ବିଜେପିର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାର କଡା-ଗଣ୍ଡା ହିସାବ ଦେଲେ ପଦ୍ମପୁରବାସୀ

The Sakala Picture
Published On

ଭୁବନେଶ୍ବର : ପ୍ରଭୁ ନୃସିଂହନାଥ ମାଟିରେ ପୁଣି ହେଲା ଶଂଖନାଦ। ନବୀନଙ୍କ କ୍ରେଜ ଆଗରେ ଚିତପଟାଙ୍ଗ ମାରିଲା ବିଜେପି। ବହପିଆଙ୍କ ବହପ ପାଣିରେ ମିଶିଗଲା। ବିଜେପିର ସବୁ ମିଛ ପ୍ରତିଶ୍ରୁତି, ସବୁ ମିଛ ପ୍ରତାରଣାର କଡା ଗଣ୍ଡା ହିସାବ ଦେଇଛନ୍ତି ପଦ୍ମପୁରବାସୀ। ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ। ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ […]

ଭୁବନେଶ୍ବର : ପ୍ରଭୁ ନୃସିଂହନାଥ ମାଟିରେ ପୁଣି ହେଲା ଶଂଖନାଦ। ନବୀନଙ୍କ କ୍ରେଜ ଆଗରେ ଚିତପଟାଙ୍ଗ ମାରିଲା ବିଜେପି। ବହପିଆଙ୍କ ବହପ ପାଣିରେ ମିଶିଗଲା। ବିଜେପିର ସବୁ ମିଛ ପ୍ରତିଶ୍ରୁତି, ସବୁ ମିଛ ପ୍ରତାରଣାର କଡା ଗଣ୍ଡା ହିସାବ ଦେଇଛନ୍ତି ପଦ୍ମପୁରବାସୀ। ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଚାର ସମୟରେ ବିଜେପି ଦଳର ନେତାଙ୍କ ଆଚରଣ ଏବଂ ଉଚ୍ଚାରଣ ସୀମା ଲଂଘିଥିଲା। ବର୍ଷାଙ୍କ ପ୍ରାର୍ଥୀତ୍ବ ପ୍ରତି ବାରମ୍ବାର କୁତ୍ସାରଟନା ଏବଂ ବିଜୟ ବାବୁଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତି ଲୋକଙ୍କ ସମବେଦନା ଏବଂ ଝିଅ ବର୍ଷାଙ୍କ ଲୁହକୁ ଅପମାନ ଦ୍ବାରା ବିଜେପିର ନେତାମାନେ ନିନ୍ଦିତ ହୋଇଆସିଥିଲେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏଥି ସହିତ କେନ୍ଦ୍ରମନ୍ତ୍ରୀମାନଙ୍କ ମିଛ ପ୍ରଚାର। ଜନତାଙ୍କୁ ବିଭିନ୍ନ ପ୍ରସଙ୍ଗର ଭ୍ରାନ୍ତ ଧାରଣା ଦେବା ସହ ବିଭ୍ରାନ୍ତିକର ତଥ୍ୟାମାନ ଉପସ୍ଥାପନ କରିଥିଲେ। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ହିଂସାକୁ ଉସୁକାଇବା ଭଳି ଘଟଣା ବିଜେପିର ପରାଜୟର ବାଟ ଫିଟାଇଥିଲା ବୋଲଇ ମଧ୍ୟ ଚର୍ଚ୍ଚା ହେଉଛି। ୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ମଧ୍ୟ ଦଳ ବିଜୟ ଲାଭ କରି ଆଗାମୀ ସାଧାରଣ ନିର୍ବାଚନରେ ସରକାର ଗଢିବା ଯାଏ ବି ସ୍ବପ୍ନ ଦେଖିବା ଆରମ୍ଭ କରିଥିଲା। ଏଥିପାଇଁ ପ୍ରଥମ କରି ବିଜେପି ଏଠାରେ ତାର ସବୁ ବଳ ଖଟାଇ ଦେଇଥିଲା। ଅଭିଜ୍ଞ ନେତା ତଥା ପୂୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ ବି କରିଥିଲା। ପ୍ରଥମ କରି ଏହି ନିର୍ବାଚନରେ ଦଳ ତାର ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକଙ୍କୁ ଏଠାରେ ନିୟୋଜିତ କରିଥିଲା। ଆଉ ଏହି ନେତାମାନେ ପ୍ରଥମତଃ ପ୍ରତିଟି କେନ୍ଦ୍ରର ପ୍ରତାରଣା ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇଥିବା ବେଳେ ରାଜ୍ୟ ସରକାରଙ୍କ ବିକାଶ ପ୍ରସଙ୍ଗକୁ କାଉଣ୍ଟର କରି ନପାରି ବିଳିବିଲେଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ପଦ୍ମପୁରବାସୀ ଠିକ୍ ଭାବେ ପରଖିବାରୁ ଏବେ ଦଳ ସାଂଘାତିକ ପରାଜୟର ସମ୍ମୁଖୀନ ହୋଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ରେଳ ଲାଇନ ସଂଯୋଗ ଏବଂ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଖୋଲିବାକୁ ଘୋଷଣା କରିଥିଲେ ହେଁ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଅର୍ଦ୍ଧାଧିକ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ବେଳେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରୁଛନ୍ତି। ଏପଟେ, ସୁନା ବେପାରୀଙ୍କୁ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁ କରିବା କଣ ଗରିବଙ୍କ ସରକାର କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବିଜେପିର ସମସ୍ତ କୁହାଳିଆ ନେତାଙ୍କୁ ଅଡୁଆରେ ପକାଇଥିଲା।ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାର ପ୍ରତି ଥିବା ବିମୁଖତା ଏବେ ବିଜେପିର ପରାଜୟର କାରଣ ହୋଇଥିବା ବିଶେଷଜ୍ଞ ମହଲରେ ଆଲୋଚନାର ବିଷୟ ହୋଇଛି। ବିଜୟ ବାବୁଙ୍କ ଅଧୁରା ରହିଥିବା ବିକାଶ ପ୍ରକଳ୍ପକୁ ଆଗେଇ ନେବାକୁ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଲୋକେ ଅକୁଣ୍ଠ ସମର୍ଥନ ଦେଇଥିବା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ଆଉ ପୁଣି ପୂର୍ବବତ୍ ପଦ୍ମପୁର ବିଜେଡିର ଗଡ ଭାବେ ପ୍ରମାଣିତ ହୋଇଛି।

ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ। ପଦ୍ମପୁର ଉପନିର୍ବାଚନରେ ଆଜିର ଫଳାଫଳ ପୁଣି ଥରେ ବିଜେଡିର ବିକାଶମୁଖୀ ରାଜନୀତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭାବମୂର୍ତ୍ତିକୁ ହୀରା ପରି ଆହୁରି ଜାଜ୍ଜ୍ବଲ୍ୟମାନ କରି ଦେଇଛି। ବିଜେପି ଚିତପଟାଙ୍ଗ ମାରିଥିବା ବେଳେ ବିଜେଡି ପ୍ରାର୍ଥିନୀ ତଥା ଦିବଂଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ଏହା ସାଙ୍ଗକୁ ଜଣେ ନାରୀ ପ୍ରତି ଅପମାନର କଡା ଜବାବ ଦେଇଛନ୍ତି  ପଦ୍ମପୁର ମାଟିର ସ୍ବାଭିମାନୀ ଜନତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର