ବିପତ୍ତି କାଳରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

The Sakala Picture
Published On

ବାଲେଶ୍ୱର : କରୋନା ମହାମାରୀ ସାଙ୍ଗକୁ ୟସ ସାମୁଦ୍ରିକ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ରୋଗୀଙ୍କୁ ରକ୍ତର ଅଭାବ ନରହିବା ପାଇଁ ଅଣ୍ଟା ଭିଡ଼ିଛି ବିଜୁ ଯୁବ ଜନତା ଦଳ | ଓଡ଼ିଶା ମୋ ପରିବାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ଆଜି ବାଲେଶ୍ୱରର ରସାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ […]

ବାଲେଶ୍ୱର : କରୋନା ମହାମାରୀ ସାଙ୍ଗକୁ ୟସ ସାମୁଦ୍ରିକ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ରୋଗୀଙ୍କୁ ରକ୍ତର ଅଭାବ ନରହିବା ପାଇଁ ଅଣ୍ଟା ଭିଡ଼ିଛି ବିଜୁ ଯୁବ ଜନତା ଦଳ | ଓଡ଼ିଶା ମୋ ପରିବାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ଆଜି ବାଲେଶ୍ୱରର ରସାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଶିବିରକୁ ଓଡ଼ିଶା ସରକାରଙ୍କ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ଥିଲେ | ଏହି ଅବସରରେ 104 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ଶିବିର ପରିଚାଳନାରେ ବିଜୁ ଜନତା ଦଳର ନେତା ବିସ୍ମୟ ଦାସ, ଯୁବନେତା ଦିଲୀପ ଦ୍ବିବେଦି, ଅର୍ଜୁନ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଯୁବକମାନେ ଏହି ବିପତ୍ତି ସମୟରେ ରକ୍ତଦାନ କରିବାକୁ ଆଗେଇ ଆସିଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ର ସାଧୁବାଦ ଜଣାଇଥିଲେ |

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

30 May 2021 By The Sakala

ବିପତ୍ତି କାଳରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ୱର : କରୋନା ମହାମାରୀ ସାଙ୍ଗକୁ ୟସ ସାମୁଦ୍ରିକ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ରୋଗୀଙ୍କୁ ରକ୍ତର ଅଭାବ ନରହିବା ପାଇଁ ଅଣ୍ଟା ଭିଡ଼ିଛି ବିଜୁ ଯୁବ ଜନତା ଦଳ | ଓଡ଼ିଶା ମୋ ପରିବାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ଆଜି ବାଲେଶ୍ୱରର ରସାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଶିବିରକୁ ଓଡ଼ିଶା ସରକାରଙ୍କ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ଥିଲେ | ଏହି ଅବସରରେ 104 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ଶିବିର ପରିଚାଳନାରେ ବିଜୁ ଜନତା ଦଳର ନେତା ବିସ୍ମୟ ଦାସ, ଯୁବନେତା ଦିଲୀପ ଦ୍ବିବେଦି, ଅର୍ଜୁନ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଯୁବକମାନେ ଏହି ବିପତ୍ତି ସମୟରେ ରକ୍ତଦାନ କରିବାକୁ ଆଗେଇ ଆସିଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ର ସାଧୁବାଦ ଜଣାଇଥିଲେ |

https://www.thesakala.in/big-news/during-the-disaster-a-blood-donation-camp-was-organized-by-the-biju-yuva-janata-dal/article-2513
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର