ନଗ୍ନ ଫଟୋସୁଟ ପରେ ହରଡ଼ଘଣାରେ ରଣବୀର, ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ

The Sakala Picture
Published On

ମୁମ୍ବାଇ : ବଲିଉଡ ଷ୍ଟାର ରଣବୀର ସିଂଙ୍କ ନ୍ୟୁଡ଼ ଫଟୋସୁଟ୍‌କୁ ନେଇ ସାର ଦେଶରେ ଚର୍ଚ୍ଚା ଆଲୋଚନା ଲାଗିଛି। ରଣବୀର ସିଂଙ୍କ ନ୍ୟୁଡ଼ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ନୂଆ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିିଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ ବଲିଉଡ଼ ଇଣ୍ଡଷ୍ଟ୍ରିର ଅନେକ ଲୋକ ରଣବୀରଙ୍କୁ ଏଥି ପାଇଁ ସମର୍ଥନ କରୁଛନ୍ତି। ଏହାରି ମଧ୍ୟରେ ରଣବୀର ସିଂଙ୍କ ନ୍ୟୁଡ଼ ଫଟୋସୁଟ୍‌କୁ ନେଇ ଥାନାରେ ମାମଲା ରୁଜୁ […]

ମୁମ୍ବାଇ : ବଲିଉଡ ଷ୍ଟାର ରଣବୀର ସିଂଙ୍କ ନ୍ୟୁଡ଼ ଫଟୋସୁଟ୍‌କୁ ନେଇ ସାର ଦେଶରେ ଚର୍ଚ୍ଚା ଆଲୋଚନା ଲାଗିଛି। ରଣବୀର ସିଂଙ୍କ ନ୍ୟୁଡ଼ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ନୂଆ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିିଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ ବଲିଉଡ଼ ଇଣ୍ଡଷ୍ଟ୍ରିର ଅନେକ ଲୋକ ରଣବୀରଙ୍କୁ ଏଥି ପାଇଁ ସମର୍ଥନ କରୁଛନ୍ତି। ଏହାରି ମଧ୍ୟରେ ରଣବୀର ସିଂଙ୍କ ନ୍ୟୁଡ଼ ଫଟୋସୁଟ୍‌କୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଖବର ଅନୁଯାୟୀ ରଣବୀରଙ୍କ ବିରୋଧରେ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ ଦାଖଲ ହୋଇଛି। ରଣବୀର ସିଂ ମହିଳାଙ୍କ ଭାବନାକୁ ଆଘାତ କରିଛନ୍ତି। ଏକ ଏନଜିଓ ପକ୍ଷରୁ ଥାନାରେ ଏହି ମାମଲା କରାଯାଇଛି। ଉକ୍ତ ଏନ୍‌ଜିଓ ପକ୍ଷରୁ କୁହାଯାଇଛି ଯେ ଯେ ଆମେ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଏକ ଏନଜିଓ, ବିଶେଷ କରି ଶିଶୁ ଏବଂ ଚାଷୀଙ୍କ ବିଧବା ସ୍ତ୍ରୀଙ୍କ ଉନ୍ନତି ଦିଗରେ ଆମେ କାମକରୁ। “ଆମେ ସର୍ବଦା ଜଣେ ବ୍ୟକ୍ତି ନିଜର ସ୍ବାଧିନତା ହିସାବରେ ବଞ୍ଚିବ। ଜଣେ ବ୍ୟକ୍ତିକୁ ନିଜର ଅଭିବ୍ୟକ୍ତିର ସ୍ୱାଧୀନତା ରହିବା ଉଚିତ୍ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସମାଜରେ ନଗ୍ନ ବୁଲିବା ଉଚିତ୍ । ଭାରତର କଳାକାରମାନଙ୍କୁ ହିରୋ କୁହାଯାଏ ଏବଂ ଭାରତର ଲୋକମାନେ ସେମାନଙ୍କୁ ଅନୁସରଣ କରନ୍ତି, କିଛି ଅଂଶରେ ଭାରତର ଲୋକମାନେ ହିରୋମାନଙ୍କୁ ଭଗବାନ ଭାବରେ ପୂଜା କରନ୍ତି। କିନ୍ତୁ ରଣବୀର ସିଂଙ୍କ ଏପରି କାର୍ଯ୍ୟ କରି ଲୋକଙ୍କ ଭାବନା ମୂଲ୍ୟରେ ଶସ୍ତା ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି ବୋଲି ଉକ୍ତ ଏନଜିଓ ଅଭିଯୋଗରେ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସୂଚନାଯୋଗ୍ୟ ଏକ ମେଗାଡଜିନ ଓ ପେପର ପାଇଁ ନ୍ୟୁଡ୍ ଫଟୋ ଶୁଟ୍ କରିଥିଲେ ବଲିଉଡ ଅଭିନେତା ରଣବୀର ସିଂ। ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍ କରିଥିଲେ। ବର୍ଟଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋ ଶୁଟ୍ କରାଯାଇଥିବା ସୂଚନା ମିଳିଛି। ତେବେ ଫଟୋ ଶେୟାର ହେବା ପରେ ଏହାକୁ ନେଇ ବି ଟାଉନରେ ଖୁବ୍ ଚର୍ଚ୍ଚା। ତେବେ କେତେକ ସେଲିବ୍ରେଟି ଏହାକୁ ସମର୍ଥନ କରୁଥିବା ବେଳେ ସାଧାରଣରେ ଏହାକୁ ନିନ୍ଦା କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର