ରାଜ୍ଯରେ ଟିକା ଅଭାବ, ୧୧ଟି ଜିଲ୍ଲାରେ ବନ୍ଦ ହେଲା ଟିକାକରଣ

The Sakala Picture
Published On

ଭୁବନେଶ୍ୱର: ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଟିକା ଉତ୍ସବ ମଧ୍ଯ ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । କରୋନା ସଂକ୍ରମଣ ବଢୁଥିବା ବେଳେ ଟିକା ଅଭାବ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଆଜି ମାତ୍ର ୫୦୦ କେନ୍ଦ୍ରରେ ଟିକାକରଣ ହେଉଛି । ୬୧ […]

ଭୁବନେଶ୍ୱର: ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଟିକା ଉତ୍ସବ ମଧ୍ଯ ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । କରୋନା ସଂକ୍ରମଣ ବଢୁଥିବା ବେଳେ ଟିକା ଅଭାବ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଆଜି ମାତ୍ର ୫୦୦ କେନ୍ଦ୍ରରେ ଟିକାକରଣ ହେଉଛି । ୬୧ ହଜାର ଡୋଜ୍ କୋଭାକ୍ସିନ୍ ଓ ୩ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଅଛି । ଯାହାକି ଆଜି ଶେଷ ହୋଇଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ଟିକା ଅଭାବ ଓ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଗତକାଲି ପୁଣି ଥରେ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ତୁରନ୍ତ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇବାକୁ ଦାବି କରିଥିଲେ । ଏବେ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କ୍ଷମତା ରହିଛି । କିନ୍ତୁ ଟିକା ଅଭାବରୁ ଏହା ଲକ୍ଷେକୁ ଖସିଛି ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

13 Apr 2021 By The Sakala

ରାଜ୍ଯରେ ଟିକା ଅଭାବ, ୧୧ଟି ଜିଲ୍ଲାରେ ବନ୍ଦ ହେଲା ଟିକାକରଣ

ଭୁବନେଶ୍ୱର: ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଟିକା ଉତ୍ସବ ମଧ୍ଯ ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । କରୋନା ସଂକ୍ରମଣ ବଢୁଥିବା ବେଳେ ଟିକା ଅଭାବ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଆଜି ମାତ୍ର ୫୦୦ କେନ୍ଦ୍ରରେ ଟିକାକରଣ ହେଉଛି । ୬୧ ହଜାର ଡୋଜ୍ କୋଭାକ୍ସିନ୍ ଓ ୩ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଅଛି । ଯାହାକି ଆଜି ଶେଷ ହୋଇଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଟିକା ଅଭାବ ଓ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଗତକାଲି ପୁଣି ଥରେ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ତୁରନ୍ତ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇବାକୁ ଦାବି କରିଥିଲେ । ଏବେ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କ୍ଷମତା ରହିଛି । କିନ୍ତୁ ଟିକା ଅଭାବରୁ ଏହା ଲକ୍ଷେକୁ ଖସିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର