କ୍ରିପ୍ଟୋକୁ ନେଇ ଆରବିଆଇ ଗଭର୍ଣ୍ଣର ଜାରିକଲେ ସତର୍କତା: କ୍ରିପ୍ଟୋ ମୂଲ୍ୟହୀନ, ଏହା କେବଳ ଜୁଆ

The Sakala Picture
Published On

ନୂଆଦିଲ୍ଲୀ : କ୍ରିପ୍ଟୋ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶନିବାର ସତର୍କ କରାଇଦେଇଛନ୍ତି। ବର୍ତ୍ତମାନ କ୍ରିପ୍ଟୋ କାରବାରକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା କରାଯିବା ସହିତ ଏହା ମାଧ୍ୟମରେ ପୁଞ୍ଜି ନିବେଶ କରାଯାଉଛି। କିନ୍ତୁ ପ୍ରକୃତରେ ଏହାର କୌଣସି ମୂଲ୍ୟ ନାହିଁ ଏବଂ ଏହା ଜୁଆ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି। ବିଜନେସ୍‌ ଟୁଡେ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ […]

ନୂଆଦିଲ୍ଲୀ : କ୍ରିପ୍ଟୋ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶନିବାର ସତର୍କ କରାଇଦେଇଛନ୍ତି। ବର୍ତ୍ତମାନ କ୍ରିପ୍ଟୋ କାରବାରକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା କରାଯିବା ସହିତ ଏହା ମାଧ୍ୟମରେ ପୁଞ୍ଜି ନିବେଶ କରାଯାଉଛି। କିନ୍ତୁ ପ୍ରକୃତରେ ଏହାର କୌଣସି ମୂଲ୍ୟ ନାହିଁ ଏବଂ ଏହା ଜୁଆ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି। ବିଜନେସ୍‌ ଟୁଡେ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ କ୍ରିପ୍ଟୋ କରେନ୍ସି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସବୁ କ୍ରିପ୍ଟୋ ନିଷିଦ୍ଧ ହେବା ଦରକାର। କ୍ରିପ୍ଟୋ ହେଉଛି ଜୁଆ ଖେଳ ଭଳି। ଯାହାର ପ୍ରସାରକୁ ରୋକାଯିବା ଆବଶ୍ୟକ। ହେଲେ ଏହାକୁ ସମର୍ଥନ କରି କ୍ରିପ୍ଟୋକୁ ପ୍ରୋତ୍ସାହିତ କରୁଥିବା ଏଜେନ୍ସି ବା ବ୍ୟକ୍ତି ବିଶେଷ କ୍ରିପ୍ଟୋକୁ ସମ୍ପତ୍ତି ବୋଲି କହିବା ସହିତ ଏହା ଏକ ଫାଇନାନ୍ସିଆଲ ପ୍ରଡକ୍ଟ ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ହେଲେ ପ୍ରକୃତରେ ଏହାର କୌଣସି ମୂଲ୍ୟ ନାହିଁ। ଯାହାର ‘ଅଣ୍ଡରଲାଇଂ ଭ୍ୟାଲୁ’ ନାହିଁ ତାହାକୁ ନେଇ କିଭଳି କାରବାର କରାଯିବ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଏହା କେବଳ ବିଶ୍ବାସ ଉପରେ ଚାଲିଛି ଏବଂ ଶତ ପ୍ରତିଶତ ଆକଳନ କରାଯାଇ କ୍ରିପ୍ଟୋ କାରବାର ପ୍ରସାର କରାଯାଉଛି। ତେଣୁ ଏହା ଜୁଆ ନ ହୋଇ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ କ୍ରିପ୍ଟୋ ପ୍ରତି ଯେଭଳି ଚାହିଦା ବଢୁଛି ତାହାକୁ ମୁକାବିଲା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପାଇଲଟ ମୋଡରେ ଇ- ରୁପୟା ବା ଡିଜିଟାଲ ମୁଦ୍ରା ପ୍ରଚଳନ କରିଛନ୍ତି। ତେବେ କ୍ରିପ୍ଟୋ ପଛରେ କାର୍ଯ୍ୟ କରୁଥିବା ବ୍ଲକ୍‌ଚେନ୍‌ ପ୍ରଯୁକ୍ତି ନିଷିଦ୍ଧ ନହେଉ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଶ୍ରୀ ଦାସ କହିଛନ୍ତି ଯେ, ମୁଦ୍ରାସ୍ଫୀତି ଉପରେ ଆମେ ଅର୍ଜୁନଙ୍କ ନିଶାଣ ଭଳି ତୀକ୍ଷ୍‌ଣ ନଜର ରଖିଛୁ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର