲେ ୪୦୯ ହିତାଧିକାରୀ
ଖୋର୍ଦ୍ଧା: ସୁନାଖଳାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ଯୋଗଦେଇ ଅର୍ଥ ରାଶି ବଣ୍ଟନ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସୁନାଖଳା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ ମଧ୍ୟ ଉପସ୍ଥିତ ଥିଲେ। ଶିକ୍ଷା, ବାହାଘର ଆଦି ଯୋଜନାରେ ୪୦୯ ଜଣ ହିତାଧିକାରୀଙ୍କୁ ୨ କୋଟି ୪୮ଲକ୍ଷ ୧୯ ହଜାର ଟଙ୍କାର ଅର୍ଥ ରାଶିର ଚେକ ବଣ୍ଟନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ […]
ଖୋର୍ଦ୍ଧା: ସୁନାଖଳାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ଯୋଗଦେଇ ଅର୍ଥ ରାଶି ବଣ୍ଟନ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସୁନାଖଳା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ ମଧ୍ୟ ଉପସ୍ଥିତ ଥିଲେ। ଶିକ୍ଷା, ବାହାଘର ଆଦି ଯୋଜନାରେ ୪୦୯ ଜଣ ହିତାଧିକାରୀଙ୍କୁ ୨ କୋଟି ୪୮ଲକ୍ଷ ୧୯ ହଜାର ଟଙ୍କାର ଅର୍ଥ ରାଶିର ଚେକ ବଣ୍ଟନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ କୃତଜ୍ଞତା ଜଣାଇଛନ୍ତି ।
ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ୧୦୫ ଜଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ସେମାନଙ୍କ ମନୋନୀତ/ଉତ୍ତରାଧିକାରୀଙ୍କୁ ୨ କୋଟି ୪ ଲକ୍ଷ ଓ ୧୦୩ ଜଣଙ୍କ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୫ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ସେହିପରି ବିବାହକାଳୀନ ସହାୟତା ବାବଦରେ ୬୦ଜଣଙ୍କୁ ୨୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଶିକ୍ଷା ସହାୟତା ବାବଦରେ ୧୩୧ ଜଣଙ୍କୁ ୯ ଲକ୍ଷ ୯ ହଜାର ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୧୦ ଜଣଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହିସବୁ ସହାୟତା ବାବଦରେ ସର୍ବମୋଟ ୪୦୯ ଜଣଙ୍କୁ ୨ କୋଟି ୪୮ ଲକ୍ଷ ୧୯ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।
ଏହି ଶିବିରରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇମାନେ ସାମିଲ ହେବା ପାଇଁ ନିବେଦନ କରିଥଲେ । ଏଥି ସହ ୨୩୭ ଜଣ ନୂତନ ଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ।