କଂଗ୍ରେସରୁ ଇସ୍ତଫା ପରେ ଆଜାଦଙ୍କ ବଡ଼ ଘୋଷଣା : ଜମ୍ମୁ-କାଶ୍ମୀର ଫେରି ଗଢିବେ ନୂଆ ଦଳ

The Sakala Picture
Published On

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୁଲାମନବୀ । ଏଥି ସହିତ ଗୁଲାମନବୀ ଆଜାଦ କହିଛନ୍ତି ଯେ ମୋ ବିରୋଧୀମାନେ ଗତ […]

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୁଲାମନବୀ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏଥି ସହିତ ଗୁଲାମନବୀ ଆଜାଦ କହିଛନ୍ତି ଯେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ମୁଁ ବିଜେପିକୁ ଯାଉଥିବା କହି ଆସୁଛନ୍ତି, ଏପରିକି ସେମାନେ ମୋତେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି। କିନ୍ତୁ ମୁଁ ମୋ ନିଜ ନିଷ୍ପତ୍ତିରେ ରହିଛି। ତେବେ ଗଣମାଧ୍ୟମ ସହ ଆଲୋଚନାରେ ସେ ନୂଆ ପାର୍ଟି ଗଢିବେ ବୋଲି କହିଛନ୍ତି। ଏହା ସହିତ ଜାତୀୟ ରାଜନୀତିକୁ ଜମ୍ମୁ-କାଶ୍ମୀର ରାଜନୀତି ମାଧ୍ୟମରେ ଫେରିବେ ବୋଲି ସେ ସୂଚିତ କରିଛନ୍ତି। ତେବେ ସେ ବିଜେପିରେ ସାମିଲ ହେବେ କି ବୋଲି ପ୍ରଶ୍ନର ଜବାବରେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ଏହି ଗୋଟିଏ କଥା କହି ଆସୁଥିବା ଆଜାଦ କହିଛନ୍ତି। ବିଜେପି ନେତାଙ୍କ ଫୋନ ଆସୁଛି କି ବୋଲି ପଚରା ଯିବାରେ ସେମାନଙ୍କ ଫୋନ କାହିଁକି ଆସିବ ବୋଲି ସେ ଓଲଟି ପଚାରିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ତେବେ ସବୁ ଦଳ ପ୍ରତି ତାଙ୍କର ସମାନ ସମ୍ମାନ ଥିବା କହିଛନ୍ତି। କୌଣସି ରାଜନୈତିକ ଦଳ ପ୍ରତି ସେ କେବେ ଅପଶବ୍ଦ ପ୍ରୟୋଗ କରି ନାହାନ୍ତି। ଏଣୁ ପ୍ରତ୍ୟେକ ରାଜନୈତିକ ଦଳ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି ବୋଲି ଆଜାଦ କହିଛନ୍ତି। ତେବେ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ପଚରା ଯିବାରୁ ବ୍ୟକ୍ତିଗତ ଭାବେ ଗାନ୍ଧି ପରିବାର ସହ ତାଙ୍କର ସୁସମ୍ପର୍କ ଥିବା କହିଛନ୍ତି। ତେବେ ଏହା ବ୍ୟକ୍ତିଗତ ସମ୍ପର୍କର କଥା ନୁହେଁ ମୁଁ କଂଗ୍ରେସ ପତନର କଥା କହୁଛି ବୋଲି ସେ କହିଛନ୍ତି। ଯିଏ କଂଗ୍ରେସରେ ୫୦ ବର୍ଷ ବିତାଇ ସାରିଲାଣି ତାକୁ ଏବେ କିପରି ଲାଗୁଥିବ ତାହା ଅନୁମାନ କରନ୍ତୁ ବୋଲି କହିଛନ୍ତି ଆଜାଦ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଉଲ୍ଲେଖଯୋଗ୍ୟ ଯେ ଗୁଲାମନବୀ ଆଜାଦ ସୋନିଆ ଗାନ୍ଧିଙ୍କୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ତାଙ୍କ ଆଖପାଖରେ ଅନୁଭବହୀନ ଲୋକଙ୍କୁ ରଖୁଥିବା ଓ ବରିଷ୍ଠ ନେତାଙ୍କୁ କଣଠେସା କରୁଥିବା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଏପରି ଲାଗୁଛି ଜେପରି ସୁରକ୍ଷା କର୍ମୀ ଓ ପର୍ସନାଲ ଷ୍ଟାଫ ତାଙ୍କର ସବୁ ନିଷ୍ପତ୍ତି ନିଅନ୍ତି। ଦୁର୍ଭାଗ୍ୟକୁ ରାହୁଲ ରାଜନୀତିକୁ ଆସିବା କାଳରେ ତାଙ୍କୁ ଉପାଧ୍ୟକ୍ଷ କରିଦିଆଯାଇଥିଲା। ସେ କଂଗ୍ରେସର ସମ୍ପୂର୍ଣ୍ଣ ପରାମର୍ଶତନ୍ତ୍ର ର ସମାପ୍ତ କରିଦେଇଥିଲେ। ଯାହାର ପରିଣାମ ପାର୍ଟିକୁ ୨୦୧୪ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ନିର୍ବାଚନମାନଙ୍କରେ ଦେଖିବାକୁ ପଡୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର