ଦୀର୍ଘ ୭୦ବର୍ଷ ପରେ ପୃଥିବୀର ନିକଟତର ହେବ ବୃହସ୍ପତି
ନୂଆଦିଲ୍ଲୀ : ଗତ ଦୁଇବର୍ଷ ତଳେ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ସରଳରେଖାରେ ରହି ଏକ ବିରଳ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିଥିଲେ। ଏହାର ଠିକ୍ ଦୁଇ ବର୍ଷ ପରେ ପୁଣି ଥରେ ବୃହସ୍ପତି ଗ୍ରହ ପୃଥିବୀର ନିକଟତର ହେବାକୁ ଯାଉଛି। ଗତ ପ୍ରାୟ ୭୦ବର୍ଷ ମଧ୍ୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ୱର ୨୬ତାରିଖ ରାତିରେ ବୃହସ୍ପତି ଗ୍ରହ ଆକାଶରେ ଦୃଶ୍ୟମାନ ହେବ। […]
ନୂଆଦିଲ୍ଲୀ : ଗତ ଦୁଇବର୍ଷ ତଳେ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ସରଳରେଖାରେ ରହି ଏକ ବିରଳ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିଥିଲେ। ଏହାର ଠିକ୍ ଦୁଇ ବର୍ଷ ପରେ ପୁଣି ଥରେ ବୃହସ୍ପତି ଗ୍ରହ ପୃଥିବୀର ନିକଟତର ହେବାକୁ ଯାଉଛି। ଗତ ପ୍ରାୟ ୭୦ବର୍ଷ ମଧ୍ୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ୱର ୨୬ତାରିଖ ରାତିରେ ବୃହସ୍ପତି ଗ୍ରହ ଆକାଶରେ ଦୃଶ୍ୟମାନ ହେବ। ପୃଥିବୀର ସମାନ୍ତରାଳ ସରଳରେଖାରେ ଏହା ସେତେବେଳେ ଦେଖାଯିବ ଯେତେବେଳେ କୌଣସି ଏକ ଗ୍ରହ ପୂର୍ବରେ ଦୃଶ୍ୟମାନ ହେବ କାରଣ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହେଉଥିବା ବେଳେ ଉକ୍ତ ଗ୍ରହ ଆମ ପୃଥିବୀର ବିପରୀତ ପାର୍ଶ୍ବରେ ହିଁ ସେହି ସମୟରେ ଦୃଶ୍ୟମାନେ ହେବ।
ସୂର୍ଯ୍ୟ ଚାରିପାଖରେ ଥିବା ଦୁଇଟି ଗ୍ରହର କକ୍ଷପଥରେ ପାର୍ଥକ୍ୟ ହେତୁ ଏଭଳି ମହାଜାଗତିକ ସଂଯୋଗ ସୃଷ୍ଟି ହୋଇଥାଏ। ଉଭୟ ବୃହସ୍ପତି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ପୂର୍ଣ୍ଣ ବୃତ୍ତାକାର କକ୍ଷ ପଥରେ ଘୂରି ବୁଲନ୍ତି ନାହିଁ। ଏହାର ଅର୍ଥ ହେଉଛି ଗ୍ରହମାନେ ବର୍ଷସାରା ବିଭିନ୍ନ ଦୂରତାରେ ପରସ୍ପରକୁ ଅତିକ୍ରମ କରିଥାନ୍ତି। ଆସନ୍ତା ୨୬ ତାରିଖ ସୋମବାର ବୃହସ୍ପତି ପୃଥିବୀଠାରୁ ୫୮ ନିୟୁତ କିଲୋମିଟର ଦୂରରେ ରହିବ। ଏହା ଆମଠାରୁ ୯୬ ନିୟୁତ କିଲୋମିଟର ଦୂରରେ ଦୃଶ୍ୟମାନ ହେବ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି।