ବଜେଟର ରେଳ ବ୍ୟୟବରାଦରେ ଓଡ଼ିଶାକୁ ମିଳିବ କ’ଣ? ଅନେକ ଆଶାରେ ରାଜ୍ୟବାସୀ….

The Sakala Picture
Published On

ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି।ଚଳିତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର […]

ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି।ଚଳିତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର । ହେଲେ ରେଳବାଇକୁ ନେଇ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ନୂଆ କେନ୍ଦ୍ର ବଜେଟରେ ଓଡ଼ିଶା ସରକାର ରେଳାବଇ କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି। ଓଡ଼ିଶାରେ ରେଳବାଇ ନେଟୱାର୍କର ସମ୍ପ୍ରସାରଣ, ଭିତ୍ତିଭୂମି ନିର୍ମାଣ ଜରିଆରେ ରେଳ ସାନ୍ଧ୍ରତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରେଳ ମନ୍ତ୍ରାଳୟ ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବା ବେଳେ ଚଳିତ ବଜେଟ୍‌‌ରେ ଅତିକମ୍‌‌ରେ ୮୪୦ କୋଟି ଟଙ୍କା ଦେବା ଆବଶ୍ୟକ ବୋଲି କୁହାଯାଇଛି। ଏଥିରେ ବିଭିନ୍ନ ପୁରୁଣା ଓ ନୂଆ ରେଳପଥ ନିର୍ମାଣ, ଷ୍ଟେସନ୍‌‌ ଉନ୍ନତିକରଣ, ପ୍ରଚଳିତ ଟ୍ରେନ୍‌‌ର ସମ୍ପ୍ରସାରଣ, ନୂଆ ଟ୍ରେନ୍‌‌ ଚଳାଚଳ, ଯାତ୍ରୀ ସୁବିଧା, ରେଳ ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ଅନୁଦାନ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର-ରାଇରାଖୋଲ (୨୫୦କିମି) ପାଇଁ ୨୦୦ କୋଟି, ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ଲିଙ୍କ୍‌‌ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ (୭୯ କିମି) ପାଇଁ ୩୦୦ କୋଟି, ପୁରୀ-କୋଣାର୍କ ନୂଆ ଲାଇନ୍‌‌ (୩୮ କିମି) ପାଇଁ ୧୦୦ କୋଟି ଟଙ୍କା ଓଡ଼ିଶା ଦାବି କରିଛି। ସେହିପରି ନୂଆପଡ଼ାରୋଡ଼-ବରଗଡ଼ ରୋଡ଼ ଭାୟା ପଦ୍ମପୁର (୧୪୨ କିମି) ପାଇଁ ୧୦୦ କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭୟା ଯାଜପୁର/ଆରଡି (୯୫ କିମି) ପାଇଁ ୧୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୦ କୋଟି, ପାରାଦ୍ୱୀପ-ଧାମରା ରେଳ ଲିଙ୍କ୍‌‌ (୮୦ କିମି) ପାଇଁ ୫୦ କୋଟି, ବୁଢ଼ାମରା-ଚକୁଳିଆ ଲାଇନ୍‌‌ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମ ପାହାଡ଼ ପାଇଁ ୧୦୦ କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ବିଜି ରେଳ ଲିଙ୍କ୍‌‌ ପ୍ରକଳ୍ପ ପାଇଁ ୧୨୦୦ କୋଟି, ତାଳଚେର-ବିମଳାଗଡ଼ (୧୫୪ କିମି) ପାଇଁ ୮୦୦ କୋଟି, ଜଳେଶ୍ୱର-ଦୀଘା (୪୧ କିମି) ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର (୧୧୮ କିମି) ପାଇଁ ୧୦୦ କୋଟି, ନବରଙ୍ଗପୁର-ଜୟପୁର (୩୮କିମି) ୧୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କିମି) ପାଇଁ ୩୦୦ କୋଟି, ମାଲକାନଗିରି-ଭଦ୍ରାଚଳମ ପାଇଁ ୧୦୦ କୋଟି ଟଙ୍କା ଦାବି କରାଯାଇଛି। ଅପରପକ୍ଷେ ରାଜ୍ୟରେ ଜାରି ରହିଥିବା ରେଳ ଲାଇନ୍‌‌ ଦୋହରୀକରଣ ପ୍ରକଳ୍ପ, ତୃତୀୟ ଲାଇନ୍‌‌, ୪ର୍ଥ ଲାଇନ୍‌‌, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌‌ ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ୪୫୦୦ କୋଟି ଟଙ୍କା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ୱ ପାଉଛି। କିନ୍ତୁ ଓଡ଼ିଶାରେ ରେଳ ସାନ୍ଧ୍ରତା ମାତ୍ର ୧୮ ରହିଛି ଯାହା ଜାତୀୟ ହାର (୨୧) ଏବଂ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌‌। ଯଦି ଅନ୍ୟ ରାଜ୍ୟ କଥା ଦେଖାଯାଏ, ତା’ହେଲେ ପଶ୍ଚିମବଙ୍ଗରେ ରେଳ ସାନ୍ଧ୍ରତା ୪୮ ଥିବା ବେଳେ ଝାଡ଼ଖଣ୍ଡରେ ୩୩ ରହିଛି। ରେଳ ଭିତ୍ତିଭୂମିର ବିକାଶ ଦାୟିତ୍ୱ ରେଳ ମନ୍ତ୍ରାଳୟ ଉପରେ ରହିଛି ସତ; କିନ୍ତୁ ଏଥିରେ ଓଡ଼ିଶା ସରକାର ରେଳବାଇକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ରେଳବାଇକୁ ପ୍ରଦାନ କରିବା ସହିତ ପ୍ରକଳ୍ପର ୫୦% ଖର୍ଚ୍ଚ ବହନ କରୁଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ଭୂ ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି।

ସେହିପରି ଓଡ଼ିଶା ସରକାର ରେଳ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଜଏଣ୍ଟ ଭେନ୍‌‌ଚର୍‌‌/ସ୍ପେଶାଲ ପର୍ପଜ୍‌‌ ଭେହିକଲ୍‌‌ (ଏସ୍‌‌ପିଭି) ପ୍ରତିଷ୍ଠା କରିଛନ୍ତି। ଏଥିରେ ଓଡ଼ିଶା ସରକାର, ରେଳବାଇ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟକୁ ସ୍ଥାନ ଦିଆଯାଇଛି। କିନ୍ତୁ ସବୁ ବର୍ଷ ଆବଶ୍ୟକତା ଠାରୁ କମ୍‌‌ ଅନୁଦାନ ଓଡ଼ିଶାକୁ ମିଳୁଛି। କେବଳ ଗତବର୍ଷ ଆଶାନୁରୂପ ଅନୁଦାନ ମିଳିଥିଲା। ତେବେ ଚଳିତ ବର୍ଷ କେତେ ମିଳୁଛି, ତାହା ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହେବ।

01 Feb 2023 By The Sakala

ବଜେଟର ରେଳ ବ୍ୟୟବରାଦରେ ଓଡ଼ିଶାକୁ ମିଳିବ କ’ଣ? ଅନେକ ଆଶାରେ ରାଜ୍ୟବାସୀ….

ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି।ଚଳିତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର । ହେଲେ ରେଳବାଇକୁ ନେଇ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ ।

ନୂଆ କେନ୍ଦ୍ର ବଜେଟରେ ଓଡ଼ିଶା ସରକାର ରେଳାବଇ କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି। ଓଡ଼ିଶାରେ ରେଳବାଇ ନେଟୱାର୍କର ସମ୍ପ୍ରସାରଣ, ଭିତ୍ତିଭୂମି ନିର୍ମାଣ ଜରିଆରେ ରେଳ ସାନ୍ଧ୍ରତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରେଳ ମନ୍ତ୍ରାଳୟ ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବା ବେଳେ ଚଳିତ ବଜେଟ୍‌‌ରେ ଅତିକମ୍‌‌ରେ ୮୪୦ କୋଟି ଟଙ୍କା ଦେବା ଆବଶ୍ୟକ ବୋଲି କୁହାଯାଇଛି। ଏଥିରେ ବିଭିନ୍ନ ପୁରୁଣା ଓ ନୂଆ ରେଳପଥ ନିର୍ମାଣ, ଷ୍ଟେସନ୍‌‌ ଉନ୍ନତିକରଣ, ପ୍ରଚଳିତ ଟ୍ରେନ୍‌‌ର ସମ୍ପ୍ରସାରଣ, ନୂଆ ଟ୍ରେନ୍‌‌ ଚଳାଚଳ, ଯାତ୍ରୀ ସୁବିଧା, ରେଳ ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ଅନୁଦାନ ଦାବି କରାଯାଇଛି।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର-ରାଇରାଖୋଲ (୨୫୦କିମି) ପାଇଁ ୨୦୦ କୋଟି, ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ଲିଙ୍କ୍‌‌ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ (୭୯ କିମି) ପାଇଁ ୩୦୦ କୋଟି, ପୁରୀ-କୋଣାର୍କ ନୂଆ ଲାଇନ୍‌‌ (୩୮ କିମି) ପାଇଁ ୧୦୦ କୋଟି ଟଙ୍କା ଓଡ଼ିଶା ଦାବି କରିଛି। ସେହିପରି ନୂଆପଡ଼ାରୋଡ଼-ବରଗଡ଼ ରୋଡ଼ ଭାୟା ପଦ୍ମପୁର (୧୪୨ କିମି) ପାଇଁ ୧୦୦ କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭୟା ଯାଜପୁର/ଆରଡି (୯୫ କିମି) ପାଇଁ ୧୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୦ କୋଟି, ପାରାଦ୍ୱୀପ-ଧାମରା ରେଳ ଲିଙ୍କ୍‌‌ (୮୦ କିମି) ପାଇଁ ୫୦ କୋଟି, ବୁଢ଼ାମରା-ଚକୁଳିଆ ଲାଇନ୍‌‌ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମ ପାହାଡ଼ ପାଇଁ ୧୦୦ କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ବିଜି ରେଳ ଲିଙ୍କ୍‌‌ ପ୍ରକଳ୍ପ ପାଇଁ ୧୨୦୦ କୋଟି, ତାଳଚେର-ବିମଳାଗଡ଼ (୧୫୪ କିମି) ପାଇଁ ୮୦୦ କୋଟି, ଜଳେଶ୍ୱର-ଦୀଘା (୪୧ କିମି) ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର (୧୧୮ କିମି) ପାଇଁ ୧୦୦ କୋଟି, ନବରଙ୍ଗପୁର-ଜୟପୁର (୩୮କିମି) ୧୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କିମି) ପାଇଁ ୩୦୦ କୋଟି, ମାଲକାନଗିରି-ଭଦ୍ରାଚଳମ ପାଇଁ ୧୦୦ କୋଟି ଟଙ୍କା ଦାବି କରାଯାଇଛି। ଅପରପକ୍ଷେ ରାଜ୍ୟରେ ଜାରି ରହିଥିବା ରେଳ ଲାଇନ୍‌‌ ଦୋହରୀକରଣ ପ୍ରକଳ୍ପ, ତୃତୀୟ ଲାଇନ୍‌‌, ୪ର୍ଥ ଲାଇନ୍‌‌, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌‌ ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ୪୫୦୦ କୋଟି ଟଙ୍କା ଦାବି କରିଛନ୍ତି।

ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ୱ ପାଉଛି। କିନ୍ତୁ ଓଡ଼ିଶାରେ ରେଳ ସାନ୍ଧ୍ରତା ମାତ୍ର ୧୮ ରହିଛି ଯାହା ଜାତୀୟ ହାର (୨୧) ଏବଂ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌‌। ଯଦି ଅନ୍ୟ ରାଜ୍ୟ କଥା ଦେଖାଯାଏ, ତା’ହେଲେ ପଶ୍ଚିମବଙ୍ଗରେ ରେଳ ସାନ୍ଧ୍ରତା ୪୮ ଥିବା ବେଳେ ଝାଡ଼ଖଣ୍ଡରେ ୩୩ ରହିଛି। ରେଳ ଭିତ୍ତିଭୂମିର ବିକାଶ ଦାୟିତ୍ୱ ରେଳ ମନ୍ତ୍ରାଳୟ ଉପରେ ରହିଛି ସତ; କିନ୍ତୁ ଏଥିରେ ଓଡ଼ିଶା ସରକାର ରେଳବାଇକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ରେଳବାଇକୁ ପ୍ରଦାନ କରିବା ସହିତ ପ୍ରକଳ୍ପର ୫୦% ଖର୍ଚ୍ଚ ବହନ କରୁଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ଭୂ ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି।

ସେହିପରି ଓଡ଼ିଶା ସରକାର ରେଳ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଜଏଣ୍ଟ ଭେନ୍‌‌ଚର୍‌‌/ସ୍ପେଶାଲ ପର୍ପଜ୍‌‌ ଭେହିକଲ୍‌‌ (ଏସ୍‌‌ପିଭି) ପ୍ରତିଷ୍ଠା କରିଛନ୍ତି। ଏଥିରେ ଓଡ଼ିଶା ସରକାର, ରେଳବାଇ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟକୁ ସ୍ଥାନ ଦିଆଯାଇଛି। କିନ୍ତୁ ସବୁ ବର୍ଷ ଆବଶ୍ୟକତା ଠାରୁ କମ୍‌‌ ଅନୁଦାନ ଓଡ଼ିଶାକୁ ମିଳୁଛି। କେବଳ ଗତବର୍ଷ ଆଶାନୁରୂପ ଅନୁଦାନ ମିଳିଥିଲା। ତେବେ ଚଳିତ ବର୍ଷ କେତେ ମିଳୁଛି, ତାହା ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହେବ।

https://www.thesakala.in/big-news/what-will-odisha-get-from-the-budgets-rail-expenditure-the-people-of-the-state-are-in-high-hopes/article-18581
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର