କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ଚାଲିଛି କଂଗ୍ରେସର ମାନସମନ୍ଥନ, ଚୂଡାନ୍ତ ନିଷ୍ପତ୍ତି ନେବେ ସଭାପତି ମଲିକାର୍ଜୁନ ଖଡଗେ

The Sakala Picture
Published On

ବେଙ୍ଗାଲୁରୁ: କିଏ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ।କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସୁଦ୍ଧା ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ସହିତ ସେହି ଦିନ ହିଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏବେ ଦଳ ପାଇଁ ବଡ଼ ଆହ୍ବାନ ହୋଇଥିବା ବେଳେ ରବିବାର […]

ବେଙ୍ଗାଲୁରୁ: କିଏ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ।କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସୁଦ୍ଧା ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ସହିତ ସେହି ଦିନ ହିଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏବେ ଦଳ ପାଇଁ ବଡ଼ ଆହ୍ବାନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଥିପାଇଁ ତଜର୍ମା ଚାଲିଛି। ମହାରାଷ୍ଟ୍ର କଂଗ୍ରେସ ନେତା ସୁଶୀଲ ସିନ୍ଦେଙ୍କୁ କଂଗ୍ରେସ ହାଇକମାଣ୍ଡ ଭାବେ କର୍ଣ୍ଣାଟକକୁ ପଠାଇବା ସହିତ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ସୁରୁଖୁରରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନେତା ଚୟନ ପାଇଁ ବିଧାୟକମାନଙ୍କ ମତଦାନ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି। ବିଧାୟକମାନଙ୍କ ମତାମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଗାନ୍ଧୀ ପରିବାର ଶେଷ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ତେବେ ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ନେତା ସିଦ୍ଧରାମାୟା ଏବଂ ପିସିସି ସଭାପତି ଡ. ଡି କେ ଶିବକୁମାର ଏବେ ଦୌଡରେ ରହିଛନ୍ତି। ଦଳର ଅଦ୍ଭୁତପୂର୍ବ ବିଜୟ ପାଇଁ ଏହି ଦୁଇ ନେତାଙ୍କ ଭୂମିକା ଯଥେଷ୍ଟ ରହିଥିଲା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରାମାୟାଙ୍କ ପଲା ଭାରୀ ରହିଥିବା କୁହାଯାଉଥିବା ବେଳେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ସ୍ଥିର କରିସାରିଥିବା କୁହାଯାଉଛି। ୭୫ ବର୍ଷୀୟ ସିଦ୍ଧରାମାୟା ଜଣେ ପଛୁଆ ବର୍ଗ ନେତା ଭାବେ ସଂଖ୍ୟାଲଘୁ ଏବଂ ଦଳିତ ଶ୍ରେଣୀର ନେତୃତ୍ବ ନେଇ ଚଳିତ ନିର୍ବାଚନରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ନବ ନିର୍ବାଚିତ ବିଧାୟକମାନଙ୍କ ପକ୍ଷରୁ ୮୦ ରୁ ୯୦ ବିଧାୟକ ତାଙ୍କ ସପକ୍ଷରେ ରହିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ସେପଟେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ରହିଥିବା ଡି କେ ଶିବକୁମାରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି। ଗାନ୍ଧୀ ପରିବାର ସହିତ ଅତ୍ୟନ୍ତ ଘନିଷ୍ଠ ରହି ଆସିଥିବା ୬୦ ବର୍ଷୀୟ ଶିବକୁମାରଙ୍କ ନେତୃତ୍ବ ଅନେକ ସମୟରେ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହି ଆସିଥିଲା ବେଳେ ସେ ଭୋକାଲିଙ୍ଗା ସଂପ୍ରଦାୟରୁ ଆସିଥିବାରୁ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଆସିଛି। ତେଣୁ ଉଭୟଙ୍କ ମଧ୍ୟରୁ କାହାକୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବ ତାହାକୁ ନେଇ କଂଗ୍ରେସ ଏବେ ଚିନ୍ତାରେ ପଡ଼ିଛି। ଦଳ କାହାକୁ ଦାୟିତ୍ବ ତାହା ତ’ ଭିନ୍ନ କଥା, କିନ୍ତୁ ଏହି ଦୁଇ ନେତାଙ୍କୁ ସେମାନଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ଏବେ କର୍ଣ୍ଣାଟକରେ ‘ପୋଷ୍ଟର ୱାର’ ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସିଦ୍ଧରାମାୟା ଏବଂ ଶିବକୁମାରଙ୍କ ସମର୍ଥକମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗାଯାଇ ସେମାନଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଉଛି। ତେବେ ସିଦ୍ଧରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇ କଂଗ୍ରେସ କର୍ଣ୍ଣାଟକରେ ୩ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ଦେବାକୁ ଚିନ୍ତା କରୁଛି ବୋଲି କୁହାଯାଉଛି। ବିଶେଷକରି ଲିଙ୍ଗାୟତ, ଭୋକାଲିଙ୍ଗା ଏବଂ ଦଳିତ ଶ୍ରେଣୀର ଜଣେ ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଏହିକ୍ରମରେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିପାରେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଶିବକୁମାର କେତେ ଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାର ରହିଛି। କାରଣ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସ ବିଭିନ୍ନ ରାଜ୍ୟରେ ଭୁଲ ନିଷ୍ପତ୍ତି ନେଇଥିବାରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦଳ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ବେଳେ ଏବେ କର୍ଣ୍ଣାଟକରେ ସେଭଳି ଭୁଲ ନ ଦୋହରାଇବାକୁ ସତର୍କ ରହିଛି।

15 May 2023 By The Sakala

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ଚାଲିଛି କଂଗ୍ରେସର ମାନସମନ୍ଥନ, ଚୂଡାନ୍ତ ନିଷ୍ପତ୍ତି ନେବେ ସଭାପତି ମଲିକାର୍ଜୁନ ଖଡଗେ

ବେଙ୍ଗାଲୁରୁ: କିଏ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ।କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସୁଦ୍ଧା ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ସହିତ ସେହି ଦିନ ହିଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏବେ ଦଳ ପାଇଁ ବଡ଼ ଆହ୍ବାନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଥିପାଇଁ ତଜର୍ମା ଚାଲିଛି। ମହାରାଷ୍ଟ୍ର କଂଗ୍ରେସ ନେତା ସୁଶୀଲ ସିନ୍ଦେଙ୍କୁ କଂଗ୍ରେସ ହାଇକମାଣ୍ଡ ଭାବେ କର୍ଣ୍ଣାଟକକୁ ପଠାଇବା ସହିତ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ସୁରୁଖୁରରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନେତା ଚୟନ ପାଇଁ ବିଧାୟକମାନଙ୍କ ମତଦାନ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି। ବିଧାୟକମାନଙ୍କ ମତାମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଗାନ୍ଧୀ ପରିବାର ଶେଷ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

ତେବେ ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ନେତା ସିଦ୍ଧରାମାୟା ଏବଂ ପିସିସି ସଭାପତି ଡ. ଡି କେ ଶିବକୁମାର ଏବେ ଦୌଡରେ ରହିଛନ୍ତି। ଦଳର ଅଦ୍ଭୁତପୂର୍ବ ବିଜୟ ପାଇଁ ଏହି ଦୁଇ ନେତାଙ୍କ ଭୂମିକା ଯଥେଷ୍ଟ ରହିଥିଲା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରାମାୟାଙ୍କ ପଲା ଭାରୀ ରହିଥିବା କୁହାଯାଉଥିବା ବେଳେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ସ୍ଥିର କରିସାରିଥିବା କୁହାଯାଉଛି। ୭୫ ବର୍ଷୀୟ ସିଦ୍ଧରାମାୟା ଜଣେ ପଛୁଆ ବର୍ଗ ନେତା ଭାବେ ସଂଖ୍ୟାଲଘୁ ଏବଂ ଦଳିତ ଶ୍ରେଣୀର ନେତୃତ୍ବ ନେଇ ଚଳିତ ନିର୍ବାଚନରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ନବ ନିର୍ବାଚିତ ବିଧାୟକମାନଙ୍କ ପକ୍ଷରୁ ୮୦ ରୁ ୯୦ ବିଧାୟକ ତାଙ୍କ ସପକ୍ଷରେ ରହିଥିବା କୁହାଯାଉଛି।

ସେପଟେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ରହିଥିବା ଡି କେ ଶିବକୁମାରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି। ଗାନ୍ଧୀ ପରିବାର ସହିତ ଅତ୍ୟନ୍ତ ଘନିଷ୍ଠ ରହି ଆସିଥିବା ୬୦ ବର୍ଷୀୟ ଶିବକୁମାରଙ୍କ ନେତୃତ୍ବ ଅନେକ ସମୟରେ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହି ଆସିଥିଲା ବେଳେ ସେ ଭୋକାଲିଙ୍ଗା ସଂପ୍ରଦାୟରୁ ଆସିଥିବାରୁ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଆସିଛି। ତେଣୁ ଉଭୟଙ୍କ ମଧ୍ୟରୁ କାହାକୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବ ତାହାକୁ ନେଇ କଂଗ୍ରେସ ଏବେ ଚିନ୍ତାରେ ପଡ଼ିଛି। ଦଳ କାହାକୁ ଦାୟିତ୍ବ ତାହା ତ’ ଭିନ୍ନ କଥା, କିନ୍ତୁ ଏହି ଦୁଇ ନେତାଙ୍କୁ ସେମାନଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ଏବେ କର୍ଣ୍ଣାଟକରେ ‘ପୋଷ୍ଟର ୱାର’ ଆରମ୍ଭ ହୋଇଯାଇଛି।

ସିଦ୍ଧରାମାୟା ଏବଂ ଶିବକୁମାରଙ୍କ ସମର୍ଥକମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗାଯାଇ ସେମାନଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଉଛି। ତେବେ ସିଦ୍ଧରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇ କଂଗ୍ରେସ କର୍ଣ୍ଣାଟକରେ ୩ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ଦେବାକୁ ଚିନ୍ତା କରୁଛି ବୋଲି କୁହାଯାଉଛି। ବିଶେଷକରି ଲିଙ୍ଗାୟତ, ଭୋକାଲିଙ୍ଗା ଏବଂ ଦଳିତ ଶ୍ରେଣୀର ଜଣେ ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଏହିକ୍ରମରେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିପାରେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଶିବକୁମାର କେତେ ଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାର ରହିଛି। କାରଣ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସ ବିଭିନ୍ନ ରାଜ୍ୟରେ ଭୁଲ ନିଷ୍ପତ୍ତି ନେଇଥିବାରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦଳ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ବେଳେ ଏବେ କର୍ଣ୍ଣାଟକରେ ସେଭଳି ଭୁଲ ନ ଦୋହରାଇବାକୁ ସତର୍କ ରହିଛି।

https://www.thesakala.in/big-news/congress-president-mallikarjun-khadge-will-take-the-final-decision-on-who-will-be-the-cm-in-karnataka/article-21668
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର