ଆଜି ଲଘୁଚାପ; ସ୍ପଷ୍ଟହେବ ବାତ୍ୟା ଚିତ୍ର

The Sakala Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ପାଇଁ ଗୁରୁବାର ଲଘୁଚାପ ସୃଷ୍ଟି ହେବ। ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଆଣ୍ଡାମାନ ସାଗରରେ ରହିଛି। ଏହିଠାରେ ଏବେ ମେଘଖଣ୍ଡଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟା ଚାଲିଛି। ଗୁରାବାର ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହୋଇ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଗଭୀର ଅବପାତ ବାତ୍ୟାରେ ପରିଣତ ହେବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବାତ୍ୟା ସୃଷ୍ଟି […]

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ପାଇଁ ଗୁରୁବାର ଲଘୁଚାପ ସୃଷ୍ଟି ହେବ। ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଆଣ୍ଡାମାନ ସାଗରରେ ରହିଛି। ଏହିଠାରେ ଏବେ ମେଘଖଣ୍ଡଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟା ଚାଲିଛି। ଗୁରାବାର ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହୋଇ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଗଭୀର ଅବପାତ ବାତ୍ୟାରେ ପରିଣତ ହେବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଥିବା ବେଳେ ବାକି ତଥ୍ୟ ସମ୍ପର୍କରେ ସଠିକ୍‌‌ ଆକଳନ କରାଯାଇ ନାହିଁ। ତେଣୁ ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ଓ କେବେ ଅତିକ୍ରମ କରିବ ତାକୁ ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନକୁ ଆଲର୍ଟ କରାଯାଇଛି। ବିଶେଷକରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରାଇବାକୁ କୁହାଯାଇଛି। ୨୨ତାରିଖ ପରଠୁ ସମୁଦ୍ର ଭିତରକୁ ନ ଯିବା ଓ ଯେଉଁମାନେ ଯାଇଛନ୍ତି ସେମାନେ ଏହି ଅବଧି ପୂର୍ବରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ୨୩ ସକାଳ ପର୍ଯ୍ୟନ୍ତ ବିଶେଷ କିଛି ହେବ ନାହିଁ। ଲଘୁଚାପ ପରେ ଆହୁରି ସ୍ପଷ୍ଟ ଭାବେ ଆକଳନ କରାଯିବ ଓ ସୂଚନା ଦିଆଯିବ। ତେବେ ବର୍ତ୍ତମାନ କେବଳ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବା ପାଇଁ ବାରଣ କରାଯାଇଛି। ୨୩ରୁ ମତ୍ସ୍ୟଜୀବୀମାନଙ୍କୁ ୨୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବା ପାଇଁ କୁହାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ଉପରବେଳା ବା ଶୁକ୍ରବାର ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ହେତୁ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ଏହା ରହିବ। ୨୨ ତାରିଖରେ ଏହା ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ସେହିଦିନ ବା ୨୩ ସକାଳ ସୁଦ୍ଧା ଏହା ଗଭୀର ଅବପାତ ରୂପ ନେଇପାରେ। ୨୩-୨୫ ଭିତରେ ଏହା ଘନୀଭୂତ ହେବ, କାରଣ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାୟୁମଣ୍ଡଳ ଅନୁକୂଳ ରହିବ। ୨୩ ତାରିଖଠାରୁ ଏହାର ଗତିପଥର ୩ ଟି ସମ୍ଭାବନା ରହିଛି। ପ୍ରଥମ ଦୃଶ୍ୟପଟ କେନ୍ଦ୍ରାପଡ଼ାଠାରୁ ଦିଘାର ସଂଲଗ୍ନ ଅଞ୍ଚଳ, ଦ୍ୱିତୀୟଟି ସାଗର ଦୀପ ଏବଂ ତୃତୀୟ ଦୃଶ୍ୟପଟରେ ବାଂଲାଦେଶର ଚିଟ୍ଟାଗଙ୍ଗ ଅଞ୍ଚଳକୁ ୨୫ ତାରିଖ ଯିବାର ସମ୍ଭାବନା ରହିଛି। ତେବେ ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦୀପକୁ ମୁହାଁଇବା ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଓଡ଼ିଶାରେ ୨୩ ଉପରବେଳାଠାରୁ ୨୫ ବର୍ଷା ବର୍ଷା ହେବ। ପବନର ବେଗ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୬୦ କିମି ଏବଂ ଏହାର ଝଟକା ପବନ ଆଉ ୧୫ କିମି ବୃଦ୍ଧି ହେବ। ସେହିପରି ସଂଲଗ୍ନ ଅଞ୍ଚଳରେ ପବନ ୪୦ କିମି ଓ ଝଟକା ଅଧିକ ୧୫ କିମି ଯାଇପାରେ। ଯଦି ବାଲେଶ୍ୱର/ଦିଘାରେ ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରେ ତେବେ ପବନର ବେଗ ଜଗତସିଂହପୁରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ୭୦-୯୦ କିମି ଏବଂ ଝଟକା ଆଉ ୧୫ କିମି ଅଧିକ ରହିବ। ବର୍ଷାର ପରିମାଣ ୧୨୦ ମିମରୁ ଅଧିକ ରହିବ ନଚେତ ୧୦୦ ମିମି ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

20 Oct 2022 By The Sakala

ଆଜି ଲଘୁଚାପ; ସ୍ପଷ୍ଟହେବ ବାତ୍ୟା ଚିତ୍ର

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ପାଇଁ ଗୁରୁବାର ଲଘୁଚାପ ସୃଷ୍ଟି ହେବ। ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଆଣ୍ଡାମାନ ସାଗରରେ ରହିଛି। ଏହିଠାରେ ଏବେ ମେଘଖଣ୍ଡଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟା ଚାଲିଛି। ଗୁରାବାର ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହୋଇ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଗଭୀର ଅବପାତ ବାତ୍ୟାରେ ପରିଣତ ହେବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଥିବା ବେଳେ ବାକି ତଥ୍ୟ ସମ୍ପର୍କରେ ସଠିକ୍‌‌ ଆକଳନ କରାଯାଇ ନାହିଁ। ତେଣୁ ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ଓ କେବେ ଅତିକ୍ରମ କରିବ ତାକୁ ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନକୁ ଆଲର୍ଟ କରାଯାଇଛି। ବିଶେଷକରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରାଇବାକୁ କୁହାଯାଇଛି। ୨୨ତାରିଖ ପରଠୁ ସମୁଦ୍ର ଭିତରକୁ ନ ଯିବା ଓ ଯେଉଁମାନେ ଯାଇଛନ୍ତି ସେମାନେ ଏହି ଅବଧି ପୂର୍ବରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ୨୩ ସକାଳ ପର୍ଯ୍ୟନ୍ତ ବିଶେଷ କିଛି ହେବ ନାହିଁ। ଲଘୁଚାପ ପରେ ଆହୁରି ସ୍ପଷ୍ଟ ଭାବେ ଆକଳନ କରାଯିବ ଓ ସୂଚନା ଦିଆଯିବ। ତେବେ ବର୍ତ୍ତମାନ କେବଳ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବା ପାଇଁ ବାରଣ କରାଯାଇଛି। ୨୩ରୁ ମତ୍ସ୍ୟଜୀବୀମାନଙ୍କୁ ୨୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବା ପାଇଁ କୁହାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ଉପରବେଳା ବା ଶୁକ୍ରବାର ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ହେତୁ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ଏହା ରହିବ। ୨୨ ତାରିଖରେ ଏହା ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ।

ସେହିଦିନ ବା ୨୩ ସକାଳ ସୁଦ୍ଧା ଏହା ଗଭୀର ଅବପାତ ରୂପ ନେଇପାରେ। ୨୩-୨୫ ଭିତରେ ଏହା ଘନୀଭୂତ ହେବ, କାରଣ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାୟୁମଣ୍ଡଳ ଅନୁକୂଳ ରହିବ। ୨୩ ତାରିଖଠାରୁ ଏହାର ଗତିପଥର ୩ ଟି ସମ୍ଭାବନା ରହିଛି। ପ୍ରଥମ ଦୃଶ୍ୟପଟ କେନ୍ଦ୍ରାପଡ଼ାଠାରୁ ଦିଘାର ସଂଲଗ୍ନ ଅଞ୍ଚଳ, ଦ୍ୱିତୀୟଟି ସାଗର ଦୀପ ଏବଂ ତୃତୀୟ ଦୃଶ୍ୟପଟରେ ବାଂଲାଦେଶର ଚିଟ୍ଟାଗଙ୍ଗ ଅଞ୍ଚଳକୁ ୨୫ ତାରିଖ ଯିବାର ସମ୍ଭାବନା ରହିଛି। ତେବେ ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦୀପକୁ ମୁହାଁଇବା ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଓଡ଼ିଶାରେ ୨୩ ଉପରବେଳାଠାରୁ ୨୫ ବର୍ଷା ବର୍ଷା ହେବ। ପବନର ବେଗ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୬୦ କିମି ଏବଂ ଏହାର ଝଟକା ପବନ ଆଉ ୧୫ କିମି ବୃଦ୍ଧି ହେବ। ସେହିପରି ସଂଲଗ୍ନ ଅଞ୍ଚଳରେ ପବନ ୪୦ କିମି ଓ ଝଟକା ଅଧିକ ୧୫ କିମି ଯାଇପାରେ। ଯଦି ବାଲେଶ୍ୱର/ଦିଘାରେ ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରେ ତେବେ ପବନର ବେଗ ଜଗତସିଂହପୁରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ୭୦-୯୦ କିମି ଏବଂ ଝଟକା ଆଉ ୧୫ କିମି ଅଧିକ ରହିବ। ବର୍ଷାର ପରିମାଣ ୧୨୦ ମିମରୁ ଅଧିକ ରହିବ ନଚେତ ୧୦୦ ମିମି ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର