ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ବମ୍ବେ ହାଇକୋର୍ଟଙ୍କ ଝଟକା, ଉଦ୍ଧବ ଠାକରେଙ୍କ ବଡ଼ ବିଜୟ

The Sakala Picture
Published On

ମୁମ୍ବାଇ : ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ଲାଗିଛି ବଡ଼ ଝଟକା। ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ […]

ମୁମ୍ବାଇ : ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ଲାଗିଛି ବଡ଼ ଝଟକା। ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ ସୈନିକ କିଏ? ଏହି ବିବାଦର ସାମାଧନ ନ ହେବା ଯାଏ ସିନ୍ଦେ ଗୋଷ୍ଠୀର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଓଡ଼ିଶାରେ ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ

ବମ୍ବେ ହାଇକୋର୍ଟ ଦଶହରାରେ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଉଦ୍ଧବ ଠାକରେଙ୍କ ଗ୍ରୁପକୁ ଅନୁମତି ଦେଇଛନ୍ତି । ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଗ୍ରୁପ ଅକ୍ଟୋବର ୨ ତାରିଖରୁ ୬ ତାରିଖ ମଧ୍ୟରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିପାରିବେ । ଏହା ସହିତ ସିନ୍ଦେ ଦଳକୁ ଅନୁମତି ଦେବାକୁ ମନା କରାଯାଇଛି। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ପଡିବ। କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ୨୦୧୬ ଆଦେଶ ଅନୁଯାୟୀ ଏହି ଅନୁମତି ଦିଆଯିବ। କେବଳ ଏତିକି ନୁହେଁ, ସମଗ୍ର ରାଲିର ଭିଡିଓଗ୍ରାଫି କରାଯିବ ଏବଂ ଯଦି କୌଣସି ତ୍ରୁଟି ଦେଖାଦିଏ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତେବେ ଭବିଷ୍ୟତରେ ଅନୁମତି ଦେବା ଉପରେ ବିଚାର କରାଯିବ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ସୂଚନା ଥାଉକି ଆଜକୁ ୪୦ ବର୍ଷ ହେବ ଶିବସେନା ଗ୍ରୁପ ଏହି ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିଥାଏ । ହେଲେ ଏବେ ଶିବସେନାର ଦୁଇଟି ଗୋଷ୍ଠୀ ହୋଇଛି । ଗୋଟିଏ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏବେ ଉଦ୍ଧବ ଠାକରେଙ୍କ ପାଖରେ ରହିଛି । ଆଗକୁ ଦଶହରା ଆସୁଥିବାରୁ ଉଭୟ ଉଦ୍ଧବ ଗ୍ରୁପ ଓ ବିଦ୍ରୋହୀ ଏକନାଥ ସିନ୍ଦେ ଗ୍ରୁପ ଶିବାଜୀ ପାର୍କରୁ ରାଲି ବାହାର କରିବା ନେଇ ପ୍ରଥମେ ବିଏମସିରେ ଆବେଦନ କରିଥିଲେ । ହେଲେ ବିଏମସି କିଛି ନିଷ୍ପତ୍ତି ନନେଇ ପାରିବାରୁ ଉଭୟ ଗ୍ରୁପ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଉଦ୍ଧବ ଠାକରେ ଗ୍ରୁପକୁ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଅନୁମତି ଦେଇଥିବା ବେଳେ ଏକନାଥ ସିନ୍ଦେ ଗ୍ରୁପର ଆବେଦନକୁ ଖାରଜ କରିଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଉଲ୍ଲେଖ ଥାଉ କି ୧୯୬୬ ମସିହାରେ ଅର୍ଥାତ୍ ପ୍ରାୟ ୫୪ ବର୍ଷ ପୂର୍ବେ ସ୍ବର୍ଗତଃ ବାଲ ଠାକରେ ଶିବସେନା ଗଠନ କରିଥିଲେ। ତା’ପରେ ପ୍ରଥମ ଥର ପାଇଁ ଦଶହରା ଅବସରରେ ଶିବାଜୀ ପାର୍କରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି କାରଣରୁ ଏହା ସେନାର ଏକ ପ୍ରମୁଖ ଘଟଣା ପାଲଟିଛି । ଦଳୀୟକର୍ମୀମାନେ ମଧ୍ୟ ଏହି ରାଲିକୁ ଅପେକ୍ଷା କରିଛନ୍ତି, ଯାହା ଗତ ଦୁଇ ବର୍ଷ ମଧ୍ୟରେ କରୋନାଭାଇରସ୍ ମହାମାରୀ ଦ୍ୱାରା ହୋଇପାରିନଥିଲା।

23 Sep 2022 By The Sakala

ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ବମ୍ବେ ହାଇକୋର୍ଟଙ୍କ ଝଟକା, ଉଦ୍ଧବ ଠାକରେଙ୍କ ବଡ଼ ବିଜୟ

ମୁମ୍ବାଇ : ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ଲାଗିଛି ବଡ଼ ଝଟକା। ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି କରି ସିନ୍ଦେ ଗୋଷ୍ଠୀ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଆବେଦକୁ ଅଗ୍ରହ୍ୟ କରି ଦେଇଛନ୍ତି। ପ୍ରକୃତ ଶିବ ସୈନିକ କିଏ? ଏହି ବିବାଦର ସାମାଧନ ନ ହେବା ଯାଏ ସିନ୍ଦେ ଗୋଷ୍ଠୀର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ବମ୍ବେ ହାଇକୋର୍ଟ ଦଶହରାରେ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଉଦ୍ଧବ ଠାକରେଙ୍କ ଗ୍ରୁପକୁ ଅନୁମତି ଦେଇଛନ୍ତି । ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଗ୍ରୁପ ଅକ୍ଟୋବର ୨ ତାରିଖରୁ ୬ ତାରିଖ ମଧ୍ୟରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିପାରିବେ । ଏହା ସହିତ ସିନ୍ଦେ ଦଳକୁ ଅନୁମତି ଦେବାକୁ ମନା କରାଯାଇଛି। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ପଡିବ। କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ୨୦୧୬ ଆଦେଶ ଅନୁଯାୟୀ ଏହି ଅନୁମତି ଦିଆଯିବ। କେବଳ ଏତିକି ନୁହେଁ, ସମଗ୍ର ରାଲିର ଭିଡିଓଗ୍ରାଫି କରାଯିବ ଏବଂ ଯଦି କୌଣସି ତ୍ରୁଟି ଦେଖାଦିଏ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତେବେ ଭବିଷ୍ୟତରେ ଅନୁମତି ଦେବା ଉପରେ ବିଚାର କରାଯିବ।

ସୂଚନା ଥାଉକି ଆଜକୁ ୪୦ ବର୍ଷ ହେବ ଶିବସେନା ଗ୍ରୁପ ଏହି ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିଥାଏ । ହେଲେ ଏବେ ଶିବସେନାର ଦୁଇଟି ଗୋଷ୍ଠୀ ହୋଇଛି । ଗୋଟିଏ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏବେ ଉଦ୍ଧବ ଠାକରେଙ୍କ ପାଖରେ ରହିଛି । ଆଗକୁ ଦଶହରା ଆସୁଥିବାରୁ ଉଭୟ ଉଦ୍ଧବ ଗ୍ରୁପ ଓ ବିଦ୍ରୋହୀ ଏକନାଥ ସିନ୍ଦେ ଗ୍ରୁପ ଶିବାଜୀ ପାର୍କରୁ ରାଲି ବାହାର କରିବା ନେଇ ପ୍ରଥମେ ବିଏମସିରେ ଆବେଦନ କରିଥିଲେ । ହେଲେ ବିଏମସି କିଛି ନିଷ୍ପତ୍ତି ନନେଇ ପାରିବାରୁ ଉଭୟ ଗ୍ରୁପ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଉଦ୍ଧବ ଠାକରେ ଗ୍ରୁପକୁ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଅନୁମତି ଦେଇଥିବା ବେଳେ ଏକନାଥ ସିନ୍ଦେ ଗ୍ରୁପର ଆବେଦନକୁ ଖାରଜ କରିଦେଇଛନ୍ତି ।

ଉଲ୍ଲେଖ ଥାଉ କି ୧୯୬୬ ମସିହାରେ ଅର୍ଥାତ୍ ପ୍ରାୟ ୫୪ ବର୍ଷ ପୂର୍ବେ ସ୍ବର୍ଗତଃ ବାଲ ଠାକରେ ଶିବସେନା ଗଠନ କରିଥିଲେ। ତା’ପରେ ପ୍ରଥମ ଥର ପାଇଁ ଦଶହରା ଅବସରରେ ଶିବାଜୀ ପାର୍କରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି କାରଣରୁ ଏହା ସେନାର ଏକ ପ୍ରମୁଖ ଘଟଣା ପାଲଟିଛି । ଦଳୀୟକର୍ମୀମାନେ ମଧ୍ୟ ଏହି ରାଲିକୁ ଅପେକ୍ଷା କରିଛନ୍ତି, ଯାହା ଗତ ଦୁଇ ବର୍ଷ ମଧ୍ୟରେ କରୋନାଭାଇରସ୍ ମହାମାରୀ ଦ୍ୱାରା ହୋଇପାରିନଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର