୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି : ଖସୁନି ପେଟ୍ରୋଲ, ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ଦେଶର ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି। ଏଥିଯୋଗୁଁ ବଜାରରେ ଅତ୍ୟାବଶ୍ୟକ […]

ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ଦେଶର ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି। ଏଥିଯୋଗୁଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଏହି ମହଙ୍ଗା ମାଡ଼ରେ ବିଚରା ଖାଉଟି ଅଣନିଶ୍ବାସୀ ହୋଇପଡ଼ିଛି।
ବିଶ୍ବ ବଜାରର ଅଶୋଧିତ ତେଲର ଦର ଆଧାରରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରାଯାଉଛି।

ଏମିତିକି ଦୈନିକ ବଦଳୁଛି ତେଲ ଦର। ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ରହୁଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହୁଛି ବୋଲି ସର୍ବଦା କେନ୍ଦ୍ର ସରକାର କହିଆସୁଛନ୍ତି। ଅସଲ କଥା କିନ୍ତୁ ଅଲଗା। ବିଶ୍ବ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତେଲ ଦରରେ ୩୦% ହ୍ରାସ ଘଟି ଏହା ବିଗତ ୮ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଲାଣି। ୨୦୦୮ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ରେକର୍ଡ ୧୨୩.୫୮ ଡଲାର ରହିଥିଲା। ବର୍ତ୍ତମାନ ଦର ସେହି ରେକର୍ଡ ସ୍ତରଠାରୁ ୩୦ ପ୍ରତିଶତ ଖସିଯାଇଥିଲେ ସୁଦ୍ଧା ସରକାର ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟାଇ ଖାଉଟିଙ୍କୁ କୌଣସି ରିଆତି ଦେବାକୁ ନାରାଜ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଅପରପକ୍ଷେ ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଁ ମୁଖ୍ୟତଃ ଭାବେ ଦୁଇଟି କାରଣକୁ ଦାୟୀ କରାଯାଉଛି। ପ୍ରଥମଟି ହେଉଛି ଚାଇନାରେ ତୈଳ ଚାହିଦା କମିବା ଏବଂ ଦ୍ବିତୀୟଟି ହେଉଛି ୟୁରୋପରେ ମାନ୍ଦାବସ୍ଥା ଭୟରେ ଯୋଗାଣରେ ହ୍ରାସ ଯୋଗୁଁ ଦର କମିବାରେ ଲାଗିଛି। ଶେଷ ଥର ପାଇଁ ୨୦୦୮ଜୁଲାଇ ୧୧ରେ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ସର୍ବାଧିକ ୧୪୭.୦୨ ଡଲାର ରହିଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୪୫ ଟଙ୍କା ୫୬ ପଇସା ଏବଂ ଡିଜେଲ ୩୪ ଟଙ୍କା ୮୬ ପଇସା ରହିଥିଲା। ବର୍ତ୍ତମାନ ଲଣ୍ଡନ୍‌ ଏକ୍ସଚେଞ୍ଜଠାରେ ବ୍ରେଣ୍ଟ କ୍ରୁଡ ଦର ବ୍ୟାରେଲ ପିଛା ୮୮.୦୯ ଡଲାର ରହିଥିବାବେଳେ ଆମେରିକୀୟ ମର୍ଚ୍ଚାଣ୍ଟାଇଲ ଏକ୍ସଚେଞ୍ଜରେ ୱେଷ୍ଟ ଟେକ୍ସାସ୍‌ ଡବ୍ଲ୍ୟୁଟିଆଇ ଦର ବ୍ୟାରେଲ ପିଛା ୮୩ ଡଲାରକୁ ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଏହି ସମୟରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୮୬ ପଇସା ରହିଛି। ତେବେ କୌତୂହଳର ବିଷୟ ହେଉଛି ଚଳିତବର୍ଷ ଜୁନ୍‌୮ରେ ଅଶୋଧିତ ତୈଳ ରେକର୍ଡ ୧୨୩.୫୮ ଡଲାର ରହିଥିଲା। ସେତେବେଳେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୮୬ ପଇସା ରହିଥିଲା। ଏହାର ଅର୍ଥ ହେଉଛି ଚଳିତବର୍ଷ ଜୁନ୍‌ ମାସରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ଥିବାବେଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯାହା ରଖୀଥିଲେ ଏବେ ଦର ୩୦ ପ୍ରତିଶତ କମିବା ସତ୍ତ୍ବେ ଖାଉଟିଙ୍କଠୁ ସେହି ହାରରେ ଅର୍ଥ ଅସୁଲ କରୁଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସରକାରଙ୍କ ପାଇଁ ଏଠି ଖାଉଟିଙ୍କ ଅପେକ୍ଷା ତେଲ କମ୍ପାନୀଙ୍କ ସ୍ବାର୍ଥ ବଡ଼ ହୋଇଯାଇଛି।

ସେହିପରି ୨୦୧୪ରେ ଯେତେବେଳେ ମୋଦୀ ସରକାର କ୍ଷମତାକୁ ଆସିଲେ ସେତେବେଳେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୦୭ ଡଲାର ରହିଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୪୧ ପଇସା ରହିଥିଲା। ଏ ସମ୍ପର୍କରେ ସର୍ବଭାରତୀୟ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର ମହାସଚିବ ସଞ୍ଜୟ ଲାଠ୍‌ କୁହନ୍ତି,ବିଶ୍ବ ବଜାରରେ ଦର କମୁଥିଲେ ସୁଦ୍ଧା ଅଶୋଧିତ ତୈଳ ଦର ଏ ଯାଏ ସ୍ଥିର ହୋଇନାହିଁ। ଯଦି ୟୁରୋପୀୟ ରାଷ୍ଟ୍ର ରୁଷିଆରୁ ତୈଳ ଆମଦାନୀ ଉପରେ ରୋକ୍‌ ଲଗାନ୍ତି ତେବେ ଆଗକୁ ନିଶ୍ଚିତ ଭାବେ ଏହାର ବ୍ୟାରେଲ ପିଛା ପୁଣି ଥରେ ୧୨୦ ଡଲାର ଛୁଇଁବ। ଏହାବାଦ୍‌ ଓପେକ୍‌ ପ୍ଲସ୍‌ ରାଷ୍ଟ୍ର ସମୂହ ଦୈନିକ ଉତ୍ପାଦନରେ ୧ ଲକ୍ଷ ବ୍ୟାରେଲ ହ୍ରାସ ଘୋଷଣା କରିବା ଏବେ ଦର ହ୍ରାସ କରିଛି।

ଘରୋଇ ଦୃଷ୍ଟିରୁ ଦେଖୀଲେ ବିଗତ କିଛି ମାସ ହେବ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରଖୀଛନ୍ତି। ଯଦିବା ଏଲ୍‌ପିଜି ଏବଂ ପେଟ୍ରୋଲ ବିକ୍ର କ୍ଷେତ୍ରରେ କମ୍ପାନୀଙ୍କ କ୍ଷତି ଆଡଜଷ୍ଟ ହୋଇଗଲାଣି ତଥାପି ଡିଜେଲରେ ଏହି କ୍ଷତି ଭରଣା ହୋଇନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାରୀ ତେଲ କମ୍ପାନୀଙ୍କ କ୍ଷତି ଭରଣା ଲାଗି ବିଶ୍ବ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ସରକାର ଘରୋଇ କ୍ଷେତ୍ରରେ ଆଗକୁ ପେଟ୍ରୋଲ ଏବଂ ଡଜ୍ଲେ ମୂଲ୍ୟରେ କୌଣସି ହ୍ରାସ କରିବା ସମ୍ଭାବନା କ୍ଷୀଣ।

10 Sep 2022 By The Sakala

https://www.thesakala.in/big-news/30-reduction-in-crude-oil-in-4-months-not-decreasing-the-petrol-price-diesel-prices/article-14837
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର