ଦିଲ୍ଲୀର ସରକାରୀ ସ୍କୁଲ କ୍ଷେତ୍ରରେ ଆଣିଥିବା ସଂସ୍କାର ପାଇଁ ମନିଷ ସିସୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ: କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ, ପଞ୍ଜାବ ପରେ ଏବେ ଗୁଜରାଟରେ ସରକାର କରିବା ଆଶାରେ ଅରବିନ୍ଦ କେଜ୍ରିୱାଲ। ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌) ବରିଷ୍ଠ ନେତାମାନେ ନିରନ୍ତର ଗୁଜରାଟ ଗସ୍ତ କରୁଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ରହିଛନ୍ତି। ଏହି ସମୟରେ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ […]

ନୂଆଦିଲ୍ଲୀ : ଦିଲ୍ଲୀ, ପଞ୍ଜାବ ପରେ ଏବେ ଗୁଜରାଟରେ ସରକାର କରିବା ଆଶାରେ ଅରବିନ୍ଦ କେଜ୍ରିୱାଲ। ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌) ବରିଷ୍ଠ ନେତାମାନେ ନିରନ୍ତର ଗୁଜରାଟ ଗସ୍ତ କରୁଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ରହିଛନ୍ତି। ଏହି ସମୟରେ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ରାଜନୀତି ଥମିବାର ନାଁ ନେଉନାହିଁ। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ଏକ ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳର ସରକାର ମାନେ କରିପାରି ନାହାନ୍ତି। ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ କେନ୍ଦ୍ର ସରକାର ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ସିବିଆଇ ମନି ଲଣ୍ଡରିଂ ସଂକ୍ରାନ୍ତ କେତେକ ପ୍ରମାଣ ଇଡିକୁ ପ୍ରଦାନ କରିଛି। ଉଭୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ତର୍ଜମା କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଇଡି ମନି ଲଣ୍ଡିରଂ ବାବଦରେ ଖୋଳତାଡ଼ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସେପଟେ ସିସୋଦିଆଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ମାମଲା ରୁଜୁ ପାଇଁ ବେଆଇନ ନେଣଦେଣ ଉପରେ ଏବେ ଅଧିକ ଫୋକସ୍‌ କରାଯାଉଛି। ତେବେ ରଙ୍କୁ ନେଇ ରାଜନୈତିକ ବୟାନ ବାଜି ଜାରି ରହିଛି। ହେଲେ ସିସୋଦିଆ କହିଛନ୍ତି ଯେ, ସେ ଯଦି ଆପ୍‌ ଛାଡ଼ି ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ । ତାଙ୍କ ପାଖକୁ ବିଜେପିର ମେସେଜ ଆସିଛି। ଆପକୁ ଭାଙ୍ଗି ଯଦି ସେ ଯଦି ବିଜେପି ମିଶିବେ, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ସିଶୋଦିଆ କହିଛନ୍ତି। ହେଲେ ସିଶୋଦିଆ କହିଛନ୍ତି ଯେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର କହି ଓଲଟି ଚେତାବନୀ ଦେଇଛନ୍ତି।

22 Aug 2022 By The Sakala

ଦିଲ୍ଲୀର ସରକାରୀ ସ୍କୁଲ କ୍ଷେତ୍ରରେ ଆଣିଥିବା ସଂସ୍କାର ପାଇଁ ମନିଷ ସିସୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ: କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ, ପଞ୍ଜାବ ପରେ ଏବେ ଗୁଜରାଟରେ ସରକାର କରିବା ଆଶାରେ ଅରବିନ୍ଦ କେଜ୍ରିୱାଲ। ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌) ବରିଷ୍ଠ ନେତାମାନେ ନିରନ୍ତର ଗୁଜରାଟ ଗସ୍ତ କରୁଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ରହିଛନ୍ତି। ଏହି ସମୟରେ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ରାଜନୀତି ଥମିବାର ନାଁ ନେଉନାହିଁ। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ଏକ ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳର ସରକାର ମାନେ କରିପାରି ନାହାନ୍ତି। ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ କେନ୍ଦ୍ର ସରକାର ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।

ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ସିବିଆଇ ମନି ଲଣ୍ଡରିଂ ସଂକ୍ରାନ୍ତ କେତେକ ପ୍ରମାଣ ଇଡିକୁ ପ୍ରଦାନ କରିଛି। ଉଭୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ତର୍ଜମା କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଇଡି ମନି ଲଣ୍ଡିରଂ ବାବଦରେ ଖୋଳତାଡ଼ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସେପଟେ ସିସୋଦିଆଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ମାମଲା ରୁଜୁ ପାଇଁ ବେଆଇନ ନେଣଦେଣ ଉପରେ ଏବେ ଅଧିକ ଫୋକସ୍‌ କରାଯାଉଛି। ତେବେ ରଙ୍କୁ ନେଇ ରାଜନୈତିକ ବୟାନ ବାଜି ଜାରି ରହିଛି। ହେଲେ ସିସୋଦିଆ କହିଛନ୍ତି ଯେ, ସେ ଯଦି ଆପ୍‌ ଛାଡ଼ି ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ । ତାଙ୍କ ପାଖକୁ ବିଜେପିର ମେସେଜ ଆସିଛି। ଆପକୁ ଭାଙ୍ଗି ଯଦି ସେ ଯଦି ବିଜେପି ମିଶିବେ, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ସିଶୋଦିଆ କହିଛନ୍ତି। ହେଲେ ସିଶୋଦିଆ କହିଛନ୍ତି ଯେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର କହି ଓଲଟି ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର