ଫିଲ୍ମ ‘3 Idiots’ର ଲାଇବ୍ରେରିଆନ୍‌ ଅଖିଳ ମିଶ୍ରାଙ୍କ ପରଲୋକ, ଚେୟାରରୁ ପଡି ମୁଣ୍ଡରେ ଲାଗିଥିଲା ଆଘାତ

The Sakala Picture
Published On

ମୁମ୍ବାଇ: ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ବୁଧବାର ଅପରାହ୍ନରେ ମୁମ୍ବାଇର ମିରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଚେୟାର ଛିଡ଼ା ହୋଇ କିଛି କାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ ଅଖିଳ ମିଶ୍ରା। ଅଖିଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର […]

ମୁମ୍ବାଇ: ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ବୁଧବାର ଅପରାହ୍ନରେ ମୁମ୍ବାଇର ମିରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଚେୟାର ଛିଡ଼ା ହୋଇ କିଛି କାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ ଅଖିଳ ମିଶ୍ରା। ଅଖିଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଖିଳ ମିଶ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଅଖିଳ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ | ସେ ଭଓ୍ବଁର, ଉତ୍ତରଣ, ଉଡାନ୍, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ୍ ଖୋଜ୍, ରଜନୀ ଭଳି ଟିଭି ସୋ’ କରିଥିଲେ। ଏହାଛଡ଼ା ଅଖିଳ ମିଶ୍ରା ଡନ୍ ଆବା, ହାଜାରୋଁ ଖ୍ବାଇସେ ଐସି, ୩ ଇଡିୟଟ୍ସ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ | ଅଖିଳ ଅନେକ ବର୍ଷ ଧରି ମନୋରଞ୍ଜନ ଜଗତ ସହ ଜଡ଼ିତ ଥିଲେ । ତେବେ ‘୩ ଇଡିୟଟ୍ସ’ରେ ଲାଇବ୍ରେରିଆନ୍ ଡୁବି ଭୂମିକା ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ | ‘ଉତ୍ତରଣ’ ସିରିଏଲରେ ଉମେଦ ସିଂ ବୁଦେଲା ଭୂମିକାରେ ମଧ୍ୟ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

21 Sep 2023 By The Sakala

ଫିଲ୍ମ ‘3 Idiots’ର ଲାଇବ୍ରେରିଆନ୍‌ ଅଖିଳ ମିଶ୍ରାଙ୍କ ପରଲୋକ, ଚେୟାରରୁ ପଡି ମୁଣ୍ଡରେ ଲାଗିଥିଲା ଆଘାତ

ମୁମ୍ବାଇ: ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ବୁଧବାର ଅପରାହ୍ନରେ ମୁମ୍ବାଇର ମିରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଚେୟାର ଛିଡ଼ା ହୋଇ କିଛି କାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ ଅଖିଳ ମିଶ୍ରା। ଅଖିଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଖିଳ ମିଶ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି ।

ଅଖିଳ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ | ସେ ଭଓ୍ବଁର, ଉତ୍ତରଣ, ଉଡାନ୍, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ୍ ଖୋଜ୍, ରଜନୀ ଭଳି ଟିଭି ସୋ’ କରିଥିଲେ। ଏହାଛଡ଼ା ଅଖିଳ ମିଶ୍ରା ଡନ୍ ଆବା, ହାଜାରୋଁ ଖ୍ବାଇସେ ଐସି, ୩ ଇଡିୟଟ୍ସ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ | ଅଖିଳ ଅନେକ ବର୍ଷ ଧରି ମନୋରଞ୍ଜନ ଜଗତ ସହ ଜଡ଼ିତ ଥିଲେ । ତେବେ ‘୩ ଇଡିୟଟ୍ସ’ରେ ଲାଇବ୍ରେରିଆନ୍ ଡୁବି ଭୂମିକା ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ | ‘ଉତ୍ତରଣ’ ସିରିଏଲରେ ଉମେଦ ସିଂ ବୁଦେଲା ଭୂମିକାରେ ମଧ୍ୟ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର