ଘନଉଛି ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ, ବିପଦରେ ଭାରତୀୟ ଆଇଟି କମ୍ପାନୀ

The Sakala Picture
Published On

ନୂଆଦିଲ୍ଲୀ: ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ସାରା ୟୁରୋପକୁ ଘାଣ୍ଟିଲାଣି। ବର୍ତ୍ତମାନ ସ୍ଥିତି ଏଭଳି ଭାରତୀୟ ଆଇଟି କମ୍ପାନୀଗୁଡିକ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଆମେରିକୀୟ ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ ଘନେଇବାରେ ଲାଗିଥିବା ଯୋଗୁ ଏବେ ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକର ରାଜସ୍ବ ବିପଦରେ। ଏଥିଯୋଗୁ ଏହି ସବୁ ଆଇଟି କମ୍ପାନୀଗୁଡିକ ସେମାନଙ୍କର ରାଜସ୍ବରେ ୪୦% ହ୍ରାସର ସମ୍ମୁଖୀନ ହୋଇପାରନ୍ତି। ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ […]

ନୂଆଦିଲ୍ଲୀ: ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ସାରା ୟୁରୋପକୁ ଘାଣ୍ଟିଲାଣି। ବର୍ତ୍ତମାନ ସ୍ଥିତି ଏଭଳି ଭାରତୀୟ ଆଇଟି କମ୍ପାନୀଗୁଡିକ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଆମେରିକୀୟ ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ ଘନେଇବାରେ ଲାଗିଥିବା ଯୋଗୁ ଏବେ ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକର ରାଜସ୍ବ ବିପଦରେ। ଏଥିଯୋଗୁ ଏହି ସବୁ ଆଇଟି କମ୍ପାନୀଗୁଡିକ ସେମାନଙ୍କର ରାଜସ୍ବରେ ୪୦% ହ୍ରାସର ସମ୍ମୁଖୀନ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକ କରୁଥିବା ଆୟର ୪୦ ପ୍ରତିଶତ ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଏବଂ ବୀମା (ବିଏଫ୍‌ଏସ୍‌ଆଇ) କମ୍ପାନୀଗୁଡିକରୁ ଆସିଥାଏ। ମୁଦ୍ରାସ୍ଫୀତି ବୃଦ୍ଧିକୁ ରୋକିବା ପାଇଁ ସାରା ବିଶ୍ୱରେ ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାରରେ ବୃଦ୍ଧି ଘଟାଉଛନ୍ତି। ଏହି କାରଣରୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। ଏହି କାରଣରୁ ଭାରତୀୟ ଆଇଟି କମ୍ପାନୀଗୁଡିକର ସମସ୍ୟା ବଢ଼ିଯାଇଛି। ବର୍ତ୍ତମାନ ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତି ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ବରେ ସଫ୍ଟୱେର ଶିଳ୍ପ ପାଇଁ ଆମେରିକା ଏବଂ ୟୁରୋପ ସବୁଠାରୁ ବଡ ବଜାର। ଦେଶର ଶ୍ରେଷ୍ଠ ଆଇଟି କମ୍ପାନୀଗୁଡିକ ପାଇଁ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କ୍ଷେତ୍ର ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। ୨୦୨୨ ଆର୍ଥିକବର୍ଷରେ ଦେଶର ବୃହତ ଆଇଟି କମ୍ପାନୀ ଟିସିଏସ୍‌ର ଏକତ୍ରିତ କାରବାରରେ ବିଏଫ୍‌ଏସ୍‌ଆଇର ଅଂଶ ପ୍ରାୟ ୪୦ ପ୍ରତିଶତ ଥିଲା। ଏ କ୍ଷେତ୍ରରେ ଇନଫୋସିସ୍‌ର ସ୍ଥିତି ମଧ୍ୟ ସମାନ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଷ୍ଟାର୍ଟଅପ୍‌ଗୁଡିକୁ ଋଣ ଦେଇଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ରାତାରାତି ଡୁବିଗଲା। ଏହାପରେ ସିଗ୍‌ନେଚର ବ୍ୟାଙ୍କର ପାଳି ପଡିଲା। କ୍ରିପ୍ଟୋ କମ୍ପାନୀଗୁଡିକୁ ଋଣ ଦେଇଥିବା ଏହି ବ୍ୟାଙ୍କ ମଧ୍ୟ ବୁଡିଥିଲା। ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ ଏବେ ଏହାର ଶେଷ ନିଶ୍ୱାସ ନେଉଛି। ଏକ ରିପୋର୍ଟ ଅନୁଯାୟୀ, ସୁଧ ହାରରେ ବୃଦ୍ଧି ହେତୁ ଆମେରିକାର ୧୮୬ଟି ବ୍ୟାଙ୍କ ଏବେ ପତନର ପଥରେ। ସୋମବାର ବଜାରରେ କାରବାର ଆରମ୍ଭ ମାତ୍ରେ ୟୁରୋପରେ କ୍ରେଡିଟ୍ ସୁଇସର ସେୟାର ମୂଲ୍ୟରେ ୬୩ ପ୍ରତିଶତ ହ୍ରାସ ପାଇଛି। ଏହାକୁ କିଣିବାକୁ ଯାଉଥିବା ୟୁବିଏସ୍‌ର ସେୟାର ମୂଲ୍ୟରେ ମଧ୍ୟ କାବରାର ପ୍ରାରମ୍ଭରୁ ୧୪ ପ୍ରତିଶତ ହ୍ରାସ ଦେଖବବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

୨୦୨୩-୨୪ ଆର୍ଥିକବର୍ଷରେ ଭାରତୀୟ ଆଇଟି କମ୍ପାନୀଗୁଡିକର ଆର୍ଥିକ ଫଳାଫଳ ଖରାପ ରହିଇପାରେ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ୨୦୨୪ ଆର୍ଥିକବର୍ଷ ପାଇଁ IT କମ୍ପାନୀଗୁଡିକର ଆୟ ଆକଳନରେ ହ୍ରାସ ଘଟାଇଛନ୍ତି। ଆଇଟି କମ୍ପାନୀଗୁଡିକର ରାଜସ୍ୱ ପ୍ରଭାବିତ ହୋଇପାରେ ବୋଲି ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ସ୍ୱୀକାର କରିଛନ୍ତି ,କିନ୍ତୁ ସବୁକିଛି ଠିକ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ନିକଟରେ ଜେପି ମୋର୍ଗାନଙ୍କ ଏକ ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆମେରିକୀୟ ବ୍ୟାଙ୍କଗୁଡିକ ମଧ୍ୟରେ ଭାରତର ଦୁଇଟି ବଡ ଆଇଟି କମ୍ପାନୀ ଟିସିଏସ୍ ଏବଂ ଇନଫୋସିସ୍ ମଧ୍ୟରେ ସର୍ବାଧିକ ଏକ୍ସପୋଜର ରହିଛି। ୟୁରୋପର ଏବଂ ଆମେରିକାରେ ଦେଖାଦେଇଥିବା ମାକ୍ରୋ-ଅର୍ଥନୈତିକ ପରିବେଶରୁ ଦେଶର ଆଇଟି ଶିଳ୍ପ ପୂର୍ବରୁ ଆହ୍ବାନର ସମ୍ମୁଖୀନ ହୋଇଛି। ଅପରପକ୍ଷେ ମହାମାରୀ ଯୋଗୁଁ ଚାହିଦାରେ ହ୍ରାସ ଦେଖାଦେଇଛି। ଏହି କାରଣରୁ କମ୍ପାନୀଗୁଡିକ ଟେକ୍ନୋଲୋଜି କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରୁଛନ୍ତି। ଏହି ସମୟରେ ବ୍ୟାଙ୍କିଙ୍ଗ ସଙ୍କଟ ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଏହି କାରଣରୁ, ଆଗାମୀ କିଛି ତ୍ରୈମାସରେ ଆଇଟି କମ୍ପାନୀଗୁଡିକର ରାଜସ୍ୱ ପ୍ରଭାବିତ ହୋଇପାରେ।

21 Mar 2023 By The Sakala

ଘନଉଛି ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ, ବିପଦରେ ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ: ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ସାରା ୟୁରୋପକୁ ଘାଣ୍ଟିଲାଣି। ବର୍ତ୍ତମାନ ସ୍ଥିତି ଏଭଳି ଭାରତୀୟ ଆଇଟି କମ୍ପାନୀଗୁଡିକ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଆମେରିକୀୟ ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ ଘନେଇବାରେ ଲାଗିଥିବା ଯୋଗୁ ଏବେ ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକର ରାଜସ୍ବ ବିପଦରେ। ଏଥିଯୋଗୁ ଏହି ସବୁ ଆଇଟି କମ୍ପାନୀଗୁଡିକ ସେମାନଙ୍କର ରାଜସ୍ବରେ ୪୦% ହ୍ରାସର ସମ୍ମୁଖୀନ ହୋଇପାରନ୍ତି।

ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକ କରୁଥିବା ଆୟର ୪୦ ପ୍ରତିଶତ ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଏବଂ ବୀମା (ବିଏଫ୍‌ଏସ୍‌ଆଇ) କମ୍ପାନୀଗୁଡିକରୁ ଆସିଥାଏ। ମୁଦ୍ରାସ୍ଫୀତି ବୃଦ୍ଧିକୁ ରୋକିବା ପାଇଁ ସାରା ବିଶ୍ୱରେ ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାରରେ ବୃଦ୍ଧି ଘଟାଉଛନ୍ତି। ଏହି କାରଣରୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। ଏହି କାରଣରୁ ଭାରତୀୟ ଆଇଟି କମ୍ପାନୀଗୁଡିକର ସମସ୍ୟା ବଢ଼ିଯାଇଛି। ବର୍ତ୍ତମାନ ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତି ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ବରେ ସଫ୍ଟୱେର ଶିଳ୍ପ ପାଇଁ ଆମେରିକା ଏବଂ ୟୁରୋପ ସବୁଠାରୁ ବଡ ବଜାର। ଦେଶର ଶ୍ରେଷ୍ଠ ଆଇଟି କମ୍ପାନୀଗୁଡିକ ପାଇଁ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କ୍ଷେତ୍ର ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। ୨୦୨୨ ଆର୍ଥିକବର୍ଷରେ ଦେଶର ବୃହତ ଆଇଟି କମ୍ପାନୀ ଟିସିଏସ୍‌ର ଏକତ୍ରିତ କାରବାରରେ ବିଏଫ୍‌ଏସ୍‌ଆଇର ଅଂଶ ପ୍ରାୟ ୪୦ ପ୍ରତିଶତ ଥିଲା। ଏ କ୍ଷେତ୍ରରେ ଇନଫୋସିସ୍‌ର ସ୍ଥିତି ମଧ୍ୟ ସମାନ।

ଷ୍ଟାର୍ଟଅପ୍‌ଗୁଡିକୁ ଋଣ ଦେଇଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ରାତାରାତି ଡୁବିଗଲା। ଏହାପରେ ସିଗ୍‌ନେଚର ବ୍ୟାଙ୍କର ପାଳି ପଡିଲା। କ୍ରିପ୍ଟୋ କମ୍ପାନୀଗୁଡିକୁ ଋଣ ଦେଇଥିବା ଏହି ବ୍ୟାଙ୍କ ମଧ୍ୟ ବୁଡିଥିଲା। ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ ଏବେ ଏହାର ଶେଷ ନିଶ୍ୱାସ ନେଉଛି। ଏକ ରିପୋର୍ଟ ଅନୁଯାୟୀ, ସୁଧ ହାରରେ ବୃଦ୍ଧି ହେତୁ ଆମେରିକାର ୧୮୬ଟି ବ୍ୟାଙ୍କ ଏବେ ପତନର ପଥରେ। ସୋମବାର ବଜାରରେ କାରବାର ଆରମ୍ଭ ମାତ୍ରେ ୟୁରୋପରେ କ୍ରେଡିଟ୍ ସୁଇସର ସେୟାର ମୂଲ୍ୟରେ ୬୩ ପ୍ରତିଶତ ହ୍ରାସ ପାଇଛି। ଏହାକୁ କିଣିବାକୁ ଯାଉଥିବା ୟୁବିଏସ୍‌ର ସେୟାର ମୂଲ୍ୟରେ ମଧ୍ୟ କାବରାର ପ୍ରାରମ୍ଭରୁ ୧୪ ପ୍ରତିଶତ ହ୍ରାସ ଦେଖବବାକୁ ମିଳିଛି।

୨୦୨୩-୨୪ ଆର୍ଥିକବର୍ଷରେ ଭାରତୀୟ ଆଇଟି କମ୍ପାନୀଗୁଡିକର ଆର୍ଥିକ ଫଳାଫଳ ଖରାପ ରହିଇପାରେ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ୨୦୨୪ ଆର୍ଥିକବର୍ଷ ପାଇଁ IT କମ୍ପାନୀଗୁଡିକର ଆୟ ଆକଳନରେ ହ୍ରାସ ଘଟାଇଛନ୍ତି। ଆଇଟି କମ୍ପାନୀଗୁଡିକର ରାଜସ୍ୱ ପ୍ରଭାବିତ ହୋଇପାରେ ବୋଲି ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ସ୍ୱୀକାର କରିଛନ୍ତି ,କିନ୍ତୁ ସବୁକିଛି ଠିକ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ନିକଟରେ ଜେପି ମୋର୍ଗାନଙ୍କ ଏକ ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆମେରିକୀୟ ବ୍ୟାଙ୍କଗୁଡିକ ମଧ୍ୟରେ ଭାରତର ଦୁଇଟି ବଡ ଆଇଟି କମ୍ପାନୀ ଟିସିଏସ୍ ଏବଂ ଇନଫୋସିସ୍ ମଧ୍ୟରେ ସର୍ବାଧିକ ଏକ୍ସପୋଜର ରହିଛି। ୟୁରୋପର ଏବଂ ଆମେରିକାରେ ଦେଖାଦେଇଥିବା ମାକ୍ରୋ-ଅର୍ଥନୈତିକ ପରିବେଶରୁ ଦେଶର ଆଇଟି ଶିଳ୍ପ ପୂର୍ବରୁ ଆହ୍ବାନର ସମ୍ମୁଖୀନ ହୋଇଛି। ଅପରପକ୍ଷେ ମହାମାରୀ ଯୋଗୁଁ ଚାହିଦାରେ ହ୍ରାସ ଦେଖାଦେଇଛି। ଏହି କାରଣରୁ କମ୍ପାନୀଗୁଡିକ ଟେକ୍ନୋଲୋଜି କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରୁଛନ୍ତି। ଏହି ସମୟରେ ବ୍ୟାଙ୍କିଙ୍ଗ ସଙ୍କଟ ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଏହି କାରଣରୁ, ଆଗାମୀ କିଛି ତ୍ରୈମାସରେ ଆଇଟି କମ୍ପାନୀଗୁଡିକର ରାଜସ୍ୱ ପ୍ରଭାବିତ ହୋଇପାରେ।

https://www.thesakala.in/big-news/impact-of-banking-crisis-indian-it-companies-at-risk/article-19988
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର