୧୪,୦୦୦ କୋଟି ନେଇ ଛୁ ମାରିଥିବା ନିରବ ମୋଦୀଙ୍କ ବ୍ୟାଙ୍କ ଖାତାରେ ରହିଛି ୨୩୬ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ : ପଳାତକ ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ପ୍ରାୟ ୧୪,୦୦୦ କୋଟି ଟଙ୍କା ଠକେଇ କରିବା ପରେ ବିଦେଶ ପଳାୟନ କରିଛନ୍ତି। ବର୍ତ୍ତମାନ ସେ ବ୍ରିଟେନର ଜେଲରେ ଅଛନ୍ତି। ଜେଲରେ ମଧ୍ୟ ସେ ଋଣ ନେଇ ତାଙ୍କର ଖର୍ଚ୍ଚ ତୁଲାଉଥିବା ଜଣାଯାଇଛି। କୁହାଯାଉଛି ଯେ ନିରବଙ୍କୁ ୧୫୦,୨୪୭ ପାଉଣ୍ଡ (ପ୍ରାୟ ୧.୪୭ କୋଟି ଟଙ୍କା) ଜୋରିମାନା ଦେବାକୁ ଋଣ କରିବାକୁ ପଡିବ। କୋଟି କୋଟି ଟଙ୍କାର ଏହି ଋଣ ଖିଲାପକାରୀଙ୍କର ଏବେ ଦିନ […]

ନୂଆଦିଲ୍ଲୀ : ପଳାତକ ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ପ୍ରାୟ ୧୪,୦୦୦ କୋଟି ଟଙ୍କା ଠକେଇ କରିବା ପରେ ବିଦେଶ ପଳାୟନ କରିଛନ୍ତି। ବର୍ତ୍ତମାନ ସେ ବ୍ରିଟେନର ଜେଲରେ ଅଛନ୍ତି। ଜେଲରେ ମଧ୍ୟ ସେ ଋଣ ନେଇ ତାଙ୍କର ଖର୍ଚ୍ଚ ତୁଲାଉଥିବା ଜଣାଯାଇଛି। କୁହାଯାଉଛି ଯେ ନିରବଙ୍କୁ ୧୫୦,୨୪୭ ପାଉଣ୍ଡ (ପ୍ରାୟ ୧.୪୭ କୋଟି ଟଙ୍କା) ଜୋରିମାନା ଦେବାକୁ ଋଣ କରିବାକୁ ପଡିବ। କୋଟି କୋଟି ଟଙ୍କାର ଏହି ଋଣ ଖିଲାପକାରୀଙ୍କର ଏବେ ଦିନ ଏତେ ଖରାପରେ ଅତିବାହିତ ହେଉଛି ଯେ ତାଙ୍କ ଆକାଉଣ୍ଟରେ ବର୍ତ୍ତମାନ ମାତ୍ର ୨୩୬ ଟଙ୍କା ବାକି ଅଛି। ନୀରବ ମୋଦୀଙ୍କ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପିଭି ଲିମିଟେଡ୍ (ଏଫ୍‌ଆଇଡିପିଏଲ୍‌)ର ଏକ ବ୍ୟାଙ୍କ ଆକାଉଣ୍ଟରେ ଏହି ୨୩୬ ଟଙ୍କା ବାକି ଥିବା ଜଣାଯାଇଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏହି ଆକାଉଣ୍ଟରୁ ୨.୪୬ କୋଟି ଟଙ୍କା ଏସ୍‌ବିଆଇକୁ ବକେୟା ଆୟକର ଆକାରରେ ସ୍ଥାନାନ୍ତର କରିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ମଧ୍ୟ ମୋଟ ପେମେଣ୍ଟର ଏକ ଅଂଶ ପ୍ରଦାନ କରାଯାଇଛି। ଏହି ପେମେଣ୍ଟ ପରେ କମ୍ପାନୀର ଆକାଉଣ୍ଟରେ କେବଳ ୨୩୬ ଟଙ୍କା ପଡିରହିଛି। ବର୍ତ୍ତମାନ ଏଫ୍‌ଆଇଡିପିଏଲ୍‌ ପାଇଁ ନିଯୁକ୍ତ ଲିକ୍ୟୁଡେଟର ପୁଣି ଥରେ ସ୍ୱତନ୍ତ୍ର କୋର୍ଟରୁ ଟଙ୍କା ଛାଡିବାକୁ କହିଛନ୍ତି। ଅଗଷ୍ଟ ୨୦୨୧ରେ ପଳାତକ ଅର୍ଥନୈତିକ ଅପରାଧ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଦାବିଦାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ନିଯୁକ୍ତ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଏଫ୍‌ଆଇଡିପିଏଲ୍‌କୁ ଟଙ୍କା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲିକ୍ୱିଡେଟରଙ୍କ ଆବେଦନକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ତିନିମାସ ମଧ୍ୟରେ ପୁରୁଣା ଆଦେଶ ପାଳନ କରିବାକୁ ଏବଂ ଟଙ୍କା ଲିକ୍ୟୁଡେଟର ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

କୋର୍ଟ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମନଇଚ୍ଛା କାର୍ଯ୍ୟ କରିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ନ ଥିଲେ। କୋର୍ଟ କହିଛନ୍ତି, ଇଡି ମଧ୍ୟ ଏହି ଆବେଦନକୁ ଅନୁମତି ଦେବାକୁ ଅନୁରୋଧ କରିଛି। ଲିକ୍ୟୁଡେଟରଙ୍କ ଆକାଉଣ୍ଟରେ କେବଳ ୧୭ କୋଟି ଟଙ୍କା ଜମା କରାଯାଇଛି। ଲିକ୍ୟୁଡେଟର କହିଛନ୍ତି ଯେ କମ୍ପାନୀର ଆକାଉଣ୍ଟରେ ଥିବା ଟଙ୍କା ହସ୍ତାନ୍ତର କରିବାକୁ ସେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆକୁ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ ଇ-ମେଲ୍‌ରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ସେ ଆହୁରିମଧ୍ୟ କହିଛନ୍ତି ଯେ ବ୍ୟାଙ୍କ ଲିକ୍ୟୁଡେଟର ଆକାଉଣ୍ଟକୁ ମାତ୍ର ୧୭ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, କିନ୍ତୁ ଅବଶିଷ୍ଟ ରାଶି ସ୍ଥାନାନ୍ତର ହୋଇନାହିଁ। ଅଭିଯୋଗ ହୋଇଥିଲା ଯେ ବାଲାନ୍ସ ଅର୍ଥ ରାଶି ବ୍ୟାଙ୍କର ସ୍ୱତନ୍ତ୍ର ସୁରକ୍ଷା ନୁହେଁ ଏବଂ ଏହାକୁ ଲିକ୍ୟୁଡେଟରଙ୍କୁ ହସ୍ତାନ୍ତର କରାଯିବା ଉଚିତ୍।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର