ମୋଦୀ ଜଣେ ମହାପୁରୁଷ, ୨୦୨୪ରେ ବିଜେପି ଲୋକସଭା ଟିକେଟ୍ ମିଳିଲେ ନିର୍ବାଚନ ଲଢ଼ିବି: କଙ୍ଗନା ରଣାୱତ୍‌

The Sakala Picture
Published On

ମୁମ୍ବାଇ : ରାଜନୀତିରେ ପାଦ ଥାପିବେ ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌। ସବୁବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ବୋଲି ଆଜି ସେ ଖୋଲା ଖୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଯଦି ଲୋକେ ଚାହାନ୍ତି ଏବଂ ବିଜେପିରୁ ଟିକେଟ ମିଳେ ତେବେ […]

ମୁମ୍ବାଇ : ରାଜନୀତିରେ ପାଦ ଥାପିବେ ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌। ସବୁବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୁଣଗାନ କରୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ବୋଲି ଆଜି ସେ ଖୋଲା ଖୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଯଦି ଲୋକେ ଚାହାନ୍ତି ଏବଂ ବିଜେପିରୁ ଟିକେଟ ମିଳେ ତେବେ ସେ ନିର୍ବାଚନ ଲଢ଼ିବାକୁ ରାଜି ଅଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଜାତୀୟ ଗଣମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଙ୍ଗନା। ଏହି କାର୍ଯ୍ୟକ୍ରମରେ ଉପସ୍ଥାପକ କଙ୍ଗନାଙ୍କୁ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ କରିଥିଲେ। ଜବାବରେ କଙ୍ଗନା କହିଥିଲେ ” ଯେଉଁଭଳି ପରିସ୍ଥିତି ହେବ। ଯେମିତି ସରକାର ଚାହିଁବେ, ମୁଁ ମୋର ସମସ୍ତ ସହଯୋଗ କରିବାକୁ ଚେଷ୍ଟା କରିବି। ଯଦି ହିମାଚଳ ଲୋକ ମୋତେ ସିଟ୍ ସେବାର ସୁଯୋଗ ତେବେ ଏହା ମୋ ପାଇଁ ସୌଭାଗ୍ୟର କଥା ହେବ।”

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି


ତେବେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜନୀତିରେ ପ୍ରବେଶ କରିବା ଲାଗି ଭାରି ଉତ୍ସାହିତ ଅଛି। ହିମାଚଳର ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଲେ ନିଶ୍ଚୟ ନିର୍ବାଚନ ଲଢ଼ିବି ବୋଲି ସେ କହିଛନ୍ତି। ରାଜନୀତି ମାଧ୍ୟମରେ ଲୋକଙ୍କ ସେବା ପାଇଁ କରିବାକୁ ଇଚ୍ଛା ଅଛିକି ପ୍ରଶ୍ନର ଉତ୍ତରେ ସେ କହିଛନ୍ତି ଯେ, ସବୁ ପ୍ରକାର ଫ୍ଲାଟଫର୍ମକୁ ଓହ୍ଲେଇବାକୁ ମୋର ଇଚ୍ଛା ଅଛି। କଙ୍ଗନା କହିଛନ୍ତି ଯେ, ଏବେ ଯେଉଁଭଳି ସରକାର ଚାଲିଛି, ଯଦି ସରକାର ମୋର ଭାଗିଦାରୀ ଚାହାନ୍ତି ତେବେ ମୁଁ ମଧ୍ୟ ରାଜି ଅଛି। ଯଦି ହିମାଚଳ ପ୍ରଦେଶରୁ ଲୋକଙ୍କ ସେବା ପାଇଁ ମୌକା ମିଳେ ତେବେ ଏହା ମୋ ପାଇଁ ସୌଭାଗ୍ୟ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ପ୍ରଶ୍ନ ହେବାରୁ, ମୋଦି ଜଣେ ମହାପୁରୁଷ ବୋଲି କଙ୍ଗନା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ଦୁଃଖର ବିଷୟ କି ମୋଦୀ ଏବଂ ରାହୁଲ ଗାନ୍ଧିଙ୍କୁ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି। କିନ୍ତୁ ମୋଦୀ ଜାଣିଛନ୍ତି ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।ଆଗକୁ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏ ସମ୍ପର୍କରେ ମତ ଦେଇ କଙ୍ଗନା କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ମିଥ୍ୟା ପ୍ରତିଶ୍ରୁତିରେ ସେଠିକାର ଲୋକେ ଭାସିଯିବେ ନାହିଁ। ସେଠିକାର ଲୋକଙ୍କ ପାଖରେ ନିଜସ୍ୱ ସୌର ଶକ୍ତି ରହିଛି। ତେଣୁ ସେଠାରେ ମାଗଣା ବିଜୁଳି କଥା କହିଲେ ଲୋକେ ଶୁଣିବେ ନାହିଁ। ସେଠାରେ ମାଗଣା ବଣ୍ଟନ କଥାର ଲୋକେ ଶୁଣିବେନି।

ସୂଚନାଯୋଗ୍ୟ ଯେ, ଆଗକୁ କଙ୍ଗନାଙ୍କ ‘ଇମାରଜେନ୍ସି’ ଫିଲ୍ମ ଆସୁଛି। ସେଥିରେ କଙ୍ଗନା ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର, ସତିଶ କୌସିକ, ମିଲିନ୍ଦ ସୋମନ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମ ବିଷୟରେ ଏକ ଜାତୀୟ ଗଣମାଧ୍ୟମରେ ଆଲୋଚନା କରିବା ସମୟରେ କଙ୍ଗନା ରାଜନୀତିରେ ପ୍ରବେଶ ନେଇ ସଂକେତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର