ଖୁବଶୀଘ୍ର ୧୯ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଇଟି ସେକ୍ଟର କମ୍ପାନୀ Accenture

The Sakala Picture
Published On

ନୂଆଦିଲ୍ଲୀ: ବୃହତ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ ଆଜି କୁହାଯାଇଛି । ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ […]

ନୂଆଦିଲ୍ଲୀ: ବୃହତ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ ଆଜି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ କର୍ପୋରେଟ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଅଧିକ ଛଟେଇ କରାଯିବ । କମ୍ପାନୀର ଏଭଳି ନିଷ୍ପତ୍ତି ପରେ ସେୟାର ମାର୍କେଟରେ କମ୍ପାନୀର ସେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

୨୦୨୩ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଆକ୍ସେଞ୍ଚର ଏହାର କାର୍ଯ୍ୟଶୈଳୀକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନେଉଛି। ଏହା ଫଳରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି । ମାନ୍ଦାବସ୍ଥା ଯୋଗୁଁ ପ୍ରଭାବିତ ଟେକ୍ନୋଲୋଜୀ ବଜେଟ୍ ହ୍ରାସ କରିବାର ସମ୍ଭାବନା ଥିବାରୁ କମ୍ପାନୀ ନିକଟରେ ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ କରିଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର