ଆରମ୍ଭ ହେଲା ଆଇଏନଏସ ବିକ୍ରାନ୍ତକୁ ନେଇ ଶ୍ରେୟ ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ଜୟରାମ ରମେଶ ପଚାରିଲେ ଏହି ପ୍ରଶ୍ନ?

The Sakala Picture
Published On

ନୂଆଦିଲ୍ଲୀ : ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାକ୍ରାଫ୍ଟ କ୍ୟାରଅରକୁ ଭାରତୀୟ ନୌସେନାକୁ ଭେଟି […]

ନୂଆଦିଲ୍ଲୀ : ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାକ୍ରାଫ୍ଟ କ୍ୟାରଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଅଭିଯାନର ଜୋରଦାର ପ୍ରଶଂସା କରିଥିଲେ। ଦେଶର ବର୍ତ୍ତମାନର ମତିଗତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ ନିମନ୍ତେ କୌଣସି ଆହ୍ୱାନ କଷ୍ଟସାଧ୍ୟ ନୁହଁ । ସେ କହିଥିଲେ ଯେ “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସମକକ୍ଷ ଯାହା ସ୍ୱଦେଶୀ ବୈଷୟିକ କୌଶଳ ବଳରେ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରର ନିର୍ମାଣ କରିଛି । ଆଜି ଆଇଏନଏସ ବିକ୍ରାନ୍ତ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ


ତେବେ ପ୍ରଧାନମନ୍ତ୍ରୀ ଆଇଏନ୍ଏସ୍ ବିକ୍ରାନ୍ତଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରତିଫଳନ କହିବା ପରେ  ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ । ଟ୍ୱିଟ କରି ସେ ଲେଖିଛନ୍ତି, ଆଇଏନଏସ ବିକ୍ରାନ୍ତ ୧୯୯୯ ମସିହାଠାରୁ ନେଇ ବର୍ତ୍ତମାନର ସରକାରଙ୍କ ମିଳିତ ପ୍ରୟାସର ଫଳ । ଏହା ସହ ସେ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥା ମାନିବେ କି ଏହା ଅନେକ ସରକାରଙ୍କ ମିଳିତ ପ୍ରୟାସ?


ଜୟରାମ ରମେଶ ଏହାକୁ କେବଳ ମୋଦୀ ସରକାରଙ୍କ ସଫଳତା ନୁହେଁ ବରଂ ୧୯୯୯ମସିହା ପରେ ଭାରତରେ କ୍ଷମତାକୁ ଆସିଥିବା ସମସ୍ତ ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ ବୋଲି କହିଛନ୍ତି। ସମସ୍ତ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ ସ୍ୱୀକାର କରିବେ କି ନାହିଁ ବୋଲି ଜୟରାମ ରମେଶ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।


କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରିଛନ୍ତି ଯେ, ଭାରତରେ ନିର୍ମିତ ପ୍ରଥମ ଲଢୁଆ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ୧୯୯୯ମସିହାରୁ କ୍ଷମତାରେ ରହିଆସିଥିବା ସମସ୍ତ ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ। ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବେ କି?ସେ କହିଥିଲେ ଆମକୁ ପୁରୁଣା ଆଇଏନଏସ ବିକ୍ରାନ୍ତକୁ ମନେପକାଇବାକୁ ପଡିବ ଯାହା ୧୯୭୧ ଯୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଏହାକୁ ୟୁକେରୁ ଭାରତ ଆଣିବାରେ କୃଷ୍ଣା ମେନନଙ୍କ ବହୁତ ବଡ ଯୋଗଦାନ ଥିଲା ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିର ସିପୟାର୍ଡ ଲିମିଟେଡର ଆଇଏନଏସ ବିକ୍ରାନ୍ତକୁ କମିଶନ ପ୍ରଦାନ କରିଥିଲେ । ୨୦୧୩ ମସିହା ଅଗଷ୍ଟ ୧୨ ତାରିଖରେ ଏହାର ଲଞ୍ଚ କରାଯାଇଥିଲା ପୁରୁଣା ଆଇଏନଏସ ବିକ୍ରାନ୍ତ ୧୯୯୦ ଦଶକରେ କାମ କରିବା ବନ୍ଦ କରିଦେଇଥିଲା । ନୂତନ ଆଇଏନଏସ ବିକ୍ରାନ୍ତର ଡିଜାଇନକୁ ୨୦୦୩ରେ ପାସ କରିଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର