ଇପିଏଫ୍‌ ପେନ୍‌ସନ୍‌ ମାମଲାର ରାୟ; ହଟିଲା ୧୫,୦୦୦ ବେତନ ସୀମା

The Sakala Picture
Published On

ନୂଆଦିଲ୍ଲୀ : ଶୁକ୍ରବାର ବହୁ ପ୍ରତୀକ୍ଷିତ ଇପିଏଫ୍ ପେନ୍‌ସନ୍ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇପିଏଫ୍ ପେନ୍‌ସନ୍‌ ପାଣ୍ଠିରେ ଯୋଗଦାନ ନିମନ୍ତେ ମାସିକ ସର୍ବାଧିକ ୧୫ ହଜାର ଟଙ୍କା ବେତନ ରାଶିର ସୀମାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏପରିକି ୧୫,୦୦୦ ଟଙ୍କାରୁ ଅଧିକ ବେତନ ଉପରେ ରଖାଯାଇଥିବା ଅତିରିକ୍ତ ଅର୍ଥ ଯୋଗଦାନ ସର୍ତ୍ତକୁ ହଟାଇ ଦେଇଛନ୍ତି। ସେହିପରି ବର୍ଦ୍ଧିତ ପେନସନ ନିମନ୍ତେ କାର୍ଯ୍ୟରତ ଇପିଏଫ୍ ସଦସ୍ୟ ଓ ୨୦୧୪ ପରେ ଅବସର ନେଇଥିବା ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟ […]

ନୂଆଦିଲ୍ଲୀ : ଶୁକ୍ରବାର ବହୁ ପ୍ରତୀକ୍ଷିତ ଇପିଏଫ୍ ପେନ୍‌ସନ୍ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇପିଏଫ୍ ପେନ୍‌ସନ୍‌ ପାଣ୍ଠିରେ ଯୋଗଦାନ ନିମନ୍ତେ ମାସିକ ସର୍ବାଧିକ ୧୫ ହଜାର ଟଙ୍କା ବେତନ ରାଶିର ସୀମାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏପରିକି ୧୫,୦୦୦ ଟଙ୍କାରୁ ଅଧିକ ବେତନ ଉପରେ ରଖାଯାଇଥିବା ଅତିରିକ୍ତ ଅର୍ଥ ଯୋଗଦାନ ସର୍ତ୍ତକୁ ହଟାଇ ଦେଇଛନ୍ତି। ସେହିପରି ବର୍ଦ୍ଧିତ ପେନସନ ନିମନ୍ତେ କାର୍ଯ୍ୟରତ ଇପିଏଫ୍ ସଦସ୍ୟ ଓ ୨୦୧୪ ପରେ ଅବସର ନେଇଥିବା ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟ ପୁଣି ଏକ ସୁଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଏହାବ୍ୟତୀତ ୨୦୧୪ ପୂର୍ବରୁ ଅବସର ନେଇଥିବା ଇପିଏଫ୍ ସଦସ୍ୟମାନେ ବର୍ଦ୍ଧିତ ପେନସନ ସୁଯୋଗ ପାଇବେ ନାହିଁ ବୋଲି ଏହି ରାୟରେ ସ୍ପଷ୍ଟ କରାଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ର୍କମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌) ସଦସ୍ୟଙ୍କୁ ଆଶ୍ବସ୍ତ କରିଛି। ଇପିଏଫ୍‌ ପେନ୍‌ସନ୍‌ ମାମଲାର ଶୁଣାଣିରେ ପୃଥକ୍‌ ପୃଥକ୍‌ ହାଇକୋର୍ଟ ଦେଇଥିବା ନିର୍ଣ୍ଣୟରେ ସ୍ପଷ୍ଟତା ନଥିବା ସୁପ୍ରିମକୋର୍ଟ କହିଛନ୍ତି। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା -୨୦୧୪ର ବୈଧତାକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି, କିନ୍ତୁ ପେନ୍‌ସନ୍ ପାଣ୍ଠିରେ ଯୋଗଦାନ ପାଇଁ ମାସିକ ୧୫,୦୦୦ ଟଙ୍କାର ବେତନ ସୀମାକୁ ରଦ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ମାମଲାର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ ସମର୍ଥନ କରିଥିଲେ ମଧ୍ୟଏହି ଯୋଜନାରେ ଥିବା କିଛି ବ୍ୟବସ୍ଥାକୁ ହଟାଇଦେଇଛନ୍ତି। ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା, ୨୦୧୪ର ବ୍ୟବସ୍ଥା ଆଇନ ଅନୁଯାୟୀ ବୈଧ୍ୟ। ଯେଉଁ କର୍ମଚାରୀମାନେ ପେନ୍‌ସନ୍‌ ଯୋଜନାରେ ଯୋଗଦେବାର ବିକଳ୍ପ ବ୍ୟବହାର କରିନାହାଁନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ତାହା କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ଧାର୍ଯ୍ୟ ସମୟ ସୁଦ୍ଧା ଏହି ଯୋଜନାରେ ଯୋଗ ଦେଇପାରି ନ ଥିବା ଯୋଗ୍ୟ କର୍ମଚାରୀଙ୍କୁ ଅତିରିକ୍ତ ସୁଯୋଗ ସପକ୍ଷରେ ସୁପ୍ରିମକୋର୍ଟ ମତ ଦେଇଛନ୍ତି। କେରଳ, ରାଜସ୍ଥାନ ଏବଂ ଦିଲ୍ଲୀର ହାଇକୋର୍ଟ ଦେଇଥିବା ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନ ଥିବାରୁ କର୍ମଚାରୀଙ୍କୁ ପୁନର୍ବାର ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୁପ୍ରିମକୋର୍ଟ ୧୫୦୦୦ ଟଙ୍କାରୁ ଅଧିକ ବେତନ ଉପରେ ୧.୧୬ ପ୍ରତିଶତ ଅର୍ଥ ଯୋଗଦାନ ସଂକ୍ରାନ୍ତ ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରିନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳ ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟର ବିଭିନ୍ନ ରାୟ ଓ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ନିଷ୍ପତ୍ତିର ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।

ଗତ ଅଗଷ୍ଟ ମାସରେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କ୍ରମାଗତ ୬ ଦିନ ଧରି ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ କେରଳ ହାଇକୋର୍ଟ ୨୦୧୮ରେ ହଟାଇ ଦେଇଥିଲେ ହାଇକୋର୍ଟ ମାସକୁ ୧୫,୦୦୦ ଟଙ୍କା ମୂଳ ବେତନ ସୀମାଠାରୁ ଅଧିକ ଅନୁପାତରେ ପେନ୍‌ସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରେ ଏହା ଉପରେ ଇପିଏଫ୍ଓ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ଇପିଏଫଓ ଏବଂ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ କରିଥିଲେ, ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ସମୀକ୍ଷା ଆବେଦନକୁ ଗ୍ରହଣ କରିବାବେଳେ ଏହାକୁ ତିନିଜଣିଆ ଖଣ୍ଡପୀଠ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ସେତେବେଳେ ସମୀକ୍ଷା ଆବେଦନରେ ଯୁକ୍ତି କରାଯାଇଥିଲା ଯେ ପେନ୍‌ସନ୍ ଏବଂ ଭବିଷ୍ୟନିଧି ପାଣ୍ଠି ଅଲଗା। ପେନ୍‌ସନ୍‌ ଯୋଜନା କମ୍ ବୟସର କର୍ମଚାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ। ଯଦି ଏହାର ସୀମା ବୃଦ୍ଧି କରାଯାଏ ଯଥା ଅଧିକ ମୂଳ ଦରମା ଥିବା ବ୍ୟକ୍ତିଙ୍କ ଦରମା ଅନୁପାତରେ ପେନ୍‌ସନ୍ ଅନୁମତି ଦିଆଯାଏ, ତେବେ ଏହା ଆର୍ଥିକ ଭାର ବଢ଼ାଇବ ଏବଂ ଅର୍ଥନୈତିକ ଅସନ୍ତୁଳନତା ସୃଷ୍ଟି କରିବ ।

05 Nov 2022 By The Sakala

ଇପିଏଫ୍‌ ପେନ୍‌ସନ୍‌ ମାମଲାର ରାୟ; ହଟିଲା ୧୫,୦୦୦ ବେତନ ସୀମା

ନୂଆଦିଲ୍ଲୀ : ଶୁକ୍ରବାର ବହୁ ପ୍ରତୀକ୍ଷିତ ଇପିଏଫ୍ ପେନ୍‌ସନ୍ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇପିଏଫ୍ ପେନ୍‌ସନ୍‌ ପାଣ୍ଠିରେ ଯୋଗଦାନ ନିମନ୍ତେ ମାସିକ ସର୍ବାଧିକ ୧୫ ହଜାର ଟଙ୍କା ବେତନ ରାଶିର ସୀମାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏପରିକି ୧୫,୦୦୦ ଟଙ୍କାରୁ ଅଧିକ ବେତନ ଉପରେ ରଖାଯାଇଥିବା ଅତିରିକ୍ତ ଅର୍ଥ ଯୋଗଦାନ ସର୍ତ୍ତକୁ ହଟାଇ ଦେଇଛନ୍ତି। ସେହିପରି ବର୍ଦ୍ଧିତ ପେନସନ ନିମନ୍ତେ କାର୍ଯ୍ୟରତ ଇପିଏଫ୍ ସଦସ୍ୟ ଓ ୨୦୧୪ ପରେ ଅବସର ନେଇଥିବା ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟ ପୁଣି ଏକ ସୁଯୋଗ ଦେଇଛନ୍ତି।

ଏହାବ୍ୟତୀତ ୨୦୧୪ ପୂର୍ବରୁ ଅବସର ନେଇଥିବା ଇପିଏଫ୍ ସଦସ୍ୟମାନେ ବର୍ଦ୍ଧିତ ପେନସନ ସୁଯୋଗ ପାଇବେ ନାହିଁ ବୋଲି ଏହି ରାୟରେ ସ୍ପଷ୍ଟ କରାଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ର୍କମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌) ସଦସ୍ୟଙ୍କୁ ଆଶ୍ବସ୍ତ କରିଛି। ଇପିଏଫ୍‌ ପେନ୍‌ସନ୍‌ ମାମଲାର ଶୁଣାଣିରେ ପୃଥକ୍‌ ପୃଥକ୍‌ ହାଇକୋର୍ଟ ଦେଇଥିବା ନିର୍ଣ୍ଣୟରେ ସ୍ପଷ୍ଟତା ନଥିବା ସୁପ୍ରିମକୋର୍ଟ କହିଛନ୍ତି। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା -୨୦୧୪ର ବୈଧତାକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି, କିନ୍ତୁ ପେନ୍‌ସନ୍ ପାଣ୍ଠିରେ ଯୋଗଦାନ ପାଇଁ ମାସିକ ୧୫,୦୦୦ ଟଙ୍କାର ବେତନ ସୀମାକୁ ରଦ୍ଦ କରିଛନ୍ତି।

ମାମଲାର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ ସମର୍ଥନ କରିଥିଲେ ମଧ୍ୟଏହି ଯୋଜନାରେ ଥିବା କିଛି ବ୍ୟବସ୍ଥାକୁ ହଟାଇଦେଇଛନ୍ତି। ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା, ୨୦୧୪ର ବ୍ୟବସ୍ଥା ଆଇନ ଅନୁଯାୟୀ ବୈଧ୍ୟ। ଯେଉଁ କର୍ମଚାରୀମାନେ ପେନ୍‌ସନ୍‌ ଯୋଜନାରେ ଯୋଗଦେବାର ବିକଳ୍ପ ବ୍ୟବହାର କରିନାହାଁନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ତାହା କରିବାକୁ ପଡ଼ିବ।

ଧାର୍ଯ୍ୟ ସମୟ ସୁଦ୍ଧା ଏହି ଯୋଜନାରେ ଯୋଗ ଦେଇପାରି ନ ଥିବା ଯୋଗ୍ୟ କର୍ମଚାରୀଙ୍କୁ ଅତିରିକ୍ତ ସୁଯୋଗ ସପକ୍ଷରେ ସୁପ୍ରିମକୋର୍ଟ ମତ ଦେଇଛନ୍ତି। କେରଳ, ରାଜସ୍ଥାନ ଏବଂ ଦିଲ୍ଲୀର ହାଇକୋର୍ଟ ଦେଇଥିବା ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନ ଥିବାରୁ କର୍ମଚାରୀଙ୍କୁ ପୁନର୍ବାର ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୁପ୍ରିମକୋର୍ଟ ୧୫୦୦୦ ଟଙ୍କାରୁ ଅଧିକ ବେତନ ଉପରେ ୧.୧୬ ପ୍ରତିଶତ ଅର୍ଥ ଯୋଗଦାନ ସଂକ୍ରାନ୍ତ ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରିନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳ ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟର ବିଭିନ୍ନ ରାୟ ଓ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ନିଷ୍ପତ୍ତିର ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।

ଗତ ଅଗଷ୍ଟ ମାସରେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କ୍ରମାଗତ ୬ ଦିନ ଧରି ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ କେରଳ ହାଇକୋର୍ଟ ୨୦୧୮ରେ ହଟାଇ ଦେଇଥିଲେ ହାଇକୋର୍ଟ ମାସକୁ ୧୫,୦୦୦ ଟଙ୍କା ମୂଳ ବେତନ ସୀମାଠାରୁ ଅଧିକ ଅନୁପାତରେ ପେନ୍‌ସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରେ ଏହା ଉପରେ ଇପିଏଫ୍ଓ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ଇପିଏଫଓ ଏବଂ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ କରିଥିଲେ, ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ସମୀକ୍ଷା ଆବେଦନକୁ ଗ୍ରହଣ କରିବାବେଳେ ଏହାକୁ ତିନିଜଣିଆ ଖଣ୍ଡପୀଠ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ସେତେବେଳେ ସମୀକ୍ଷା ଆବେଦନରେ ଯୁକ୍ତି କରାଯାଇଥିଲା ଯେ ପେନ୍‌ସନ୍ ଏବଂ ଭବିଷ୍ୟନିଧି ପାଣ୍ଠି ଅଲଗା। ପେନ୍‌ସନ୍‌ ଯୋଜନା କମ୍ ବୟସର କର୍ମଚାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ। ଯଦି ଏହାର ସୀମା ବୃଦ୍ଧି କରାଯାଏ ଯଥା ଅଧିକ ମୂଳ ଦରମା ଥିବା ବ୍ୟକ୍ତିଙ୍କ ଦରମା ଅନୁପାତରେ ପେନ୍‌ସନ୍ ଅନୁମତି ଦିଆଯାଏ, ତେବେ ଏହା ଆର୍ଥିକ ଭାର ବଢ଼ାଇବ ଏବଂ ଅର୍ଥନୈତିକ ଅସନ୍ତୁଳନତା ସୃଷ୍ଟି କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର