ଆଜି ସାଧାରଣ ବଜେଟ : ୪୪ଲକ୍ଷ କୋଟି ଛୁଇଁପାରେ ଆକାର

The Sakala Picture
Published On

ନୂଆଦିଲ୍ଲୀ : ଆଜି ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ ଆଗତ କରିବେ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚଳିତବର୍ଷ ବଜେଟ୍‌ର ଆକାର ୪୪ଲକ୍ଷ କୋଟି ଟଙ୍କା ରହିପାରେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ସର୍ବସାଧାରଣଙ୍କୁ ପ୍ରଲୋଭିତ କରିବା ଭଳି ବଜେଟ ଆଣିବାକୁ ଚେଷ୍ଟା କରିପାରନ୍ତି। ସମ୍ପ୍ରତି ସାରା ବିଶ୍ବ ମାନ୍ଦାବସ୍ଥାକୁ ନେଇ ଆଶଙ୍କାରେ ରହିଥିବାବେଳେ, ଦେଶର […]

ନୂଆଦିଲ୍ଲୀ : ଆଜି ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ ଆଗତ କରିବେ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚଳିତବର୍ଷ ବଜେଟ୍‌ର ଆକାର ୪୪ଲକ୍ଷ କୋଟି ଟଙ୍କା ରହିପାରେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ସର୍ବସାଧାରଣଙ୍କୁ ପ୍ରଲୋଭିତ କରିବା ଭଳି ବଜେଟ ଆଣିବାକୁ ଚେଷ୍ଟା କରିପାରନ୍ତି। ସମ୍ପ୍ରତି ସାରା ବିଶ୍ବ ମାନ୍ଦାବସ୍ଥାକୁ ନେଇ ଆଶଙ୍କାରେ ରହିଥିବାବେଳେ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିକୁ ତ୍ବରିତ କରିବା ସରକାରଙ୍କ ଆଗରେ ବଡ଼ ଆହ୍ବାନ ହେବ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଏଡାଛଡା ମନ୍ଥର ରୂପ ନେଉଥିବା ଦେଶର ଅର୍ଥନୀତିରେ ଆଗାମୀ ଦିନରେ ଆହୁରି ଅଧିକ ଆୟରେ ହ୍ରାସ ଘଟିପାରେ। ଏଭଳି ପରିସ୍ଥିତିରେ ନିର୍ମଳା ସୀତାରମଣ କିପରି ଦେଶବାସୀଙ୍କ ଆଶା ପୂରଣ କରିବେ ତାହା ଏବେ ଦେଖିବାକୁ ବାକି ରହିଛି। ଏହାବାଦ୍‌ ବଢ଼ିଚାଲିଥିବା ବିତ୍ତୀୟ ନିଅଣ୍ଟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏତେ ସବୁ ସତ୍ତ୍ବେଏଥର ବଜେଟରୁ କରଦାତା ସରକାରଙ୍କଠାରୁ ବଡ଼ ଆଶା ରଖିଛନ୍ତି, ଯାହା ଉପରେ ସମସ୍ତଙ୍କ ନଜର। ଆହୁରିମଧ୍ୟ ନିର୍ବାଚନୀ ବର୍ଷ ହୋଇଥିବାରୁ ବଜେଟରେ ସରକାର ନିଶ୍ଚିତ ଭାବେ ଟିକସ ସ୍ଲାବ୍‌ରେ ବୃଦ୍ଧି ଘଟାଇବା ସହ କରଦାତାଙ୍କୁ କିଛି ଟିକସ ରିଆତି ପ୍ରଦାନ କରିବା ଭଳି ପଦକ୍ଷେପ ଗ୍ରହଣ କରିବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଚଳିତବର୍ଷ ମଧ୍ୟ ରେଳ ବଜେଟ୍‌ କେନ୍ଦ୍ରୀୟ ବଜେଟ୍‌ ସହିତ ଆସିବ। କରୋନା ମାଡ଼ ପରେ ଭାରତୀୟ ଅର୍ଥନୀତି ଅଣ୍ଟା ସଳଖିବାକୁ ଯାଉଥିବାବେଳେ ଏହି ସମୟରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ବଜେଟ୍‌ ଉପସ୍ଥାପନ କରବାକୁ ଯାଉଛନ୍ତି। ଗତଥର ଭଳି ଚଳିତଥର ବଜେଟ କପି ପ୍ରିଣ୍ଟ କରାଯିବନାହିଁ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଧିମା ଅଭିବୃଦ୍ଧିର ଆଭାସ

ଗତକାଲି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ସହ ଆସିଛି କେନ୍ଦ୍ର ସରକାରଙ୍କର ବାର୍ଷିକ ରିପୋର୍ଟ କାର୍ଡ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩। ତେବେ ସର୍ଭେରେ ଦେଶର ଅଭିବୃଦ୍ଧିକୁ ନେଇ ଯାହା ରିପୋର୍ଟ ଆସିଛି ତାହା ସରକାରଙ୍କ ବୁଦ୍ଧି ବଣାକରିଦେବା ଭଳି ରହିଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରକୁ ନେଇ ସର୍ବଦା ବାହାବା ନେଉଥିବା କେନ୍ଦ୍ର ସରକାରଙ୍କୁ ଏଥିରେ ଲାଗିଛି ବଡ଼ ଝଟ୍‌କା।

କାରଣ ଆଗାମୀ ଦିନରେ ଧିମା ପଡିବ ଦେଶର ଅଭିବୃଦ୍ଧି ହାର, ଯାହାର ସଙ୍କେତ ସର୍ଭେ ରିପୋର୍ଟରୁ ମିଳିଛି। ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବାକୁ ଥିବାବେଳେ ଆଗାମୀ ବର୍ଷ ଏହା ୬.୮ ପ୍ରତିଶତ ରହିପାରେ ବୋଲି ଏଥିରେ ଆକଳନ କରାଯାଇଛି। ଅପରପକ୍ଷେ କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସୁଧୁରୁଥିବା ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ୍‌ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଆସନ୍ତା ଆର୍ଥିକବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ତଥାପି ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇରହିବ। ଏହି ସମୀକ୍ଷା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ ଚଳିତ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ୮.୭ ପ୍ରତିଶତ ରହିଥିଲା। ସମଗ୍ର ୟୁରୋପରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳା ବ୍ୟାଘାତରୁ ଭାରତ ମଧ୍ୟ ବିଶ୍ବ ଆର୍ଥିକ ଆହ୍ବାନର ସମ୍ମୁଖୀନ ହୋଇଛି। ଅପରପକ୍ଷେ ବିଶ୍ବର ଅଧିକାଂଶ ଅର୍ଥନୀତି ଅପେକ୍ଷା ଭାରତ ଏହି ଆହ୍ବାନର କମ୍ ସମ୍ମୁଖୀନ ହୋଇଛି। ପିପିପି (କ୍ରୟ ଶକ୍ତି ସମକକ୍ଷତା) ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ବିନିମୟ ମୂଲ୍ୟ ଦୃଷ୍ଟିରୁ ପଞ୍ଚମ ବୃହତ୍ତମ ରାଷ୍ଟ୍ର।

ରିପୋର୍ଟରେ ଏହା ସୂଚାଇ ଦିଆଯାଇଛି ଯେ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଜନିତ ପରିସ୍ଥିତି ଏକ ପ୍ରମୁଖ ଚିନ୍ତାର କାରଣ ହୋଇ ନ ପାରେ, ତଥାପି ଏକ ଦୀର୍ଘ ସମୟ ଯାଏ ଋଣ ମହଙ୍ଗା ହେବ। ମହାମାରୀ ପରେ ଅର୍ଥନୀତିରେ ଅଭିବୃଦ୍ଧି ଅପେକ୍ଷାକୃତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଏହା ଦ୍ରୁତ ଘରୋଇ ଚାହିଦା ଏବଂ ପୁଞ୍ଜି ବିନିଯୋଗକୁ ସମର୍ଥନ କରିଛି, କିନ୍ତୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାରରେ ଆହୁରି ବୃଦ୍ଧି ଆକଳନ ଭାରତୀୟ ମୁଦ୍ରା ଟଙ୍କା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଆଗାମୀ ଦିନରେ ଭାରତ ପାଇଁ ଚଳନ୍ତିଖାତା ନିଅଣ୍ଟରେ ଅଧିକ ବୃଦ୍ଧି ଘଟିପାରେ। ସମୀକ୍ଷା ଅନୁଯାୟୀ, ରପ୍ତାନି ଦୃଷ୍ଟିକୋଣରୁ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଅଭିବୃଦ୍ଧିରେ ହ୍ରାସ ଘଟିଛି। ଆସନ୍ତା ଆର୍ଥିକବର୍ଷରେ ବିଶ୍ବର ଅଧିକାଂଶ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ଅଧିକ ଶକ୍ତିଶାଳୀ ହେବ। ବ୍ୟକ୍ତିଗତ ବ୍ୟବହାରରେ ଉନ୍ନତି, ବ୍ୟାଙ୍କଗୁଡିକ ଋଣ ପ୍ରଦାନରେ ତ୍ୱରାନ୍ୱିତ ଏବଂ କମ୍ପାନୀଗୁଡିକ ଦ୍ୱାରା ପୁଞ୍ଜି ବ୍ୟୟରେ ବୃଦ୍ଧି ହେତୁ ଏହା ସମ୍ଭବପର ହେବ। ଭାରତରେ ନିଯୁକ୍ତି ସ୍ଥିତିରେ ଉନ୍ନତି ଘଟିଛି, କିନ୍ତୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି।

ସର୍ଭେରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ‌ତ୍ୱ ପ୍ରଦାନ କରାଯାଇଛି। ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି। ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ଶତାଂଶ। ତେଣୁ ଗ୍ରାମାଞ୍ଚଳଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଏବଂ ଲୋକଙ୍କ ଜୀବନ ଧାରଣରର ମାନରେ ଉନ୍ନତି ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

01 Feb 2023 By The Sakala

https://www.thesakala.in/big-news/finance-minister-nirmala-sitharaman-to-present-the-union-budget-2023-24-today/article-18580
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର